ଗୌହାଟୀ: ଆସାମ ବିଜେପି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ତରୁଣ ଗୋଗୋଇଙ୍କ ଦାବିକୁ ଖଣ୍ଡନ କରିଛି । ଆସାମ ମୁଖ୍ୟମନ୍ତ୍ରୀ ପଦ ପାଇଁ ବିଜେପି ପୂର୍ବତନ ସିଜେଆଇ ଜଷ୍ଟିସ ରଞ୍ଜନ ଗୋଗୋଇଙ୍କୁ ପ୍ରାର୍ଥୀ କରିପାରେ ବୋଲି କଂଗ୍ରେସ ବରିଷ୍ଠ ନେତା ଦାବି କରିଥିଲେ ।
ଆସାମ ବିଜେପି ଅଧ୍ୟକ୍ଷ ରଞ୍ଜିତ କୁମାର ଦାସ କହିଛନ୍ତି, ଲୋକଙ୍କ ବୟସ ବଢିଲେ ସେମାନେ ଅନେକ ଅର୍ଥହୀନ କଥାବାର୍ତ୍ତା କରନ୍ତି । ସେହିପରି ଅରୁଣ ଗୋଗୋଇ ମଧ୍ୟ କରୁଛନ୍ତି । ଅନେକ ପୂର୍ବତନ ମୁଖ୍ୟମନ୍ତ୍ରୀ ଦେଖିଛି , ହେଲେ ଏମିତି ଗୋଗୋଇଙ୍କ ପରି କେହି ଭିତ୍ତିହୀନ ମନ୍ତବ୍ୟ ଦେଉଥିବା ଦେଖିନାହିଁ । ସେ ଯାହା ବି କହିଛନ୍ତି ସେଥିରେ କୌଣସି ସତ୍ୟତା ନାହିଁ ।
85 ବର୍ଷୀୟ ତରୁଣ ଗୋଗୋଇ ଯିଏ କି 2001ରୁ 2016 ପର୍ଯ୍ୟନ୍ତ ଆସାମର ମୁଖ୍ୟମନ୍ତ୍ରୀ ଥିଲେ । ଶନିବାର ସେ ସାମ୍ବାଦିକଙ୍କୁ ସମ୍ବୋଧିତ କରି କହିଥିଲେ ପୂର୍ବତନ ସିଜେଆଇ ତଥା ରାଜ୍ୟସଭା ସଦସ୍ୟ ଏବେ 2021 ନିର୍ବାଚନରେ ବିଜେରି ପକ୍ଷରୁ ଆସାମ ସିଏମ ପଦ ପାଇଁ ଲଢିପାରନ୍ତି । ସେ ଏନେଇ କୌଣସି ଏକ ସୂତ୍ରରୁ ଖବର ପାଇଥିବା କହିଥିଲେ ।
ରଞ୍ଜନ ଗୋଗୋଇଙ୍କ କେତେକ ମାମଲାର ଶୁଣାଣି ଓ ରାୟ ପ୍ରକାଶ ନେଇ ବିଜେପି ତାଙ୍କ ଉପରେ ଖୁସି ଥିଲା । ପୂର୍ବତନ ସିଜେଆଇ ସର୍ବଦା ରାଜନୀତିରେ ପ୍ରବେଶ କରିବାକୁ ଚାହୁଁଥିଲେ । ତେଣୁ ସେ ପ୍ରଥମେ ରାଜ୍ୟସଭା ସାଂସଦ ହେବା ପରେ ପର୍ଯ୍ୟାୟ କ୍ରମେ ରାଜନୀତିରେ ପ୍ରବେଶ କରିବାକୁ ପ୍ରୟାସ ଜାରି ରଖିଛନ୍ତି ବୋଲି ପୂର୍ବତନ ମୁଖ୍ୟମନ୍ତ୍ରୀ କହିଥିଲେ ।