ETV Bharat / bharat

ମହାରାଷ୍ଟ୍ରରେ ସରକାର ଗଠନକୁ ବିଜେପିର ନା - ଚନ୍ଦ୍ରକାନ୍ତ ପାଟିଲ

ରବିବାର ବିଜେପିର ବଡ ବୟାନ ଆସିଛି । ମହାରାଷ୍ଟ୍ରରେ ବିଜେପି ସରକାର ଗଠନ କରିବା ପାଇଁ ମନା କରିଛି । ମହାରାଷ୍ଟ୍ର ବିଜେପି ଅଧ୍ୟକ୍ଷ ଚନ୍ଦ୍ରକାନ୍ତ ପାଟିଲ ଏନେଇ ସ୍ପଷ୍ଟ କରିଛନ୍ତି । ଅଧିକ ପଢନ୍ତୁ...

ଡିଜାଇନ ଫଟୋ
author img

By

Published : Nov 10, 2019, 7:03 PM IST

ମୁମ୍ବାଇ: ମହାରାଷ୍ଟ୍ରରେ ସରକାର ଗଠନକୁ ଚାଲିଥିବା ନେଇ ତୁମୁଳ ସଂଘର୍ଷ, ତର୍କ, ଆଲୋଚନା, ବୈଠକ, ମୁଣ୍ଡିଆଳଙ୍କ ମୁଣ୍ଡ ଖେଳାଇବା ପରେ ମଧ୍ୟ ସରକାର ଗଠନ ସମ୍ଭବପର ହୋଇ ପାରିନାହିଁ । ଏପରିସ୍ଥଳେ ରବିବାର ବିଜେପିର ବଡ ବୟାନ ଆସିଛି । ମହାରାଷ୍ଟ୍ରରେ ବିଜେପି ସରକାର ଗଠନ କରିବା ପାଇଁ ମନା କରିଛି । ମହାରାଷ୍ଟ୍ର ବିଜେପି ଅଧ୍ୟକ୍ଷ ଚନ୍ଦ୍ରକାନ୍ତ ପାଟିଲ ଏନେଇ ସ୍ପଷ୍ଟ କରିଛନ୍ତି ।

Bjp will not form government in maharashtra
ଫଟୋ ସୌଜନ୍ୟ: : ଏଏନଆଇ

ରବିବାର ବିଜେପି ନେତାଙ୍କ ବୈଠକ ପରେ ରାଜ୍ୟପାଳ ଭଗତ ସିଂହ କୋଶ୍ୟାରୀଙ୍କୁ ଭେଟିଥିଲେ ଚନ୍ଦ୍ରକାନ୍ତ ପାଟିଲ । ଏହାସହ ରାଜ୍ୟପାଳଙ୍କୁ ବିଜେପି ପାଖରେ ସରକାର ଗଠନ ପାଇଁ ବହୁମତ ନଥିବା କଥା ରଖିଥିଲେ । ଏହାସହ ଦଳ ବହୁମତ ପାଇଁ ସଂଖ୍ୟାବଳ ଯୋଗାଡ କରିବାରେ ଅସମର୍ଥ ନଥିବାରୁ ସରକାର ଗଢିବାରୁ ଓହରି ଯାଇଥିବା କଥା ରାଜ୍ୟପାଳଙ୍କୁ ଅବଗତ କରାଇଛି । ଏହାସହ ଶିବସେନା ଜନାଦେଶପ ଅପମାନ କରିଥିବା କଥା ସେ କହିଛନ୍ତି ।

ଚନ୍ଦ୍ରକାନ୍ତ କହିଛନ୍ତି ଯେ, ଜନାଦେଶ ବିଜେପି-ଶିବସେନା ମେଣ୍ଟକୁ ମିଳିଥିଲା । ମାତ୍ର ଶିବସେନା ବିଜେପି ସହ ମିଶି ସରକାର ଗଠନ ପାଇଁ ଅନିଚ୍ଛା ଜାହିର କରିଛି । ଏଥିପାଇଁ ବିଜେପି ସରକାର ଗଠନ କରିବ ନାହିଁ । ଶିବସେନା ଜନାଦେଶର ଅବମାନ ଓ ଅପମାନ କରିଛି । ଏହାସହ ଶିବସେନାକୁ କଂଗ୍ରେସ ଓ ଏନସିପି ସହ ମିଶି ସରକାର ଗଠନ କରିବା ଇଚ୍ଛାକୁ ଅଭିନନ୍ଦନ ଜଣାଇଛନ୍ତି ।

ଏଠାରେ ସୂଚନା ଯୋଗ୍ୟ ଯେ ୨୮୮ ସଦସ୍ୟ ବିଶିଷ୍ଟ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ବିଜେପି ୧୦୫ ଆସନ ଜିତିଥିଲା । ସେହପିର ଶିବସେନା ୫୬ଟି ଆସନରେ ବିଜୟୀ ହୋଇଥିଲା। ଏହାସହ କଂଗ୍ରେସକୁ 44 ଓ ତାର ସହଯୋଗୀ ଏନସିପିକୁ 54 ଟି ଆସନରେ ବିଜୟ ମିଳିଥିଲା ।

ବିଜେପି ସରକାର ଗଠନ ପାଇଁ ମନା କରିବା ପରେ ଏବେ ଶିବସେନା, ଏନସିପି ସହଯୋଗ ଓ କଂଗ୍ରେସର ବାହ୍ୟ ସମର୍ଥନରେ ସରକାର ଗଢିବାର ସମ୍ଭାବନା ଯଥେଷ୍ଟ ରହିଛି । ଏବେ ଖୁବଶୀଘ୍ର ମହାରାଷ୍ଟ୍ର ମହାନାଟକରେ ଯବନିକା ପଡିବା ସମୟ ପାଖେଇ ଆସୁଥିବାର ଆଭାସ ମିଳୁଛି ।

Intro:Body:

BLANK

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.