ନୂଆଦିଲ୍ଲୀ: ଦିଲ୍ଲୀ ଜଳ ବୋର୍ଡ କାର୍ଯ୍ୟାଳୟରେ ବିଜେପି କର୍ମୀ ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଛି । ଟ୍ୟାଙ୍କର ଦୁର୍ନିତି ମାମଲାରେ ଜଳ ବୋର୍ଡ ମୁଖ୍ୟାଳୟ ସାମ୍ମାରେ ଧାରଣା ଆହ୍ବାନ କରିଥିଲା ଦିଲ୍ଲୀ ବିଜେପି । ତେବେ ଧାରଣା ଚାଲିଥିବା ବେଳେ ସେଠାରେ ଉତ୍ତେଜନା ପ୍ରକାଶ ପାଇବା ସହ ମୁଖ୍ୟାଳୟରେ ବ୍ୟାପକ ଭଙ୍ଗାରୁଜା ହୋଇଥିବା ଦେଖିବାକୁ ମିଳିଛି । ଏହି ଆକ୍ରମଣ ଓ ଭଙ୍ଗାରୁଜା ବିଜେପି କର୍ମୀ ମାନଙ୍କ ଦ୍ବାରା ହୋଇଥିବା ଜଳ ବୋର୍ଡର ଉପାଧ୍ୟକ୍ଷ ସିଧାସଳଖ ଅଭିଯୋଗ କରିଛନ୍ତି ।
ଏହି ଆକ୍ରମଣରେ ମୁଖ୍ୟାଳୟର ବହୁ ଆସବାବପତ୍ର, କବାଟ ଝରକା ଭାଙ୍ଗିବା ସହ ଅନେକ କର୍ମଚାରୀ ଆହତ ମଧ୍ୟ ହୋଇଛନ୍ତି । ଆହତ ମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଥିବା ଜଣା ପଡିଛି ।
ବିଜେପି ବିରୋଧରେ ଆହୁରି ଏକ ସାଂଘାତିକ ଅଭିଯୋଗ ଆଣିଛି ଜଳ ବୋର୍ଡ । ଏହି ଆକ୍ରମଣ ପଛରେ ଚାଷୀ ଆନ୍ଦୋଳକୁ ସମର୍ଥନ ପ୍ରସଙ୍ଗ ଥିବା ମଧ୍ୟ ଅଭିଯୋଗ କରିଛି ବୋର୍ଡ । ଦିଲ୍ଲୀରେ ଚାଲିଥିବା କୃଷକ ଆନ୍ଦୋଳନକୁ ସମର୍ଥନ କଲେ ଆକ୍ରମଣ କରିବାକୁ ବିଜେପି କର୍ମୀ ଧମକ ଦେଇଥିବା ଅଭିଯୋଗ କରିଛନ୍ତି ବୋର୍ଡ କର୍ତ୍ତୁପକ୍ଷ ।
ଏହି ଚାଷୀ ଆନ୍ଦୋଳନ ପ୍ରସଙ୍ଗରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜିରଓ୍ବାଲ ଓ ଉପ ମୁଖ୍ୟମନ୍ତ୍ରୀ ମନିଷ ଶିଶୋଦିଆଙ୍କ ବାସ ଭବନରେ ପ୍ରବେଶ ଉଦ୍ୟମ କରି ପ୍ରତିବାଦ କରିଥିଲେ ବିଜେପି କର୍ମୀ ।
ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ