ETV Bharat / bharat

ବିଜେପି ନେତ୍ରୀଙ୍କ ଦବଙ୍ଗଗିରି, ସରକାରୀ କର୍ମଚାରୀଙ୍କୁ ଚପଲରେ ମାରି ଫସିଲେ

author img

By

Published : Jun 5, 2020, 9:02 PM IST

ସରକାରୀ କର୍ମଚାରୀଙ୍କୁ ଚପଲରେ ମାରି ଫସିଲେ ବିଜେପି ନେତ୍ରୀ। ସୋସିଆଲ ମିଡିଆରେ ଭାଇରାଲ ହେଲା ଭିଡିଓ । ଅଧିକ ପଢନ୍ତୁ...

bjp-leader-sonali-phogat-slaps-government-employee-in-hisar
ସରକାରୀ କର୍ମଚାରୀଙ୍କୁ ଚପଲରେ ମାରି ଫସିଲେ

ଚଣ୍ଡିଗଡ: ବିଜେପି ନେତ୍ରୀ ତଥା ଟିକଟକ ଷ୍ଟାର ସୋନାଲି ଫୋଗାଟଙ୍କ ଦବଙ୍ଗଗିରି । ଜଣେ ସରକାରୀ କର୍ମଚାରୀଙ୍କୁ ଚପଲରେ ମାରିବା ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏହି ଭିଡିଓ ହିସାର ବାଲସଂସଦ ଗାଁର ବୋଲି କୁହାଯାଉଛି ।

ସୂଚନା ଅନୁସାରେ ଏଠାରେ ମାର୍କେଟିଂ କମିଟିର ପରଚେଜ ୱାଇଣ୍ଡ ଚାଲିଥିଲା । ଏହି ସମୟରେ ସୋନାଲି ଆସି ପହଞ୍ଚିଥିଲେ । କୌଣସି କାରଣକୁ ନେଇ ତାଙ୍କର ଏହି ସରକାରୀ କର୍ମଚାରୀଙ୍କ ସହ ପାଟିତୁଣ୍ଡ ହୋଇଥିଲା । ଫଳରେ ସୋନାଲି ତାଙ୍କୁ ଚପଲରେ ମାଡ ମାରିଥିଲେ ।

ଯେତିକି ଚାପୁଡା ବା ମାଡ ହୋଇଛି ସେତିକି ତୁମକୁ କମ ବୋଲି ଭିଡିଓରେ ସୋନାଲି କହୁଥିବା ଦେଖାଯାଇଛି । ତେବେ ଭିଡିଓ ଭାଇରାଲ ହେବା ପରେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ପହଞ୍ଚିଛି ମାମଲା । ବର୍ତ୍ତମାନ ଘଟଣା ବିଷୟରେ ସିଆଇଡି ବିଭାଗକୁ ଉତ୍ତର ମାଗିଛନ୍ତି ମୁଖ୍ୟମନ୍ତ୍ରୀ ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.