ନୂଆଦିଲ୍ଲୀ: ବିଜେପି ସାସଂଦଙ୍କ ଅପ୍ରିତିକର ଅଭିଯୋଗ । ବୁଧବାର ବିଜେପିର ସ୍ଥାନୀୟ ସାଂସଦ ଭୋଳା ସିଂ ଏକ ନମାଜ ପଢିବାକୁ ନେଇ ଏକ ଅପ୍ରିତିକର ମନ୍ତବ୍ୟ ଦେଇଛନ୍ତି । ସେ କହିଛନ୍ତି ନମାଜ ପଢିବା ସମୟରେ ରାସ୍ତା ଅବରୋଧ କରୁଥିବା ଲୋକମାନଙ୍କ ବିରୋଧରେ ତଦନ୍ତ ହେବା ଦରକାର ।
ତେବେ ସେ ଏକ ସ୍ବତନ୍ତ୍ର ଗଣମାଧ୍ୟମକୁ ଭେଟିବାକୁ ଯାଇ କହିଛନ୍ତି, ‘‘ଯଦି କୌଣସି ଧର୍ମର ବ୍ୟକ୍ତି ନିଜର ଫେଷ୍ଟିଭାଲ ସମୟରେ ଅନ୍ୟକୁ ଅସୁବିଧାରେ ପକାଉଛି, ତେବେ ତାହା କରିବା ଉଚିତ୍ ନୁହେଁ । ଏଥିସହ ସେ କହିଛନ୍ତି, ଆପଣମାନେ ନିଜର ଭକ୍ତି ବ୍ୟକ୍ତ କରିବାକୁ ସ୍ବତନ୍ତ୍ର ସ୍ଥାନ ନିର୍ଦ୍ଧାରଣ ହୋଇଛି । ତେଣୁ ସେଥିପାଇଁ ରାସ୍ତା ଅବରୋଧ କରିବା ଉଚିତ୍ ନୁହେଁ । ତେବେ ଯଦି ଏହା ହେଉଛି ତାହା ଭୁଲ୍ ଅଟେ ଏବଂ ଏଥିପାଇଁ ତଦନ୍ତ ହେବା ଦରକାର ।
ଏଥିସହ ସେ କହିଛନ୍ତି ହିନ୍ଦୁ ଧର୍ମରେ ହୋଲି, ଦୀପାବଳି, ରକ୍ଷାବନ୍ଧନ ଆଦି ପର୍ବପର୍ବାଣୀ ସାରାଦେଶରେ ଧୁମଧାମର ସହ ପାଳନ କରାଯାଏ । କିନ୍ତୁ କୌଣସି ଲୋକ ଆମ ପର୍ବପର୍ବାଣୀରେ ଅସୁବିଧାର ସମ୍ମୁଖୀନ ହୁଅନ୍ତି ନାହିଁ ।