ETV Bharat / bharat

ସ୍ପଷ୍ଟ ହେବ ମହାରାଷ୍ଟ୍ର ସିଏମ ସିଟ୍‌! ଗୁରୁବାର ରାଜ୍ୟପାଳଙ୍କୁ ଭେଟିବେ ବିଜେପି ପ୍ରତିନିଧିମଣ୍ଡଳୀ - ମହାରଷ୍ଟ୍ର ସରକାର ଗଠନ

ଗୁରୁବାର ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂହ କୋଶ୍ୟାରୀଙ୍କୁ ଭେଟବେ ବିଜେପି ପ୍ରତିନିଧିମଣ୍ଡଳୀ। ଅଧିକ ପଢନ୍ତୁ...

ଫାଇଲ ଫଟୋ
author img

By

Published : Nov 6, 2019, 10:10 PM IST

ମୁମ୍ବାଇ: ଲାଗାତାର 13 ଦିନ ପରେ ମଧ୍ୟ ମହାରାଷ୍ଟ୍ରରେ ସରକାର ଗଠନକୁ ନେଇ ସସପେନ୍ସ ଜାରି ରହିଛି । ବିଜେପି-ଶିବସେନା ମଧ୍ୟରେ ଛକାପଞ୍ଝାରେ ପୂର୍ଣ୍ଣଚ୍ଛେଦ ପଡିବା ନେଇ ପୂର୍ବାଭାସ ମିଳିବାରେ ଲାଗିଛି । ଏହାସହ ରାଜ୍ୟରେ ବିଜେପି ସରକାର ଗଠନ କରିବା ସ୍ପଷ୍ଟ ହେବ ବୋଲି ଖବର ରହିଛି । ଗୁରୁବାର ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂହ କୋଶ୍ୟାରୀଙ୍କୁ ଭେଟବେ ବିଜେପି ପ୍ରତିନିଧିମଣ୍ଡଳୀ।

ବିଜେପି ପ୍ରତିନିଧିମଣ୍ଡଳୀଙ୍କ ରାଜ୍ୟପାଳଙ୍କୁ ଭେଟିବା ନେଇ ଶିବସେନା ନେତା ସଞ୍ଜୟ ରାଉତ ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ, ଯଦି ଗୁରୁବାର ବିଜେପି ନେତା ରାଜ୍ୟପାଳଙ୍କୁ ଭେଟିବାକୁ ଯାଉଛନ୍ତି ତେବେ ରାଜ୍ୟପାଳଙ୍କୁ ରାଜ୍ୟର ସବୁଠାରୁ ଏକକ ସଂଖ୍ୟା ଗରିଷ୍ଠ ଦଳ ଭାବରେ ସରକାର ଗଠନ କରିବା ପାଇଁ ଦାବି ଉପସ୍ଥାପନା କରିବା ଆବଶ୍ୟକ । ଏହାସହ ଉଦ୍ଧବ ଠାକରେଙ୍କୁ ବିଜେପ ପକ୍ଷରୁ କୌଣସି ପ୍ରସ୍ତାବ ମିଳିନଥିବା କଥା କହିଛନ୍ତି।

ଏହାସହ ସଞ୍ଜୟ ଆହୁରି କହିଛନ୍ତି ଯେ, ଶିବସେନା ମହାରାଷ୍ଟ୍ର ରାଜ୍ୟପାଳଙ୍କୁ ଭେଟିଛନ୍ତି । ଏହାସହ ରିପବ୍ଲିକାନ ପାର୍ଟି ଅଫ୍‌ ଇଣ୍ଡିଆର ସୁପ୍ରିମୋ ରାମଦାସ ଅଠାୱଲେଙ୍କ ସହ ମଧ୍ୟ ସାକ୍ଷାତକାର କରିଛନ୍ତି।

ଉଲ୍ଲେଖ ଯୋଗ୍ୟ ଗୁରୁବାର ବିଜେପି ପ୍ରତିନିଧିମଣ୍ଡଳୀ ରାଜ୍ୟପାଳଙ୍କୁ ଭେଟିବାକୁ ଯାଉଛନ୍ତି । ବିଜେପି ବରିଷ୍ଠ ନେତା ସୁଧୀର ମୁନଗଣ୍ଟିଓ୍ଵାର ରାଜ୍ୟାପଳଙ୍କୁ ଭେଟିବା ନେଇ ସୂଚନା ଦେଇଛନ୍ତି। ମହାରାଷ୍ଟ୍ର ବିଜେପି ଅଧ୍ୟକ୍ଷ ଚନ୍ଦ୍ରକାନ୍ତ ପାଟିଲଙ୍କ ଅଧ୍ୟକ୍ଷତାର ଗୁରୁବାର ସକାଳେ ରାଜ୍ୟପାଳଙ୍କୁ ସାକ୍ଷାତ କରିବେ ବୋଲି ସେ କହିଛନ୍ତି।

ଏଠାରେ ସୂଚନାଯୋଗ୍ୟ ଯେ ଶିବସେନାକୁ ସମର୍ଥନ ନକରିବା ନେଇ ଏନସିପିର ଘୋଷଣା ପରେ ଏବେ ଶିବସେନା ନିରୂପାୟ ହୋଇପଡୁଛି। ଏବେ ରାଜ୍ୟରେ ବିଜେପି-ଶିବସେନା ମେଣ୍ଟ ସରକାର ଗଠନ କରିବା ଏକ ପ୍ରକାର ନିଶ୍ଚିତ ହେଲା ଭଳି ଲାଗୁଛି।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.