ନୂଆଦିଲ୍ଲୀ: ସଂସଦରେ ଅଧିବେଶନ ଚାଲିଥିବା ବେଳେ ଜୁଲାଇ 2 ତାରିଖରେ ବିଜେପିର ସଂସଦୀୟ ଦଳ ବୈଠକ ହେବାକୁ ଯାଉଛି । ଏହି ବୈଠକରେ ପ୍ରଧାନମନ୍ତ୍ରୀଙ୍କ ପାଖାପାଖି 80 ସାଂସଦଙ୍କ ଏଜେଣ୍ଡା ପ୍ରସ୍ତୁତ କରାଯିବାର ସମ୍ଭାବନା ରହିଛି ।
ବୈଠକରେ ଏଜେଣ୍ଡାକୁ ନେଇ କୌଣସି ଔପଚାରିକ ବୟାନ ଆସିନଥିବା ବେଳେ ଅନ୍ତଃରାଷ୍ଟ୍ରୀୟ ଗସ୍ତରୁ ଆସିବା ପରେ ସଂସଦୀୟ ଦଳ ବୈଠକରେ ପ୍ରଧାନମନ୍ତ୍ରୀଙ୍କ ଅଭିବାଦନର ପରମ୍ପରା ରହିଛି ।
ପ୍ରଥମ ବୈଠକ 25 ଜୁନରେ ହେବା ନେଇ ନିର୍ଦ୍ଧାରିତ ଥିବା ବେଳେ ରାଜସ୍ଥାନ ବିଜେପି ପ୍ରମୁଖ ତଥା ରାଜ୍ୟସଭା ସାଂସଦ ମଦନଲାଲ ସାଇନିଙ୍କ ମୃତ୍ୟୁ ପରେ ଏହାକୁ ସ୍ଥଗିତ ରଖାଯାଇଥିଲା ।