ETV Bharat / bharat

ଦିଦିଙ୍କୁ ବିଜେପି ଫଠାଇବ 10 ଲକ୍ଷ ‘ଜୟ ଶ୍ରୀରାମ’ ଲେଖା ପତ୍ର

‘ଜୟ ଶ୍ରୀରାମ’ ନାରା ଶୁଣି ରାଗରେ ଜଳୁଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଏନେଇ ବିଜେପି ଆଗାମୀ ଦିନରେ 10 ଲକ୍ଷ ପତ୍ରରେ ଏହି ନାରା ଲେଖି ପଠାଇବାର ବ୍ୟବସ୍ତା କରିଛି ।

ଫାଇଲ ଫଟୋ
author img

By

Published : Jun 2, 2019, 12:29 AM IST

କୋଲକାତା: ନିର୍ବାଚନ ସରିଯାଇଥିଲେ ବି ଥମି ନାହିଁ ପଶ୍ଚିମବଙ୍ଗ ରାଜନୀତିରେ ଝଡ଼ । ‘ଜୟ ଶ୍ରୀରାମ’ ନାରାକୁ ନେଇ ଦିଦିଙ୍କ ସହ ବିଜେପି କର୍ମୀଙ୍କ ଚାଲିଛି ଜୋରଦାର ଲଢେଇ । ଏହି ନାରା ଶୁଣି ଦିଦି ଜଳୁଥିବା ବେଳେ ବିଜେପି 10 ଲକ୍ଷ ପତ୍ରରେ ଜୟ ଶ୍ରୀରାମ ଲେଖି ପଠାଇବାକୁ ସ୍ଥିର କରିଛି ।

ତେବେ ମମତା ବାନାର୍ଜୀଙ୍କ ନିର୍ବାଚନ ରାଲିରେ ଜଣେ ଯୁବକ ଏହି ନାରା ଲଗାଇବାରୁ ଦିଦିଙ୍କ ନିର୍ଦ୍ଦେଶରେ ତାକୁ ଗିରଫ କରାଯାଇଥିଲା । ସେହିପରି ଦୁଇଦିନ ପୂର୍ବେ ମମତାଙ୍କ କାରକେଡ଼ ଯାଉଥିବାବେଳେ ଜଣେ ସ୍ଥାନୀୟ ଯୁବକ ଜୟ ଶ୍ରୀରାମ କହିଥିଲା । ଫଳରେ ଦିଦି କାରକେଡ ଅଟକାଇ ତାକୁ ତାଗିଦ କରିବା ସହ ଚମଡା ଉତରେଇ ଦେବେ ବୋଲି ଧମକ ଦେଇଥିଲେ । ଏନେଇ ବିଜେପି ସାଂସଦ ଅର୍ଜୁନ ସିଂହ କହିଛନ୍ତି ଆଗାମୀ ଦିନରେ ଆମେ ମୁଖ୍ୟମନ୍ତ୍ରୀ ମମତାଙ୍କ ବାସଗୃହକୁ 10 ଲକ୍ଷ ପତ୍ରରେ ‘ଜୟ ଶ୍ରୀରାମ’ ଲେଖି ପଠାଇବାର ନିର୍ଣ୍ଣୟ ନେଇଛୁ ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.