ଗାଜିଆବାଦ: ବିଜେପି ରାଜ୍ୟସଭା ସାଂସଦ ଅନୀଲ ଅଗ୍ରୱାଲଙ୍କ ସୁରକ୍ଷାରେ ନିୟୋଜିତ ପୋଲିସକର୍ମୀ ନିଜକୁ ଗୁଳି କରି ଆତ୍ମହତ୍ୟା କରିଛି । ଆତ୍ମହତ୍ୟା କରିଥିବା ସୁରକ୍ଷାକର୍ମୀଙ୍କ ନାଁ ଗୌରବ ବୋଲି ଜଣାପଡିଛି ।
ସୂଚନା ଅନୁଯାୟୀ ଗୌରବ ନିଜ କୋଠରୀରେ କାହା ସହ ଫୋନରେ କଥା ହେଉଥିଲା । ଏହି ସମୟରେ ଅଚାନକ ଗୁଳି ଫୁଟିବା ଶବ୍ଦ ଶୁଣିବାକୁ ମିଳିଥିଲା । ଗୁରୁତର ଅବସ୍ଥାରେ ଗୌରବଙ୍କୁ ଡାକ୍ତରଖାନା ସ୍ଥାନାନ୍ତର କରାଯାଉଥିବା ସମୟରେ ତାଙ୍କର ମୃତ୍ୟୁ ହୋଇଯାଇଛି ।
ସାଂସଦ ଅନୀଲ ଅଗ୍ରୱାଲଙ୍କ ଘରେ ଥିବା ସୁରକ୍ଷାକର୍ମୀ ବିଶ୍ରାମାଗାରରେ ଏହି ଘଟଣା ଘଟିଛି । ତେବେ ଘଟଣାକୁ ନେଇ ପୋଲିସ ଯାଞ୍ଚ କରୁଛି ।