ETV Bharat / bharat

ଜୟ ଶ୍ରୀରାମ ନାରା ଦେବାରୁ ବିଜେପି କର୍ମୀଙ୍କୁ ଟିଏମସି କର୍ମୀଙ୍କ ଗୁଳିମାଡ ! - ବିଜେପି କର୍ମୀଙ୍କ ଉପରେ ଟିଏମସିର ଗୁଳି ମାଡ

ପଶ୍ଚିମବଙ୍ଗର ଦକ୍ଷିଣ 24 ପରଗଣା ଜିଲ୍ଲାରରେ ପୁଣି ରାଜନୈତିକ ହିଂସା । ବିଜେପି କର୍ମୀ ‘ଜୟ ଶ୍ରୀରାମ’ କହିବାରୁ ଟିଏମସି କର୍ମୀ ତାଙ୍କୁ ଗୁଳି କରିଥିବା ଅଭିଯୋଗ ହୋଇଛି ।

ପ୍ରତିକାତ୍ମକ ଫଟୋ
author img

By

Published : Oct 11, 2019, 4:56 PM IST

କୋଲକାତା: ପଶ୍ଚିମବଙ୍ଗରେ ବିଜେପି ଏବଂ ଟିଏମସି କର୍ମୀଙ୍କ ମଧ୍ୟରେ ପୁଣି ଥରେ ହିଂସା । ଦକ୍ଷିଣ 24 ପରଗଣା ଜିଲ୍ଲାର ଜଣେ ବିଜେପି କର୍ମୀଙ୍କୁ ଆକ୍ରମଣ କରାଯାଇଛି । ଏହି ମାମଲାରେ ବିଜେପି ଟିଏମସି ବିରୋଧରେ ଅଭିଯୋଗ କରିଛି । ବିଜେପିର କହିବା କଥା ହେଲା ବିଜେପି କର୍ମୀ ‘ଜୟ ଶ୍ରୀରାମ’ କହିବାରୁ ଟିଏମସି କର୍ମୀ ତାଙ୍କୁ ଗୁଳି କରିଛନ୍ତି । ସେପଟେ ଏପରି ଅଭିଯୋଗ ଟିଏମସି ଖାରଜ କରିଛି ।

ପୋଲିସ ସୂତ୍ରରୁ ପ୍ରକାଶ, ରାମ ପ୍ରକାଶ ମଣ୍ଡଳ ନାମକ ଜଣେ ବ୍ୟକ୍ତିଙ୍କ ଗୋଡରେ ଗୁଳି ବାଜିଛି । ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ ଏହି ମାମଲାରେ ପୋଲିସ ତଦନ୍ତ ଆରମ୍ଭ କରିଦେଇଛି । ଗୁରୁବାର ସନ୍ଧ୍ୟାରେ ରାମ ପ୍ରକାଶ ଏକ ଦୋକାନରେ ବସି କେନ୍ଦ୍ର ସରକାରଙ୍କ ପ୍ରଶଂସା କରି ‘ଜୟ ଶ୍ରୀରାମ’ ର ନାରା ଦେବାକୁ ଲାଗିଲେ । ସେହି ସମୟରେ ତୃଣମୂଳ କଂଗ୍ରେସ କର୍ମୀ ଆସି ତାଙ୍କ ସହ ବଚସା କରିଥିଲେ । କିଛି ସମୟ ଧରି ପାଟିତୁଣ୍ଡ ହେବା ପରେ ରାମ ପ୍ରକାଶଙ୍କୁ ନାରା ବନ୍ଦ କରିବାକୁ କହିଥିଲେ ।

ରାମ ପ୍ରକାଶ ନାରା ବନ୍ଦ ନକରିବାରୁ ହଠାତ ତାଙ୍କ ଉପରେ ଟିଏମସି କର୍ମୀମାନେ ବନ୍ଧୁକ ସାହାଯ୍ୟରେ ଆକ୍ରମଣ କରିଥିଲେ । ରାମ ପ୍ରକାଶଙ୍କ ପରିବାର ଲୋକେ ମଧ୍ୟ ଟିଏମସିକୁ ଦୋଷ ଦେଉଛନ୍ତି । କିନ୍ତୁ ଟିଏମସି ଏହି ଅଭିଯୋଗକୁ ଖଣ୍ଡନ କରିଛି ।

Intro:Body:

BLANK FOR LINK 

Conclusion:

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.