ETV Bharat / bharat

କର୍ଣ୍ଣାଟକ ବାଚସ୍ପତିଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବ ବିଜେପି

କର୍ଣ୍ଣାଟକ ବିଧାନସଭା ବାଚସ୍ପତି କେଆର ରମେଶ କୁମାର ସ୍ବଇଚ୍ଛାରେ ଇସ୍ତଫା ନଦେଲେ ତାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବ ବିଜେପି ।

author img

By

Published : Jul 28, 2019, 10:18 AM IST

ଫାଇଲ ଫଟୋ

ବେଙ୍ଗାଲୁରୁ: କର୍ଣ୍ଣାଟକରେ କଂଗ୍ରେସ-ଜେଡିଏସର ମେଣ୍ଟ ସରକାର ଭାଙ୍ଗିବା ପରେ ବିଧାନସଭା ବାଚସ୍ପତି କେଆର ରମେଶ କୁମାରଙ୍କୁ ତାଙ୍କ ପଦବୀରୁ ହଟାଇବା ପାଇଁ ପ୍ରସ୍ତୁତ ହେଉଛି ବିଜେପି । ଦଳ ବାଚସ୍ପତିଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିପାରେ ବୋଲି ଜାଣିବାକୁ ମିଳୁଛି । ସେ ସ୍ବଇଚ୍ଛାରେ ଇସ୍ତଫା ନଦେଲେ ଦଳ ଏଭଳି ପଦକ୍ଷେପ ଉଠାଇପାରେ ବୋଲି ବିଜେପିର ଜଣେ ବିଧାୟକ କହିଛନ୍ତି ।

ଜୁଲାଇ 30 ତାରିଖରେ ହେବାକୁ ଥିବା ଆସ୍ଥା ଭୋଟରେ ଜିତିବା ବିଜେପି ବାଚସ୍ପତିଙ୍କ ଇସ୍ତଫା ପାଇଁ ପ୍ରତୀକ୍ଷା କରିବ । ଯଦି ସେ ସ୍ବଇଚ୍ଛାରେ ଇସ୍ତଫା ନଦିଅନ୍ତି, ତାହେଲେ ଦଳ ତାଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ ଆଣିବ । ବିରୋଧୀ ଦଳରୁ କୌଣସି ନେତା ବାଚସ୍ପତି କିପରି ହେବେ ବୋଲି ବିଧାୟକ ଜଣକ କହିଛନ୍ତି ।

ସେପଟେ ରମେଶ କୁମାରଙ୍କ ଇସ୍ତଫା ଉପରେ ବିଜେପି ସିଧାସଳଖ ବାର୍ତ୍ତା ଦେଇଥିଲେ ମଧ୍ୟ ଏନେଇ ଏବେ ସୁଦ୍ଧା ବାଚସ୍ପତି କୌଣସି ପ୍ରତିକ୍ରିୟା ଦେଇନାହାଁନ୍ତି । ଏହା ପୂର୍ବରୁ ଶନିବାର ଡେଜିଏସ ବିଜେପିକୁ ସମର୍ଥନ କରିବ ବୋଲି ଚର୍ଚ୍ଚା ହେଉଥିଲା । କିନ୍ତୁ ଜେଡିଏସ ଏହାକୁ ଖାରଜ କରିଛି । ସୂଚନା ଯୋଗ୍ୟ ଯେ, ବାଚସ୍ପତି ଶାସକ ଦଳ କିମ୍ବା ମେଣ୍ଟ ସରକାରର ହୋଇଥାନ୍ତି ।

Intro:Body:

TESTING

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.