ETV Bharat / bharat

ପୂର୍ବତନ ବିଜେପି ଜିଲ୍ଲା ସଭାପତିଙ୍କୁ ଗୁଳି କରି ହତ୍ୟା, ତଦନ୍ତ ଜାରି

ବାଗପତରେ ଥମୁନି ହତ୍ୟାକାଣ୍ଡ । ପୁଣି ଜିଲ୍ଲାରେ ଜଣେ ବିଜେପିର ପୂର୍ବତନ ଜିଲ୍ଲା ସଭାପତିଙ୍କୁ ଗୁଳି କରି ହତ୍ୟା କରାଯାଇଛି । ଯାହାକୁ ନେଇ ଉକ୍ତ ଅଞ୍ଚଳରେ ଏଖ ପ୍ରକାର ଭୟଭୀତ ଅଛନ୍ତି ଲୋକେ । ଅଧିକ ପଢନ୍ତୁ...

ବାଗପତରେ ହତ୍ୟାକାଣ୍ଡ; ପୂର୍ବତନ ବିଜେପି ଜିଲ୍ଲା ସଭାପତିଙ୍କୁ ଗୁଳି କରି ହତ୍ୟା, ତଦନ୍ତ ଜାରି

author img

By

Published : Aug 11, 2020, 2:10 PM IST

ଲକ୍ଷ୍ନୌ: ଉତ୍ତରପ୍ରଦେଶର ବାଗପତ ଜିଲ୍ଲାରେ ପୁଣି ହତ୍ୟାକାଣ୍ଡ । ଭାରତୀୟ ଜନତା ପାର୍ଟିର ପୂର୍ବତନ ଜିଲ୍ଲା ସଭାପତି ସଞ୍ଜୟ ଖୋଖରଙ୍କୁ 3 ଜଣ ଦୁର୍ବୃତ୍ତ ଗୁଳିକରି ହତ୍ୟା କରିଛନ୍ତି । ସଞ୍ଜୟ ଖୋଖର ନିଜ କ୍ଷେତକୁ ମର୍ଣ୍ଣିଂ ଓ୍ବାକ ପାଇଁ ଯାଇଥିବାବେଳେ, ତାଙ୍କୁ ହତ୍ୟା କରିଥିଲେ ଦୁର୍ବୃତ୍ତ।

ଏହି ଘଟଣା ପରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ସ୍ଥାନୀୟ ଓ ବିଜେପି ସହ ଜଡିତ କିଛି ଲୋକ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଏନେଇ ନାରାବାଜି କରିଥିଲେ । ଘଟଣାର ସୂଚନା ପାଇବା ମାତ୍ରେ ବରିଷ୍ଠ ପୋଲିସ ଅଧିକାରୀମାନେ ଟିମ ଫୋର୍ସ ସହିତ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରି ତଦନ୍ତ ଆମ୍ଭ କରିଛନ୍ତି । ତେବେ ହତ୍ୟାକାଣ୍ଡର କାରଣ ଏପର୍ଯ୍ୟନ୍ତ ଜଣା ପଡିନାହିଁ। ପୋଲିସର କହିବାନୁସାରେ, ପୁରୁଣା ଶତ୍ରୁତା ହେତୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି।

ଏହି ଘଟଣାର ତଦନ୍ତ ପାଇଁ ଟିମ ଗଠନ କରାଯିବା ସହ ଉକ୍ତ ହତ୍ୟାକାରୀଙ୍କୁ ଖୋଜିବା ନେଇ ଟିମ ଗଠନ କରାଯାଇଥିବା ସୂଚନା ଦେଇଛନ୍ତି ଏସପି ଅଜୟ କୁମାର ସିଂ ।

ଏଥି ସହ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବାଗପାତର ପୂର୍ବତନ ବିଜେପି ଜିଲ୍ଲା ସଭାପତି ସଞ୍ଜୟ ଖୋକରଙ୍କ ମୃତ୍ୟୁରେ ଗଭୀର ଶୋକ ପ୍ରକାଶ କରିଛନ୍ତି। ସଞ୍ଜୟଙ୍କ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କୁ ମଧ୍ୟ ସମବେଦନା ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ଏହି ମାମଲାର ତଦନ୍ତ କରି 24 ଘଣ୍ଟା ମଧ୍ୟରେ ଅପରାଧୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.