ETV Bharat / bharat

ଦିଲ୍ଲୀ ବିଧାନସଭା ନିର୍ବାଚନ: ଭୋଟ ଦେଲେ ହେଭିୱେଟ - ଭୋଟ ଦେଲେ ଜୟଶଙ୍କର

ଜାତୀୟ ରାଜଧାନୀ ଦିଲ୍ଲୀର 70ଟି ବିଧାନସଭା ଆସନ ପାଇଁ ଆରମ୍ଭ ହୋଇଯାଇଛି ମତଦାନ ପ୍ରକ୍ରିୟା । ନିଜର ମତାଧିକାର ସାବ୍ୟସ୍ତ କରୁଛନ୍ତି ଅନେକ ହେଭିୱେଟ । ଅଧିକ ପଢନ୍ତୁ...

delhi assembly election
ଦିଲ୍ଲୀ ନିର୍ବାଚନ
author img

By

Published : Feb 8, 2020, 8:46 AM IST

Updated : Feb 8, 2020, 12:31 PM IST

ନୂଆଦିଲ୍ଲୀ: ଜାତୀୟ ରାଜଧାନୀ ଦିଲ୍ଲୀର 70ଟି ବିଧାନସଭା ଆସନ ପାଇଁ ଆରମ୍ଭ ହୋଇଯାଇଛି ମତଦାନ ପ୍ରକ୍ରିୟା । ଫେବୃଆରୀ 8 ତାରିଖ ଶନିବାର ସକାଳ 8ଟାରୁ ଆରମ୍ଭ ହୋଇଥିବା ମତଦାନ ପ୍ରକ୍ରିୟା ସନ୍ଧ୍ୟା 6ଟା ପର୍ଯ୍ୟନ୍ତ ଚାଲିବ । ନିର୍ବାଚନରେ ନିଜର ମତ ସାବ୍ୟସ୍ତ କରିବାକୁ ବିଭିନ୍ନ ବୁଥରେ ପହଞ୍ଚୁଛନ୍ତି ମତଦାତାଙ୍କ ଠାରୁ ଆରମ୍ଭ କରି ରାଜନେତା ।ଏହି କ୍ରମରେ ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର । ଦିଲ୍ଲୀର ତୁଗଲକ କ୍ରେସେଣ୍ଟସ୍ଥିତ ଏନଡିଏମସି ବିଦ୍ୟାଳୟରେ ସ୍ଥାପିତ ବୁଥରେ ଭୋଟ ଦେଇଛନ୍ତି ସେ ।

ଦିଲ୍ଲୀ ନିର୍ବାଚନ: ଭୋଟ ଦେଲେ ହେଭିୱେଟ

ମତଦାନ ଦେବାପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ବୈଦେଶିକ ମନ୍ତ୍ରୀ କହିଛନ୍ତି, 'ଭୋଟ ଦେବା ଦେଶର ପ୍ରତିଟି ନାଗରିକଙ୍କ କର୍ତ୍ତବ୍ୟ । ସେମାନେ ନିଜ କର୍ତ୍ତବ୍ୟକୁ ନିଷ୍ଠାର ସହ ପାଳନ କରି ଗଣତନ୍ତ୍ରର ମହାପର୍ବରେ ଯୋଗ ଦେବା ଉଚିତ। '

ଦିଲ୍ଲୀ ନିର୍ବାଚନ: ଭୋଟ ଦେଲେ ହେଭିୱେଟ

ସେହିପରି ପଶ୍ଚିମ ଦିଲ୍ଲୀ ଲୋକସଭା ଆସନର ସାଂସଦ ପ୍ରବେଶ ବର୍ମା ମଧ୍ୟ ନିଜ ମତାଧିକାର ସାବ୍ୟସ୍ତ କରିଛନ୍ତି । ଦିଲ୍ଲୀର ମତିଆଲା ବିଧାନସଭା କ୍ଷେତ୍ରର ଏକ ବୁଥରେ ଭୋଟ ଦେଇଛନ୍ତି ସେ ।

ଦିଲ୍ଲୀ ନିର୍ବାଚନ: ଭୋଟ ଦେଲେ ହେଭିୱେଟ

ସେହିପରି କେନ୍ଦ୍ରମନ୍ତ୍ରୀ ତଥା ଚାନ୍ଦିନୀଚୌକ ସାଂସଦ ଡ.ହର୍ଷବର୍ଦ୍ଧନ ମଧ୍ୟ ପୂର୍ବଦିଲ୍ଲୀର କୃଷ୍ଣାନଗରରେ ମତଦାନ କରିଛନ୍ତି । ଦିଲ୍ଲୀ କୃଷ୍ଣା ବିଧାନସଭା ଅଞ୍ଚଳର ବିଜେପି ପ୍ରାର୍ଥୀ ଅନିଲ ଗୋଏଲ ନିଜ ପୁଅଙ୍କ ସହ ମତାଧିକାର ସାବ୍ୟସ୍ତ କରିଛନ୍ତି ।

ଦିଲ୍ଲୀ ନିର୍ବାଚନ

ଦିଲ୍ଲୀ ଉପରାଜ୍ୟପାଳ ଅନିଲ ବୈଜଲ ମଧ୍ୟ ନିଜ ଧର୍ମପତ୍ନୀଙ୍କ ସହ ଗ୍ରେଟର କୈଳାସର ଏକ ପୋଲିଂ ବୁଥରେ ଭୋଟ ଦେଇଛନ୍ତି । ପୂର୍ବତନ ଉପରାଷ୍ଟ୍ରପତି ହାମିଦ ଅନସାରି ଏବଂ ବରିଷ୍ଠ ଆରଏସଏସ ନେତା ରାମଲାଲ୍‌ ନୂଆଦିଲ୍ଲୀ ବିଧାନସଭା କ୍ଷେତ୍ରର ଏକ ପୋଲିଂ ବୁଥରେ ମତଦାନ କରିଛନ୍ତି । ସେପଟେ କଂଗ୍ରେସ ପ୍ରାର୍ଥୀ ଆଲକା ଲାମ୍ବା ଟାଗୋର ଗାର୍ଡେନ ଏକ୍ସଟେନସନରେ ମତଦାନ କରିଛନ୍ତି ।

ଦିଲ୍ଲୀ ମହିଳା ଆୟୋଗର ଅଧ୍ୟକ୍ଷ ସ୍ବାତୀ ମାଲିବାଲ ମଧ୍ୟ ମତଦାନ କେନ୍ଦ୍ର ପହଞ୍ଚି ନିଜ ମତାଧିକାର ସାବ୍ୟସ୍ତ କରିଛନ୍ତି ।

ଦିଲ୍ଲୀ ନିର୍ବାଚନ

ସେହିପରି ‘ଆମ୍‌ ଆଦମୀ ପାର୍ଟି’ର ପ୍ରାର୍ଥୀ ତଥା ଉପ-ମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ ମଧ୍ୟ ନିଜର ମତଦାନ ସାବ୍ୟସ୍ତ କରିଛନ୍ତି । ପାଣ୍ଡବ ନଗରର କର୍ପୋରେସନ ପ୍ରତିଭା ବିଦ୍ୟାଳୟରେ ସେ ଭୋଟିଂ ଦେଇଛନ୍ତି । ମତଦାନ ପରେ ସେ କହିଛନ୍ତି, ଦିଲ୍ଲୀବାସୀ ଉନ୍ନତମାନର ଶିକ୍ଷା ଓ 24 ଘଣ୍ଟିଆ ବିଜୁଳି ବ୍ୟବସ୍ଥାକୁ ନେଇ ଭୋଟ ଦେଉଛନ୍ତି ଦିଲ୍ଲୀବାସୀ ।

ଦିଲ୍ଲୀ ନିର୍ବାଚନ

ଅନ୍ୟପଟେ, ଦିଲ୍ଲୀର ଅନ୍ୟ ଏକ ନିର୍ବାଚନୀ କ୍ଷେତ୍ର ନିର୍ମାଣ ଭବନରେ ଧର୍ମପତ୍ନୀଙ୍କ ସହ ମତଦାନ ଦେଲେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ । ଦିଲ୍ଲୀ ବିଜେପି ସଭାପତି ମନୋଜ ତିୱାରୀ ମଧ୍ୟ ଭୋଟ ଦେଇଛନ୍ତି । ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀ ଝିଅଙ୍କ ସହ ଆସି ମତଦାନ କରିଛନ୍ତି । ଦିଲ୍ଲୀ ଆଉରଙ୍ଗଜେବ ଲେନରୁ ସେ ଭୋଟ ଦେଇଛନ୍ତି।

Last Updated : Feb 8, 2020, 12:31 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.