ନୂଆଦିଲ୍ଲୀ: ଦିଲ୍ଲୀର ୭୦ଟି ବିଧାନସଭା ଆସନ ପାଇଁ ଆରମ୍ଭ ହୋଇଛି ମତଦାନ ପ୍ରକ୍ରିୟା । 1.47 କୋଟି ଭୋଟର ଆଜି ନିଜର ମତାଧିକାର ସାବ୍ୟସ୍ତ କରି ନୂଆ ମୁଖ୍ୟମନ୍ତ୍ରୀ ଚୟନ କରିବେ । ତେବେ ଚଳିତ ବିଧାନସଭା ନିର୍ବାଚନରେ ବହୁମତରେ ବିଜୟୀ ହେବା ନେଇ ଦୃଢୋକ୍ତି ପ୍ରକାଶ କରିଛନ୍ତି ହରିନଗର ବିଧାନସଭାର ବିଜେପି ପ୍ରାର୍ଥୀ ତେଜିନ୍ଦରପାଲ ବଗଦାଣା ।
ନିଜ ମତାଧିକାର ସାବ୍ୟସ୍ତ କରିବା ପରେ ଇଟିଭି ଭାରତକୁ ସ୍ବତନ୍ତ୍ର ସାକ୍ଷାତକାର ଦେଇ ତେଜିନ୍ଦରପାଲ କହିଛନ୍ତି, ଦିଲ୍ଲୀର 70 ବିଧାନସଭା ମଧ୍ୟରୁ 50ଟି ଆସନରେ ବିଜୟ ହାସଲ କରିବ ବିଜେପି । ଏହା ବ୍ୟତୀତ ହରିନଗରରେ ବିଜେପିର ଐତିହାସିକ ବିଜୟ ହେବ ବୋଲି ସେ କହିଛନ୍ତି । ଏହା ସହିତ ସେ ରାଷ୍ଟ୍ରବାଦୀ ବିଚାରଧାରାକୁ ଚୟନ କରିବା ପାଇଁ ଦିଲ୍ଲୀବାସୀଙ୍କୁ ଅପିଲ କରିଛନ୍ତି । ସେ କହିଛନ୍ତି, ଯେଉଁ ଦଳ ସେନା ଉପରେ ପ୍ରଶ୍ନ କରୁଛି ସେ କେଉଁ ପ୍ରକାର ରାଜନୈତିକ ଦଳ ହୋଇଥିବ । ଏହି ଦଳମାନେ ବାଟଲା ହାଉସ ଏନକାଉଣ୍ଟର ଉପରେ ପ୍ରଶ୍ନ କରି ଶାହିନବାଗ ପ୍ରଦର୍ଶନକୁ ସମର୍ଥନ କରୁଛନ୍ତି । ଦିଲ୍ଲୀବାସୀ ଏଭଳି ଦଳକୁ ଭୋଟ ଦେବେନାହିଁ ବୋଲି ସେ କହିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ