ETV Bharat / bharat

ରାହୁଲଙ୍କୁ ମହଙ୍ଗା ‘ସରେଣ୍ଡର୍ ମୋଦି’ ଟିପ୍ପଣୀ, ବିଜେପିର ପ୍ରତିଆକ୍ରମଣ - ରାହୁଲଙ୍କୁ ପଡିଲା ମହଙ୍ଗା ‘ସରେଣ୍ଡର୍ ମୋଦି’ ଟିପ୍ପଣୀ

ମୋଦିଙ୍କୁ ସରେଣ୍ଡର(ଆତ୍ମସମର୍ପଣ) ମୋଦି କହି ଅଡୁଆରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ । ରାହୁଲଙ୍କ ଏହି ଟିପ୍ପଣୀକୁ କଡା ସମାଲୋଚନା କରିଛି ବିଜେପି ।

ରାହୁଲଙ୍କୁ ପଡିଲା ମହଙ୍ଗା ‘ସରେଣ୍ଡର୍ ମୋଦି’ ଟିପ୍ପଣୀ

author img

By

Published : Jun 21, 2020, 3:20 PM IST

Updated : Jun 21, 2020, 3:42 PM IST

ନୂଆଦିଲ୍ଲୀ: ମୋଦିଙ୍କୁ ସରେଣ୍ଡର(ଆତ୍ମସମର୍ପଣ) ମୋଦି କହି ଅଡୁଆରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ । ରାହୁଲଙ୍କ ଏହି ଟିପ୍ପଣୀକୁ କଡା ସମାଲୋଚନା କରିଛି ବିଜେପି । ଅନ୍ୟପକ୍ଷେ ଟ୍ବିଟରରେ ସରେଣ୍ଡର ବନାନ ଭୁଲ ଲେଖାକୁ ନେଇ ଫସିଛନ୍ତି ରାହୁଲ । ବିଜେପି କହିଛି, ରାହୁଲ ଗାନ୍ଧୀ ଯେଉଁଭଳି ଭାବେ ଭାଷାର ପ୍ରୟୋଗ କରୁଛନ୍ତି, ଶତ୍ରୁ ଦେଶ ବି ଏଭଳି କହୁନଥିବ । ଏଥିପାଇଁ ରାହୁଲଙ୍କୁ କ୍ଷମା ମାଗିବାକୁ ପଡିବ ବୋଲି ବିଜେପି କହିଛି ।

ବିଜେପି ନେତା ଶାହନବାଜ ହୁସେନ କହିଛନ୍ତି, ‘ଲୋକପ୍ରିୟ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ ରାହୁଲ ଗାନ୍ଧୀ ଯେଉଁ ଶବ୍ଦ ବ୍ୟବହାର କରାଯାଉଛି, ସେହିପରି ଶତ୍ରୁ ଦେଶର ନେତା ମଧ୍ୟ ଭାରତର ପ୍ରଧାନମନ୍ତ୍ରୀଙ୍କ ପାଇଁ ଏପରି ଅପମାନଜନକ ଶବ୍ଦ ବ୍ୟବହାର କରୁନାହାଁନ୍ତି। କିନ୍ତୁ ରାହୁଲ ଗାନ୍ଧୀ ଉଭୟ ‘ପ୍ରଧାନମନ୍ତ୍ରୀ’ ଓ ‘ଦେଶ’ କୁ ଅପମାନିତ କରୁଛନ୍ତି।

ଏଥିସହ ଜାମ୍ମୁ କାଶ୍ମୀର ବିଜେପି ମୁଖ୍ୟ ରବିନ୍ଦର ରୈନା ମଧ୍ୟ ରାହୁଲ ଗାନ୍ଧୀଙ୍କୁ ଏନେଇ ଟାର୍ଗେଟ କରିଛନ୍ତି । ସେ ଗାନ୍ଧୀ-ନେହେରୁ ପରିବାର ଉପରେ ଆକ୍ରମଣ କରି କହିଛନ୍ତି ଯେ ରାହୁଲ ଗାନ୍ଧୀଙ୍କ ପୂର୍ବପୁରୁଷମାନେ ଚୀନ ନିକଟରେ ଆତ୍ମସମର୍ପଣ କରି ଦେଶକୁ ପଛକୁ ନେଇଆସିଛନ୍ତି ।

ଅନ୍ୟପକ୍ଷେ କଂଗ୍ରେସ ମୁଖପାତ୍ର ପୱନ ଖେଦା ରାହୁଲ ଗାନ୍ଧୀଙ୍କ ପକ୍ଷ ନେଇ ଗଲୱାନ ଉପତ୍ୟକାର ପରିସ୍ଥିତିର ମୁକାବିଲା କରିବାରେ ମୋଦି ସରକାର ବିଫଳ ହୋଇଥିବା ଅଭିଯୋଗ କରିଛନ୍ତି। ପ୍ରକାଶଥାଉକି, ଲଦାଖର ଏଲଏସି ଉପରେ ଚୀନ ସେନା ସହ ସଂଘର୍ଷରେ 20 ଜଣ ଭାରତୀୟ ଯବାନ ଶହୀଦ ହୋଇଥିବା ପ୍ରସଙ୍ଗରେ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ କ୍ରମାଗତ ଆକ୍ରମଣକାରୀ ମନ୍ତବ୍ୟ ଦେଉଛନ୍ତି ।

Last Updated : Jun 21, 2020, 3:42 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.