ETV Bharat / bharat

ଇଭିଏମ ମେସିନରୁ ଦଳୀୟ ଚିହ୍ନକୁ ହଟାଯାଉ: ବିଜେପି ନେତା - ଇଭିଏମ ମେସିନରୁ ଦଳୀୟ ଚିହ୍ନକୁ ହଟାଯାଉ

ଇଭିଏମ ମେସିନରୁ ଦଳୀୟ ଚିହ୍ନକୁ ହଟାଇବା ପାଇଁ ବିଜେପି ନେତା ଦାବି କରିଛନ୍ତି । ବିଜେପିର ଅଶ୍ବିନୀ ଉପାଧ୍ୟାୟ ଏହି ଦାବି କରିଛନ୍ତି । ନିର୍ବାଚନ କମିଶନଙ୍କ ନିକଟରେ ଏକ 21 ପୃଷ୍ଠା ସମ୍ବଳିତ ଏକ ଦସ୍ତାବିଜ ଦାଖଲ କରିଛନ୍ତି ସେ । ସେଥିରେ ଏହି ଦାବି ଉଲ୍ଲେଖ କରିଥିବା ଜଣାପଡ଼ିଛି ।

ଫଟୋ ସୌଜନ୍ୟ: IANS
author img

By

Published : Oct 18, 2019, 2:09 AM IST

ନୂଆଦିଲ୍ଲୀ: ଆସନ୍ତା ବିଧାନସଭା ନିର୍ବାଚନରେ ଇଭିଏମ ମେସିନରୁ ଦଳୀୟ ଚିହ୍ନକୁ ହଟାଇବା ପାଇଁ ବିଜେପି ନେତା ତଥା ସୁପ୍ରିମକୋର୍ଟର ଓକିଲ ଅଶ୍ବିନୀ ଉପାଧ୍ୟାୟ ନିର୍ବାଚନ କମିଶନଙ୍କ ନିକଟରେ ଦାବି କରିଛନ୍ତି । ଅଶ୍ବିନୀ ଦାବି କରିଛନ୍ତି କି ଇଭିଏମ ମେସିନରୁ ଦଳୀୟ ଚିହ୍ନ ଗୁଡିକ ହଟାଯାଇ ଆଶାୟୀଙ୍କ ନାମ, ଫଟୋ ଏବଂ ସେମାନଙ୍କର ଶିକ୍ଷାଗତ ଯୋଗ୍ୟତା ଉଲ୍ଲେଖ କରାଯାଉ ।

ସେପଟେ ଅଶ୍ବିନୀ ନିର୍ବାଚନ ଆୟୋଗଙ୍କ ନିକଟରେ 21 ପୃଷ୍ଠା ସମ୍ବଳିତ ଏକ ଦସ୍ତାବିଜ ଦାଖଲ କରିଥିବା ଜଣାପଡ଼ିଛି । ଏହି ଦସ୍ତାବିଜରେ ସେ ଦର୍ଶାଇଛନ୍ତି ଭାରତୀୟ ସମ୍ବିଧାନର ଧାରା 324 ଅନୁଯାୟୀ ଇଭିଏମରୁ ଏହି ଦଳୀୟ ଚିହ୍ନକୁ ହଟାଇବାକୁ ଦାବି କରିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି କି, ଦଳୀୟ ଚିହ୍ନ ହଟାଇ ଦିଆଯିବା ଫଳରେ ସମସ୍ତ ଆଶାୟୀଙ୍କ ପ୍ରତି ସମାନ ବ୍ୟବହାର କରାଯାଇପାରିବ ।

ଏହା ସହିତ ସେମାନଙ୍କ ପ୍ରତି କୌଣସି ପ୍ରକାର ଅନ୍ୟାୟ ହେବ ନାହିଁ । ସେ ଆହୁରି ମଧ୍ୟ କହିଥିଲେ କି, ଯେଉଁମାନେ ସ୍ବାଧୀନ ଭାବେ ନିର୍ବାଚନ ଲଢୁଛନ୍ତି, ସେମାନଙ୍କୁ ଏହି ଦଳମାନଙ୍କ ପ୍ରଭାବ ଯୋଗୁଁ ଅସୁବିଧାର ସମ୍ମୁଖିନ ହେବାକୁ ପଡୁଛି ।

ସେ ଯୁକ୍ତି ବାଢିଥିଲେ କି, ଦଳ ଅନେକ ସମୟରେ ଅନେକ ଭୁଲ ପ୍ରାର୍ଥୀଙ୍କୁ ନିର୍ବାଚନ ରଣାଙ୍ଗନରେ ଓହ୍ଲାଇଥାଏ । ଫଳରେ ଦଳର ଦଳପତିଙ୍କୁ ଖୁସି କରିବାକୁ ଯାଇ ମତଦାତା ମାନେ ଭୁଲ ଲୋକଙ୍କୁ ନିଜର ନେତା ଭାବେ ବାଛିଥାନ୍ତି । ଫଳରେ ଉକ୍ତ ପ୍ରାର୍ଥୀମାନେ ଅଯୋଗ୍ୟ ହୋଇଥିଲେ ମଧ୍ୟ ଦଳ ଦବଦବା ବଳରେ ବିଜୟୀ ଲାଭ କରିଥାନ୍ତି । ଯାହା ଫଳରେ ନିର୍ବାଚନରେ ସ୍ବଚ୍ଛତା ଆସିନଥାଏ ବୋଲି ଅଶ୍ବିନୀ କହିଥିଲେ ।

ସେ ଆହୁରି ମଧ୍ୟ କହିଥିଲେ କି ଏହା ଲାଗୁ କରିବା ଫଳରେ ଦଳମାନଙ୍କ ଟିକଟ ବଣ୍ଟନରେ ସଂଯତ ହେବା ସହିତ ଠିକ ଆଶାୟୀଙ୍କୁ ପ୍ରାର୍ଥୀ କରିବେ ବୋଲି ସେ ସୂଚନା ଦେଇଥିଲେ । ଏହି ପ୍ରକ୍ରିୟାଲାଗୁ ହେବା ଫଳରେ ରାଜ୍ୟ ତଥା ଦେଶକୁ ଭଲ ଜନ ପ୍ରତିନିଧି ମିଳିପାରିବ । ଏହା ସହିତ ଦେଶରୁ ଭ୍ରଷ୍ଟାଚାର, ଅପରାଧ, ଜାତିବାଦ, ସମ୍ପ୍ରଦାୟବାଦରେ ପୂର୍ଣ୍ଣଛେଦ ପଡ଼ିବ ବୋଲି ବୋଲି ସେ କହିଥିଲେ ।

Intro:Body:

PRABHU

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.