ETV Bharat / bharat

‘ଇଭିଏମ୍‌ରେ ବିଶ୍ବାସ ରଖି ପରାଜୟ ସ୍ବୀକାର କରନ୍ତୁ ବିରୋଧୀ’

ଏକଜିଟ୍‌ ପୋଲ ରିପୋର୍ଟ ପ୍ରକାଶ ପାଇବା ପରେ ଏବେ ଇଭିଏମ୍‌କୁ ନେଇ ଉଠିଛି ପ୍ରଶ୍ନ । ବର୍ତ୍ତମାନ ସମୟରେ ବିରୋଧୀ ଦଳ ଗୁଡିକ ଇଭିଏମ୍‌ ବିଶ୍ବସନୀୟତା ଉପରେ ପ୍ରଶ୍ନ ଉଠାଉଥିବାବେଳେ ଶାସକ ବିଜେପି ଏହାକୁ ବିରୋଧ କରିଛି ।

author img

By

Published : May 22, 2019, 9:23 AM IST

ଫାଇଲ ଫଟୋ

ନୂଆଦିଲ୍ଲୀ: ସାଧାରଣ ନିର୍ବାଚନ ଫଳାଫଳ ଆସନ୍ତାକାଲି(ଗୁରୁବାର) ପ୍ରକାଶ ପାଇବାକୁ ଥିବାବେଳେ ଦେଶରେ ଦେଖାଦେଇଛି ଆରୋପ ପ୍ରତ୍ୟାରୋପ ରାଜନୀତି । ଏକଜିଟ୍‌ ପୋଲ ରିପୋର୍ଟ ପ୍ରକାଶ ପାଇବା ପରେ ଏବେ ଇଭିଏମ୍‌କୁ ନେଇ ଉଠିଛି ପ୍ରଶ୍ନ । ବର୍ତ୍ତମାନ ସମୟରେ ବିରୋଧୀ ଦଳ ଗୁଡିକ ଇଭିଏମ୍‌ ବିଶ୍ବସନୀୟତା ଉପରେ ପ୍ରଶ୍ନ ଉଠାଉଥିବାବେଳେ ଶାସକ ବିଜେପି ଏହାକୁ ବିରୋଧ କରିଛି ।

ଇଭିଏମ୍‌ ଜାଲିଆତି ଅଭିଯୋଗ ସଂକ୍ରାନ୍ତରେ ବିରୋଧୀ ଦଳ ଗୁଡିକ ନିର୍ବାଚନ କମିଶନଙ୍କ ଦ୍ବାରସ୍ଥ ହେବାକୁ ବିଜେପି ତୀବ୍ର ବିରୋଧ କରିଛି । ଏନେଇ କେନ୍ଦ୍ର ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ ବିରୋଧୀ ଦଳ ଗୁଡିକୁ କଡା ସମାଲୋଚନା କରିଛନ୍ତି ।

ରବିଶଙ୍କର ବିରୋଧୀଙ୍କୁ ସମାଲୋଚନା କରିବା ସହ କହିଛନ୍ତି, ଯେତେବେଳେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍‌ ଚନ୍ଦ୍ରବାବୁ ନାଇଡୁ ଓ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ନିର୍ବାଚନ ଜିତିଥିଲେ ସେତେବେଳେ ଇଭିଏମ୍‌ ଠିକ୍‌ ଥିଲା । କିନ୍ତୁ ଯେତେବେଳେ ମୋଦି ପୁଣିଥରେ କ୍ଷମତାକୁ ଫେରିବେ ବୋଲି ଏକଜିଟ୍‌ ପୋଲରୁ ଜଣାପଡିଛି, ସେତେବେଳେ ଇଭିଏମ୍‌ ଭୁଲ୍‌ ହୋଇଗଲା । ଇଭିଏମ୍‌ର ବିଶ୍ବସନୀୟତା ଉପରେ ପ୍ରଶ୍ନ ଉଠିଲା । ତେଣୁ ବିରୋଧୀ ଦଳ ଗୁଡିକ ଏପରି ନକରି ପରାଜୟକୁ ସ୍ବୀକାର କରନ୍ତୁ ବୋଲି ସେ କହିଛନ୍ତି ।

Intro:Body:

sgdsd

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.