ETV Bharat / bharat

ବିଜେପି ମହାସଚିବ ପଦରୁ ହଠିଲେ ରାମଲାଲ, ଆରଏସଏସରେ ମିଳିଲା ଦାୟିତ୍ବ

author img

By

Published : Jul 14, 2019, 4:53 PM IST

ବିଜେପି ରାଷ୍ଟ୍ରୀୟ ମହାସଚିବ ରାମଲାଲଙ୍କୁ ତାଙ୍କ ପଦରୁ ହଟାଇ ଦିଆଯାଇଛି । ସେ ଆରଏସଏସର ଅଖିଳ ଭାରତୀୟ ସହ ସମ୍ପର୍କ ଦାୟିତ୍ବ ତୁଲାଇବେ ।

ଫାଇଲ ଫଟୋ

ନୂଆଦିଲ୍ଲୀ: ବିଜେପି ନିଜ ସଙ୍ଗଠନରେ ବଡ଼ ଧରଣର ଅଦଳବଦଳ କରିଛି । ଦଳର ରାଷ୍ଟ୍ରୀୟ ମହାସଚିବ ରାମଲାଲଙ୍କୁ ତାଙ୍କ ପଦରୁ ହଟାଇ ଦିଆଯାଇଛି । ଏବେ ତାଙ୍କୁ ନୂଆ ଦାୟିତ୍ବ ଦିଆଯାଇଛି । ସେ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ(ଆରଏସଏସ) ଅଖିଳ ଭାରତୀୟ ସହ ସମ୍ପର୍କ ପ୍ରମୁଖର ଦାୟିତ୍ବ ତୁଲାଇବେ ।

ପୂର୍ବରୁ ଏହି ଦାୟିତ୍ବରେ ଅନିରୁଦ୍ଧ ଦେଶପାଣ୍ଡେ ଥିଲେ । ଭି. ସତୀଶଙ୍କୁ ରାମଲାଲଙ୍କ ସ୍ଥାନରେ ନିଯୁକ୍ତି ଦିଆଯିବାର ସମ୍ଭାବନା ରହିଛି । ସୂଚନା ଥାଉ କି 2005ରେ ବିଜେପି ସଙ୍ଗଠନ ମହାସଚିବ ସଞ୍ଜୟ ଜୋଶୀଙ୍କର ଏକ ଅଶ୍ଳୀଳ ଭିଡିଓ ଆସିବା ତାଙ୍କୁ ବିଜେପିରୁ ନିଲମ୍ବିତ କରାଯାଇଥିଲା । ଏହାପରେ 2006ର ଆରମ୍ଭରୁ ରାମଲାଲଙ୍କୁ ବିଜେପିର ସଙ୍ଗଠନ ମହାସଚିବ ଭାବେ ଘୋଷଣା କରାଯାଇଥିଲା ।

ଉଲ୍ଲେଖଯୋଗ୍ୟ ଯେ ବିଜେପିର ମହାସଚିବ ପଦରେ ରାମଲାଲ ସବୁଠାରୁ ଅଧିକ ସମୟ ରହିଛନ୍ତି । ଏହାସହ ସେ 10 ବର୍ଷ ପରେ ଆରଏସଏସକୁ ଫେରିଛନ୍ତି । ସୂଚନାଯୋଗ୍ୟ ଯେ କେନ୍ଦ୍ରରେ ବିଜେପିର ସଙ୍ଗଠନ ମହାସଚିବ ଏବଂ ରାଜ୍ୟରେ ସଙ୍ଗଠନ ମନ୍ତ୍ରୀ ଆରଏସଏସ ପକ୍ଷରୁ ପଠାଯାଏ । ଏମାନେ ପାର୍ଟିରେ ସଙ୍ଗଠନ, ସଙ୍ଘ ଏବଂ ବିଜେପି ମଧ୍ୟରେ ସମନ୍ବୟର କାର୍ଯ୍ୟଭାର ସମ୍ଭାଳନ୍ତି । ବିଜେପିରେ ଦଳୀୟ ଅଧ୍ୟକ୍ଷ ପରେ ସଙ୍ଗଠନ ମହାସଚିବ ପଦ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ହୋଇଥାଏ ।

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.