ETV Bharat / bharat

ଟ୍ରାକ୍ଟର ଚଳାଇ ଚର୍ଚ୍ଚାରେ ହେମାମାଳିନୀ - DRIVE

ଚର୍ଚ୍ଚାରେ ଡ୍ରିମ ଗାର୍ଲ ହେମାମାଳିନୀ । ଭିନ୍ନ ଉପାୟରେ କରୁଛନ୍ତି ନିର୍ବାଚନୀ ପ୍ରଚାର। ପ୍ରଥମେ ନିଜ ନିର୍ବାଚନୀ କ୍ଷେତ୍ରରେ ଦା' ଧରି ଗହମ କାଟିଥିଲେ ହେମା। ଆଉ ଏବେ ଟ୍ରାକ୍ଟର ଚଳାଇ ପୁଣି ଚର୍ଚ୍ଚାର ପରିସରକୁ ଆସିଛନ୍ତି ବଲିଉଡର ଡ୍ରିମଗାର୍ଲ।

ଫଟୋ ସୌଜନ୍ୟ : @ANI
author img

By

Published : Apr 6, 2019, 4:54 AM IST

ମଥୁରା: ବାଜି ସାରିଛି ନିର୍ବାଚନ ବିଗୁଲ। ଏନେଇ ବିଭିନ୍ନ ଉପାୟରେ ପ୍ରଚାର ଆରମ୍ଭ କରୁଛନ୍ତି ପ୍ରାର୍ଥୀ। ତେବେ ଉତ୍ତରପ୍ରଦେଶ ମଥୁରା ଲୋକସଭା ଆସନର ବିଜେପି ପ୍ରାର୍ଥୀ ହେମାମାଳିନୀ ଏବେ ଚର୍ଚ୍ଚାରେ। ଫିଲ୍ମ ଷ୍ଟାଇଲରେ ସେ କରୁଛନ୍ତି ପ୍ରଚାର। ଭୋଟରଙ୍କ ମନ ଜିଣିବା ପାଇଁ ଗାଁ ଗାଁ ବୁଲିବା ସହ କରୁଛନ୍ତି ଭୋଟ ଅପିଲ। ହେଲେ ତାଙ୍କର ପ୍ରଚାର ତରିକା ଅନ୍ୟମାନଙ୍କ ଠାରୁ ଭିନ୍ନ। ହେମା ଚାଷୀଙ୍କ ଗହମ ବିଲରେ ଟ୍ରାକ୍ଟର ଚଳାଇ ଭୋଟ ମାଗିବା ସହ ଆଗକୁ ଚାଷରେ କୌଣସି ସମସ୍ୟା ହେବ ନାହିଁ ବୋଲି ଭୋଟରଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ।

ତେବେ କିଛି ଦିନ ତଳେ ଗହମ ବିଲରେ ଦା' ଧରି ଗହମ କାଟୁଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଆଉ ଏବେ ହେମା ଟ୍ରାକ୍ଟର ଚଲାଇଛନ୍ତି। ଏନେଇ ଏବେ ବେଶ ଚର୍ଚ୍ଚାରେ ଏହି ଅଭିନେତ୍ରୀ । ଭାଇରାଲ ହୋଇଥିବା ଏହି ଭିଡିଓର ଦୃଶ୍ୟ ଗୋବର୍ଦ୍ଧନ ଅଞ୍ଚଳର ବୋଲି ଜଣାପଡିଛି।

ସୂଚନା ଅନୁସାରେ, ଦୁଇ ସପ୍ତାହ ପୂର୍ବେ ହେମା ମଥୁରାରେ ନାମାଙ୍କନପତ୍ର ଦାଖଲ କରିଥିଲେ । ତାଙ୍କ ସହ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ସାମିଲ ଥିଲେ । କିନ୍ତୁ ଏହାର କିଛି ସମୟ ପୂର୍ବେ ଏହି ନିର୍ବାଚନ ତାଙ୍କର ଶେଷ ନିର୍ବାଚନ ବୋଲି ଘୋଷଣା କରିଥିଲେ। ମଥୁରା ଲୋକସଭା ନିର୍ବାଚନ ଏପ୍ରିଲ 18 ତାରିଖରେ ଅନୁଷ୍ଠିତ ହେବ।

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.