ନୂଆଦିଲ୍ଲୀ: ପୂର୍ବ ଲଦାଖ ଗଲୱାନ ଘାଟିରେ ଭାରତ-ଚୀନ ସେନା ମଧ୍ୟରେ ଘଟିଥିବା ହିଂସାତ୍ମକ ସଂଘର୍ଷରେ ଶହୀଦ 20 ଜଣ ଯବାନଙ୍କ ମଧ୍ୟରୁ ଜଣେ ଶହୀଦ ପରିବାରର ଦାୟିତ୍ବ ବିଜେପି ସାଂସଦ ମନୋଜ ତିୱାରୀ ଗ୍ରହଣ କରିଛନ୍ତି । ଏହି ସଂଘର୍ଷରେ ଶହୀଦ ହୋଇଥିବା ବିହାରର ସୁନୀଲ କୁମାରଙ୍କ ପରିବାରର ଦାୟିତ୍ବ ଗ୍ରହଣ କରିଛନ୍ତି ତିୱାରୀ । ବଳିଦାନ ଦେଇଥିବା ଏହି ପରିବାରକୁ ଭେଟିବା ପାଇଁ ସେ ବିହାର ଯିବେ । ଶହୀଦ ହୋଇଥିବା 20 ଜଣ ଯବାନଙ୍କ ମଧ୍ୟରୁ 5 ଜଣ ବିହାରର ।
ଶହୀଦ ସୁନୀଲ କୁମାରଙ୍କ ପରିବାର ପ୍ରତିପୋଷଣ ଓ ପିଲାଙ୍କ ଶିକ୍ଷା ଦାୟିତ୍ବ ଗ୍ରହଣ କରିବେ ବୋଲି ଉତ୍ତର-ପୂର୍ବ ଦିଲ୍ଲୀର ବିଜେପି ସାଂସଦ ମନୋଜ ତିୱାରୀ 20 ଜୁନ ଶନିବାର ଟ୍ବିଟ୍ କରି ଘୋଷଣା କରିଛନ୍ତି । ତିୱାରୀ କହିଛନ୍ତି ଯେ ସେ 22 ଜୁନରେ ପରିବାରକୁ ଭେଟିବେ ।
ତିୱାରୀ ତାଙ୍କ ଟ୍ବିଟରେ ଲେଖିଛନ୍ତି, ତ୍ରୀରଙ୍ଗା ଏଭଳି ଯବାନଙ୍କ ଦେଶପ୍ରେମ ପାଇ ଗର୍ବିତ । ଭାରତ ଜମି ସୁରକ୍ଷିତ ଅଛି । ମୁଁ ଶହୀଦ ସୁନୀଲଙ୍କ ପିଲାମାନଙ୍କ ଦାୟିତ୍ବ ନେଉଛି ଓ 22 ଜୁନ୍ ପରିବାରକୁ ଭେଟିବାକୁ ଆସୁଛି । ଶହୀଦ ସୁନୀଲ ବିହାର ବାସିନ୍ଦା ଥିଲେ ଓ ତାଙ୍କର 3 ଶିଶୁ ଦାନାପୁରର ଆର୍ମି ସ୍କୁଲରେ ପଢୁଥିଲେ । 18 ଜୁନ ଗୁରୁବାର ବିହାରରେ ଶହୀଦ ସୁନୀଲଙ୍କ ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସମ୍ମାନର ସହ ଅନ୍ତିମ ସଂସ୍କାର କରାଯାଇଥିଲା ।