ETV Bharat / bharat

ମୋଦିଙ୍କ ସଭାକୁ ହଳଦୀ-ଚାଉଳ ଦେଇ ନିମନ୍ତ୍ରଣ

ମୋଦିଙ୍କ ସଭାରେ ଯୋଗଦେବାକୁ ନିଆରା ଢଙ୍ଗରେ ନିମନ୍ତ୍ରଣ । ହଳଦୀ-ଚାଉଳ ଦେଇ ନିମନ୍ତ୍ରଣ କରୁଛନ୍ତି ବିଜେପି କର୍ମୀ ।

author img

By

Published : May 15, 2019, 4:04 PM IST

ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ

ଭୋପାଳ: ପୂର୍ବରୁ ବାହାଘର ଓ ବ୍ରତଘର ପାଇଁ ହଳଦୀ-ଚାଉଳ ଦେଇ ନିମନ୍ତ୍ରଣ କରାଯାଉଥିଲା । କେତେକ ସ୍ଥାନରେ ଏବେବି ଏହି ପରମ୍ପରା ରହିଛି । ହଳଦୀ-ଚାଉଳକୁ ଶୁଭକାର୍ଯ୍ୟର ପ୍ରତୀକ ଭାବରେ ଆମ ସଭ୍ୟତାରେ ଗ୍ରହଣ କରାଯାଇଥାଏ । ଆଉ ଏବେ ନିର୍ବାଚନ ପ୍ରଚାରରେ ବି ଏହାର ବ୍ୟବହାର ଦେଖିବାକୁ ମିଳିଛି ।

ଘଟଣାଟି ମଧ୍ୟପ୍ରଦେଶର । ଆସନ୍ତା 19ରେ ହେବ ଶେଷ ପର୍ଯ୍ୟାୟ ନିର୍ବାଚନ । ଆଉ ଏଥିପାଇଁ ପ୍ରଚାର ଜୋରସୋରରେ ଚାଲିଛି । 17 ତାରିଖ ପ୍ରଚାରର ଶେଷ ଦିନ । ମଧ୍ୟପ୍ରଦେଶର ଖରଗୋନ ଜିଲ୍ଲାରେ ପ୍ରଧାନମନ୍ତ୍ରୀ ପ୍ରଚାର କରିବାର କାର୍ଯ୍ୟକ୍ରମ ରହିଛି । ତେବେ ମୋଦିଙ୍କ ସଭାରେ ସାମିଲ ହେବା ପାଇଁ ହଳଦୀ-ଚାଉଳ ଦେଇ ଲୋକଙ୍କୁ ନିମନ୍ତ୍ରଣ କରୁଛନ୍ତି ବିଜେପି କାର୍ଯ୍ୟକର୍ତ୍ତା ।

ଦଳୀୟ କର୍ମୀ ଘରକୁ ଘର ଯାଇ ଲୋକଙ୍କୁ ନିମନ୍ତ୍ରଣ କରୁଛନ୍ତି । ମୋଦିଙ୍କ ସଭାରେ ସାମିଲ ହେବା ପାଇଁ ଅନୁରୋଧ କରୁଛନ୍ତି । ତେଣୁ କୁହାଯାଇପାରେ ପୂର୍ବ ପରମ୍ପରାକୁ ଆପଣେଇ ଲୋକଙ୍କୁ ଆକୃଷ୍ଟ କରୁଛନ୍ତି ବିଜେପି କର୍ମକର୍ତ୍ତା ।

Intro:Body:

prabir 1

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.