ନୂଆଦିଲ୍ଲୀ: ସାଧାରଣ ନିର୍ବାଚନ ଲଢୁଥିବା ନେତାଙ୍କ ମଧ୍ୟରେ ସର୍ବାଧିକ ଅପରାଧିକ ରେକର୍ଡ କେରଳର ବିଜେପି ନେତାଙ୍କ ନାଁରେ ରହିଛି । କେରଳ ନିର୍ବାଚନ ମଣ୍ଡଳୀରୁ ଲଢୁଥିବା ଏହି ନେତାଙ୍କ ନାଁରେ ରହିଛି ପାଖାପାଖି 240ଟି ମାମଲା । କେ. ସୁରେନ୍ଦ୍ରନ ନାମକ ଏହି ନେତା ଏନେଇ ନିଜେ ସ୍ପଷ୍ଟ କରିଛନ୍ତି ।
କେ. ସୁରେନ୍ଦ୍ରନ କସରଗୋଡ ଅଞ୍ଚଳର ହୋଇଥିବା ବେଳେ ରାଜ୍ୟ ବିଜେପିର ସାଧାରଣ ସମ୍ପାଦକଙ୍କ ତାଲିକାରେ ତାଙ୍କ ନାମ ରହିଛି । ନ୍ୟାସନାଲ ଇଲେକ୍ସନ ୱାଚ ଆଣ୍ଡ ଆସୋସିଏସନ ଫର ଡେମୋକ୍ରେଟିକ ରିଫର୍ମ(ଏଡିଆର) ଅନୁଯାୟୀ, ତାଙ୍କ ନାମରେ ଥିବା ମାମଲା ମଧ୍ୟରୁ 129ଟି ଅତ୍ୟନ୍ତ ସଙ୍ଗୀନ ଅଭିଯୋଗ ରହିଛି ।
ତେବେ ଦ୍ବିତୀୟ ଅପରାଧିକ ଭାବେ କେରଳ କଂଗ୍ରେସର ଡିନ କୂରିଆକୋସଙ୍କ ନାମ ରହିଛି । ତାଙ୍କ ନାମରେ 204 ଅପରାଧିକ ମାମଲା ଥିବାବେଳେ 37ଟି ସଙ୍ଗୀନ ବୋଲି ଜଣାପଡିଛି ।
ଅତିକ ଅହମ୍ମଦ, ବାରାଣାସୀରୁ ସ୍ବାଧୀନ ପ୍ରାର୍ଥୀ ଭାବେ ଲଢୁଥିବା ବେଳେ ଅପରାଧିକ ମାମଲାରେ ସେ ତୃତୀୟରେ ଅଛନ୍ତି । ଯେଉଁଥିରେ 59 ମାମଲା ମଧ୍ୟରୁ 80ଟି ସଙ୍ଗୀନ ଅଭିଯୋଗ ଅଛି ବୋଲି ଜଣାପଡିଛି । ସେହିପରି ତେଲେଙ୍ଗାନା ଅଦିଲାବାଦରୁ ଲଢୁଥିବା ବିଜେପି ନେତା ବପୁ ରାଓ ସୋୟମଙ୍କ ନାଁରେ 52ଟି ମାମଲାରେ 55ଟି ସଙ୍ଗୀନ ଅପରାଧିକ ମାମଲାରେ ଜଡିତ ରହିଛି । ଏପରିକି 5ମରେ ମଧ୍ୟ ତେଲେଙ୍ଗାନାର ଜଣେ କଂଗ୍ରେସ ନେତାଙ୍କ ନାମ ରହିଛି ।