ETV Bharat / bharat

ଆଜି ବାଚସ୍ପତିଙ୍କ ପାଖରେ ହାଜର ହେବେ ନାହିଁ ବିଦ୍ରୋହୀ ବିଧାୟକ - କର୍ଣ୍ଣାଟକ ବାଚସ୍ପତି

ବାଚସ୍ପତିଙ୍କ ନିକଟରେ ହାଜର ହେବା ପାଇଁ  ଅଧିକ ସମୟ ମାଗିଛନ୍ତି ବିଦ୍ରୋହୀ ବିଧାୟକ । ଏହି ବିଦ୍ରୋହୀ ବିଧାୟକଙ୍କୁ ଆଜି ହାଜର ହେବା ପାଇଁ ସମନ କରିଥିଲେ ବାଚସ୍ପତି ।

ଫାଇଲ ଫଟୋ
author img

By

Published : Jul 23, 2019, 9:05 PM IST

ବେଙ୍ଗାଲୁରୁ: ଜାରି ରହିଛି କର୍ଣ୍ଣାଟକର ହାଇ ଭୋଲଟେଜ ଡ୍ରାମା । ବାଚସ୍ପତିଙ୍କ ନିକଟରେ ହାଜର ହେବା ପାଇଁ ଅଧିକ ସମୟ ମାଗିଛନ୍ତି ବିଦ୍ରୋହୀ ବିଧାୟକ । ଏହି ବିଦ୍ରୋହୀ ବିଧାୟକଙ୍କୁ ଆଜି ହାଜର ହେବା ପାଇଁ ସମନ କରିଥିଲେ ବାଚସ୍ପତି ।

୧୩ ଜଣ ବିଦ୍ରୋହୀ ବିଧାୟକ ବାଚସ୍ପତିଙ୍କ ନିକଟରେ ହାଜର ହେବା ପାଇଁ ଆଉ ୪ ସପ୍ତାହ ସମୟ ମାଗିଛନ୍ତି । ଏନେଇ ସେମାନେ କର୍ଣ୍ଣାଟକ ବିଧାନସଭା ବାଚସ୍ପତି କେ ଆର୍‌ ରମେଶ କୁମାରଙ୍କୁ ଚିଠି ଲେଖି ଜଣାଇଛନ୍ତି । ତେବେ ଆସ୍ଥା ଭୋଟ ପୂର୍ବରୁ ବାଚସ୍ପତି କିଛି ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିପାରନ୍ତି ।

ସୂଚନା ଯୋଗ୍ୟ ଯେ, କୁମାରସ୍ବାମୀଙ୍କ ସରକାରରୁ କଂଗ୍ରେସ-ଜେଡିଏସର 16 ବିଧାୟକ ଇସ୍ତଫା ଦେବାପରେ ବାଚସ୍ପତି ସେମାନଙ୍କ ଇସ୍ତଫା ଅସାମ୍ବିଧାନିକ ଦର୍ଶାଇ ଗ୍ରହଣ କରିନଥିଲେ । ସେମାନଙ୍କ ଇସ୍ତଫା ପତ୍ର ଗ୍ରହଣ କରା ନ ଯିବାରୁ ୧୫ ବିଧାୟକ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ଯାହାର ଶୁଣାଣିରେ କୋର୍ଟ କହିଥିଲେ, ଏହି ବିଦ୍ରୋହୀ ବିଧାୟକଙ୍କୁ ଆସ୍ଥା ଭୋଟରେ ଭାଗ ନେବା ପାଇଁ ବାଧ୍ୟ କରାଯାଇପାରିବ ନାହିଁ । କିନ୍ତୁ ସେମାନଙ୍କ ଇସ୍ତଫା ଉପରେ ବାଚସ୍ପତି ନିଷ୍ପତ୍ତି ନେବେ । ତେବେ କୋର୍ଟଙ୍କ ରାୟ ପରେ ବାଚସ୍ପତି ଏହି ବିଦ୍ରୋହୀ ବିଧାୟକଙ୍କୁ ଜୁଲାଇ 23 ରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲେ ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.