ନୂଆଦିଲ୍ଲୀ: ମୋଦି 2.0କୁ ଆସନ୍ତା ମେ 30ରେ ଗୋଟିଏ ବର୍ଷ ପୁରିବାକୁ ଯାଉଛି । କୋରୋନା ଯୋଗୁଁ ଏଥର ବିଜେପି କୌଣସି ପ୍ରକାର ଉତ୍ସବ ପାଳିବନି ବୋଲି ନିଷ୍ପତ୍ତି ନେଇଛି । ତେବେ ଅନଲାଇନରେ 750ରୁ ଅଧିକ ରାଲି କରିବ ବୋଲି ଦଳ ନିଷ୍ପତ୍ତି ନେଇଛି ।
ସୂତ୍ର ଅନୁସାରେ ବର୍ଷେ ଭିତରେ ମୋଦି ସରକାରଙ୍କ ସମସ୍ତ ଉପଲବ୍ଧି ଜନତାଙ୍କ ନିକଟରେ ପହଞ୍ଚାଯିବ । ଏନେଇ ସବୁ ପ୍ରକାର ପ୍ରସ୍ତୁତି କରୁଛି ଦଳ । ଏହା ଉପରେ ଏକ ବୁକଲେଟ୍ ପ୍ରକାଶ ପାଇବ ବୋଲି ଜଣାପଡିଛି । ସେହିପରି 10 କୋଟି ଘରେ ପ୍ରଧାନମନ୍ତ୍ରଙ୍କ ସଙ୍କଳ୍ପ ପତ୍ର ପହଞ୍ଚାଯିବାର ନିଷ୍ପତ୍ତି ନିଆଯାଇଛି ।
ଏହାସହ ଦେଶବ୍ୟାପୀ 750ରୁ ଅଧିକ ଭର୍ଚୁଆଲ ରାଲି କରିବାକୁ ବିଜେପି ସ୍ଥିର କରିଛି । ଜାତୀୟ ଓ ରାଜ୍ୟସ୍ତରୀୟ ନେତା ଅତିକମରେ 1000ଟି ଭର୍ଚ୍ୟୁଆଲ କନଫରେନ୍ସ କରିବେ ବୋଲି ଜଣାପଡିଛି । ସେହିପରି ସମସ୍ତ ଅଞ୍ଚଳରେ ବିଜେପି ମାସ୍କ ଓ ସାନିଟାଇଜର ବାଣ୍ଟିବ ବୋଲି ନିଷ୍ପତ୍ତି ନେଇଥିବା ଖବର ରହିଛି ।
ସୌଜନ୍ୟ@ANI