ETV Bharat / bharat

ଷଷ୍ଠ ପର୍ଯ୍ୟାୟରେ ହିଁ ସଂଖ୍ୟାଗରିଷ୍ଠତା ପାର କରିସାରିଛି ବିଜେପି: ଶାହ - loksabha polls

ଲୋକସଭା ନିର୍ବାଚନର ଷଷ୍ଠ ପର୍ଯ୍ୟାୟରେ ହିଁ ବିଜେପି ବହୁମତ ହାସଲ କରିସାରିଥିବା ଦାବି କରିଛନ୍ତି ଶାହା । ଏହା ସହିତ ବିରୋଧୀ ଦଳଙ୍କ ପ୍ରସ୍ତାବିତ ବୈଠକକୁ କଟାକ୍ଷ କରି କହିଛନ୍ତି, ସେମାନେ ବିରୋଧୀ ଦଳର ନେତା ବାଛିବା ପାଇଁ ବୈଠକ କରିପାରନ୍ତି ।

ଫାଇଲ ଫଟୋ
author img

By

Published : May 15, 2019, 11:22 PM IST

ନୂଆଦିଲ୍ଲୀ: ନିର୍ବାଚନ ଫଳାଫଳ ଆସିବା ପୂର୍ବରୁ ବିଜୟ ନେଇ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍‌ ଶାହଙ୍କ ଦମ୍ଭୋକ୍ତି । ଲୋକସଭା ନିର୍ବାଚନର ଷଷ୍ଠ ପର୍ଯ୍ୟାୟରେ ହିଁ ବିଜେପି ବହୁମତ ହାସଲ କରିସାରିଥିବା ଦାବି କରିଛନ୍ତି ଶାହ । ଏହା ସହିତ ବିରୋଧୀ ଦଳଙ୍କ ପ୍ରସ୍ତାବିତ ବୈଠକକୁ କଟାକ୍ଷ କରି ସେମାନେ ବିରୋଧୀ ଦଳର ନେତା ବାଛିବା ପାଇଁ ବୈଠକ କରିପାରନ୍ତି ବୋଲି ସେ କହିଛନ୍ତି ।

ଏକ ସାମ୍ବାଦିକ ସମ୍ମିଳନୀରେ ଶାହା କହିଛନ୍ତି, ଆମେ କେତୋଟି ଆସନରେ ଜିତିବୁ ବୋଲି ମିଡିଆ ସର୍ବଦା ପ୍ରଶ୍ନ କରୁଛି । ମୁଁ ପୁରା ଦେଶ ବୁଲିଛି ଏବଂ ଲୋକଙ୍କୁ ଭେଟିଛି । ପଞ୍ଚମ ଏବଂ ଷଷ୍ଠ ପର୍ଯ୍ୟାୟ ମତଦାନ ପରେ ବିଜେପି ସଂଖ୍ୟାଗରିଷ୍ଠତା ପାର କରିସାରିଛି । ଏନେଇ ମତେ ସମ୍ପୂର୍ଣ୍ଣ ବିଶ୍ବାସ ରହିଛି ବୋଲି ଶାହା କହିଛନ୍ତି । ଶେଷ ପର୍ଯ୍ୟାୟ ମତଦାନ ପରେ ଦଳ 300 ଆସନ ପାର କରିବ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ ପୁଣି ଥରେ ବିଜେପି ସରକାର ଗଢିବ ବୋଲି ବୋଲି ସେ କହିଛନ୍ତି ।

ସୂଚନା ଯୋଗ୍ୟ ଯେ, ଲୋକସଭାରେ କୌଣସି ଦଳକୁ ବହୁମତ ହାସଲ କରିବା ପାଇଁ 272 ଆସନ ଦରକାର ପଡିଥାଏ । 2014 ସାଧାରଣ ନିର୍ବାଚନରେ ବିଜେପି 282 ଆସନ ଜିତି ସରକାର ଗଢିଥିଲା ।

sample description
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.