ETV Bharat / bharat

ରାଜ୍ୟରେ ବିଜେପି ସରକାର ଗଠନ ସୁନିଶ୍ଚିତ: ବିଏସ ୟେଦୁରପ୍ପା

author img

By

Published : Jul 18, 2019, 11:11 AM IST

କର୍ଣ୍ଣାଟକ ନାଟକର ଆଜି ଶେଷଦିନ । ଖୁବଶୀଘ୍ର ମେଣ୍ଟ ସରକାର ଦେବେ ସଂଖ୍ୟା ଗରିଷ୍ଠତାର ପ୍ରମାଣ । ଶାସକ ବିରୋଧୀ ନିଜ ନିଜ ରଣନୀତିରେ ପହଞ୍ଚିଲେ ବିଧାନସଭାରେ ।

ଫଟୋ ସୌଜନ୍ୟ: ଏଏନଆଇ

ବେଙ୍ଗାଲୁରୁ: ଆଉ କିଛି ସମୟ ପରେ ମଞ୍ଚସ୍ଥ ହେବ କର୍ଣ୍ଣାଟକ ରାଜନୀତିର ବଡ ନାଟକ ‘ କର୍ଣ୍ଣାଟକ କାହାର’ ଏହି ନାଟକର ଶେଷ କଣ ହେବ, ତାହା ଜାଣିବା ପାଇଁ ରାଜନୈତିକ ପଣ୍ଡିତ, ରାଜନେତା ଓ ଜନତା ସମସ୍ତେ ଅପେକ୍ଷା କରିଛନ୍ତି । ଉଭୟ ଜେଡିଏସ ଓ କଂଗ୍ରେସ ସରକାରକୁ ବଞ୍ଚାଇବା ପାଇଁ ଜୋରଦାର ପ୍ରୟାୟ କରୁଥିବାବେଳେ ବିଜେପି ମଧ୍ୟ ନିଶ୍ଚିତ ଯେ ସରକାର ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେଇପାରିବ ନାହିଁ ।

ଏହାରି ମଧ୍ୟରେ ଉଭୟ ଦଳର ବିଧାୟକମାନେ ବିଧାନସଭାରେ ପହଞ୍ଚିସାରିଥିବାବେଳେ ରାଜ୍ୟ ବିଜେପି ସଭାପତି ତଥା ପୂର୍ବ ମୁଖ୍ୟମନ୍ତ୍ରୀ ବିଏସ ୟେଦୁରପ୍ପାଙ୍କ ବଡ ବୟାନ ଆସିଛି ।

ସେ କହିଛନ୍ତି ଆମେ ଏକଶହ ଏକ (101) ପ୍ରତିଶତ ନିଶ୍ଚିତ ଯେ ଏହି ସରକାର ଭାଙ୍ଗିବ । କାରଣ ଆମ ପାଖରେ 105 ଜଣ ବିଧାୟକ ଥିବାବେଳେ ମେଣ୍ଟ ପାଖରେ ଏକଶହରୁ ମଧ୍ୟ କମ ବିଧାୟକ ଅଛନ୍ତି । ତେଣୁ ଆମେ ନିଶ୍ଚିତ ଯେ ରାଜ୍ୟରେ ନୂତନ ସରକାର ଗଠନ ହେବ ଓ ରାଜ୍ୟବାସୀଙ୍କ ପାଇଁ କାମ କରିବ ।

Intro:Body:

asc

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.