ETV Bharat / bharat

କେନ୍ଦ୍ରର ଟଙ୍କା ବଞ୍ଚାଇବାକୁ ମୁଖ୍ୟମନ୍ତ୍ରୀ ହୋଇଥିଲେ ଫଡନାଭିସ: ଅନନ୍ତ ହେଗଡେ

author img

By

Published : Dec 2, 2019, 12:25 PM IST

Updated : Dec 2, 2019, 12:55 PM IST

ବିକାଶମୂଳକ କାର୍ଯ୍ୟ ପାଇଁ କେନ୍ଦ୍ରରୁ ପାରିତ 40 ହଜାର କୋଟି ଟଙ୍କା ବଞ୍ଚାଇବାକୁ ମୁଖ୍ୟମନ୍ତ୍ରୀ ହୋଇଥିଲେ ଦେବେନ୍ଦ୍ର ଫଡନାଭିସ୍ । ଏମିତି କିଛି ଆଶ୍ଚର୍ଯ୍ୟଜନକ ବୟାନ ଦେଇଛନ୍ତି ବିଜେପି ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅନନ୍ତ କୁମାର ହେଗଡେ । ସେପଟେ ହେଗଡେଙ୍କ ବୟାନକୁ ମିଛ ବୋଲି କହିଛନ୍ତି ଫଡନାଭିସ ।

ଅନନ୍ତ ହେଗଡେ
ଫାଇଲ ଫଟୋ

ନୂଆଦିଲ୍ଲୀ: ଦୀର୍ଘ ଏକ ମାସ ଧରି ମହାରାଷ୍ଟ୍ରରେ ଚାଲିଥିଲା ପଲିଟିକାଲ ଡ୍ରାମା । ମୁଖ୍ୟମନ୍ତ୍ରୀ ପଦକୁ ନେଇ ଶିବସେନା ଓ ବିଜେପି ମଧ୍ୟ ଛିଣ୍ଡୁନଥିଲା ଅଙ୍କ । ହେଲେ ଏବେ ଏହି ପଲିଟିକାଲ ଡ୍ରାମାରେ ପଡିଛି ପୂର୍ଣ୍ଣଛେଦ । ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଭାବେ ଉଦ୍ଧବ ଠାକ୍‌ରେ ଶପଥ ଗ୍ରହଣ କରିଛନ୍ତି । ଏବେ କିନ୍ତୁ ବିଜେପି ନେତା ଦେବେନ୍ଦ୍ର ଫଡନାଭିସ ହୋଇଥିବା 3 ଦିନିଆ ମୁଖ୍ୟମନ୍ତ୍ରୀ ପଦକୁ ନେଇ ନୂଆ ଖୁଲାସା ହୋଇଛି । ମହାରାଷ୍ଟ୍ରର ବିକାଶମୂଳକ କାର୍ଯ୍ୟ ପାଇଁ କେନ୍ଦ୍ରରୁ ଆସିଥିବା ଫଣ୍ଡ ଟଙ୍କା ବଞ୍ଚାଇବାକୁ ଫଡନାଭିସ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ହୋଇଥିଲେ । ଏମିତି କିଛି ଆଶ୍ଚର୍ଯ୍ୟଜନକ ବୟାନ ଦେଇଛନ୍ତି ବିଜେପି ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅନନ୍ତ କୁମାର ହେଗଡେ ।

ଅନନ୍ତ ହେଗଡେ
ଫଟୋ ସୌଜନ୍ୟ :ଟ୍ବିଟର@ଏଏଆଇ

ହେଗଡେଙ୍କ କହିବାନୁସାରେ, ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ପାଣ୍ଠିରେ 40 ହଜାର କୋଟି ଟଙ୍କା ରହିଥିଲା । ଯଦି କଂଗ୍ରେସ, ଏନସିପି ଓ ଶିବସେନା ମଧ୍ୟରୁ କେହି ଯଦି ପ୍ରଥମେ କାର୍ଯ୍ୟଭାର ଗ୍ରହଣ କରିଥାନ୍ତେ ତେବେ ଏହି ଟଙ୍କାର ଦୁରୁପଯୋଗ ହୋଇଥାନ୍ତେ । ତେଣୁ କେନ୍ଦ୍ରରୁ ପାରିତ ଏହି ଟଙ୍କାକୁ କେନ୍ଦ୍ରକୁ ଫେରସ୍ତ କରିବା ଉଦ୍ଦେଶ୍ୟରେ ଏହି ନାଟକ କରିଥିଲା ବିଜେପି । ମୁଖ୍ୟମନ୍ତ୍ରୀ ହେବା ପରେ ଫଡନାଭିସ ଏହି ଟଙ୍କାକୁ କେନ୍ଦ୍ରକୁ ଫେରସ୍ତ କରିଥିଲେ ।

ଅନନ୍ତ ହେଗଡେ
ଫଟୋ ସୌଜନ୍ୟ :ଟ୍ବିଟର@ଏଏଆଇ
ଭିଡିଓ ସୌଜନ୍ୟ :ଟ୍ବିଟର@ଏଏଆଇ

ସେପଟେ ହେଗଡେଙ୍କ ଏହି ବୟାନକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ । ସେ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ହେବା ପରେ ଏମିତି କିଛି ବଡ ନିଷ୍ପତ୍ତିର ନିର୍ଣ୍ଣୟ ମୋ ଦ୍ବାରା ନିଆଯାଇନାହିଁ । ଏସବୁ ମିଥ୍ୟା ଅଟେ ।

Intro:Body:

BLANK FOR LINK 

Conclusion:
Last Updated : Dec 2, 2019, 12:55 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.