ETV Bharat / bharat

AN-32 ବିମାନ ନିଖୋଜ ଘଟଣାର ସତ୍ୟାସତ୍ୟ ଜାଣିବାକୁ ସମୟ ଲାଗିବ

ଗତ 3 ତାରିଖରେ ହୋଇଥିବା ଏଏନ-32 ବିମାନ ନିଖୋଜ ଘଟଣାର ପ୍ରକୃତ କାରଣ ଜାଣିବାକୁ ଆହୁରି ସମୟ ଲାଗିବ । କାରଣ ବିମାନରୁ ମିଳିଥିବା ବ୍ଲାକବକ୍ସ ଭାଙ୍ଗି ଯାଇଥିବାରୁ ଏଥିରୁ ଡାଟା ରିକଭରି ପାଇଁ ସେନାକୁ ସମୟ ଲାଗିବ ବୋଲି ପ୍ରତିରକ୍ଷା ବିଭାଗ କହିଛି ।

ଫାଇଲ ଫଟୋ
author img

By

Published : Jun 18, 2019, 10:53 AM IST

Updated : Jun 18, 2019, 3:41 PM IST

ଇଟାନଗର: ଭାରତୀୟ ବାୟୁସେନାର ଏଏନ-32 ବିମାନ ନିଖୋଜ ଓ ଦୁର୍ଘଟଣାଗ୍ରସ୍ତର କାରଣ ଖୋଜିବାକୁ ଆହୁରି ସମୟ ଲାଗିବ ବୋଲି କହିଛି ପ୍ରତିରକ୍ଷା ବିଭାଗ । ବିମାନରେ ଥିବା ବ୍ଲାକବକ୍ସ କ୍ଷତିଗ୍ରସ୍ତ ହୋଇଥିବାରୁ ଏଥିରୁ ଡାଟା ରିକଭରି କରିବାକୁ ଆହୁରି ସମୟ ଲାଗିବ ବୋଲି ପ୍ରତିରକ୍ଷା ବିଭାଗ କହିଛି ।

ବିମାନର ନେଭିଗେସନ ଏରର କାରଣରୁ ଦୁର୍ଘଟଣା ହୋଇ ଥାଇପାରେ ବୋଲି ପ୍ରାଥମିକ ତଦନ୍ତରୁ ଅନୁମାନ କରୁଛି ପ୍ରତିରକ୍ଷା ବିଭାଗ । ହେଲେ ଏହାର ପ୍ରକୃତ କାରଣ ସଠିକ୍ ଯାଞ୍ଚ ପରେ ହିଁ ଜଣାପଡିବ । ବର୍ତ୍ତମାନ ତଦନ୍ତ ପ୍ରକ୍ରିୟା ଜାରି ରହିଛି । ତେବେ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବା ସ୍ଥଳରେ ମୃତଦେହ ଆଣିବାକୁ ପ୍ରୟାସ ଜାରି ରହିଛି ।

ଏଥିପାଇଁ ପୂର୍ବ ଏୟାର କମାଣ୍ଡର ଏୟାର ମାର୍ଶଲ ଆରକେ ମାଥୁରଙ୍କ ସମସ୍ତ ଯାତ୍ରାକୁ ସ୍ଥଗିତ କରାଯାଇଛି ।

ପ୍ରକାଶ ଯେ, ଗତ 3 ତାରିଖରେ ଭାରତୀୟ ବାୟୁସେନାର ଏଏନ-32 ବିମାନ ଆସାମର ଜୋରହାଟରୁ ଉଡାଣ ଭରିବା ପରେ ନିଖୋଜ ହୋଇଯାଇଥିଲା । ଦୀର୍ଘ 8 ଦିନ ଖୋଜାଖୋଜି ପରେ ବିମାନର ଧ୍ବଂସାବିଶେଷ ଠାବ ହୋଇଥିଲା ।

Intro:Body:

blank

Conclusion:
Last Updated : Jun 18, 2019, 3:41 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.