ETV Bharat / bharat

ବିଜେପି ପ୍ରାର୍ଥୀଙ୍କୁ ଟିଏମସି ସମର୍ଥକଙ୍କ ଆକ୍ରମଣ ଅଭିଯୋଗ - west bengal

ନିର୍ବାଚନୀ ହିଂସାରେ ଜଳୁଛି ପଡୋଶୀ ପଶ୍ଚିମବଙ୍ଗ। ନିର୍ବାଚନ ସମୟରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଲଗାତାର ନିର୍ବାଚନୀ ହିଂସାକାଣ୍ଡ ଦେଖିବାକୁ ମିଳିଛି।

ଫଟୋ ସୌଜନ୍ୟ: ଟ୍ୱିଟର@ANI
author img

By

Published : May 6, 2019, 1:54 PM IST

କୋଲକାତା: ନିର୍ବାଚନୀ ହିଂସାରେ ଜଳୁଛି ପଶ୍ଚିମବଙ୍ଗ। ଅନେକ ସମୟରେ ବିଭିନ୍ନ ପ୍ରସଙ୍ଗକୁ କେନ୍ଦ୍ର କରି ରାଜନୈତିକ ସଂଘର୍ଷ ଘଟୁଛି। ସଦ୍ୟ ଏହାର ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି ରାଜ୍ୟର ବାରାକପୁର ଲୋକସଭା ନିର୍ବାଚନମଣ୍ଡଳୀରେ।

ଏଠାରୁ ବିଜେପି ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଥିବା ଅର୍ଜୁନ ସିଂହଙ୍କ ଉପରେ ତୃଣମୂଳ କଂଗ୍ରେସ(ଟିଏମସି) ସମର୍ଥକ ଆକ୍ରମଣ କରିଥିବା ନେଇ ଅଭିଯୋଗ ହୋଇଛି। ସେଠାକାର ଏକ ଗାଁରେ ଏହି ଘଟଣା ଘଟିଥିବା ନେଇ ଅଭିଯୋଗ ହୋଇଛି। ଏନେଇ ପ୍ରତିକ୍ରିୟା ରଖି ସେ କହିଛନ୍ତି, "ଲୋକଙ୍କ ସହ ମୁଁ ଆଲୋଚନା କରୁଥିବା ବେଳେ ଟିଏମସି ସମର୍ଥକ ମୋ ଉପରେ ଆକ୍ରମଣ କରିଛନ୍ତି । ଏଥିରେ ମୋର ମୁହଁ ଫାଟି ଯାଇଛି । ଯୋଜନାବଦ୍ଧ ଭାବେ ମୋ ଉପରେ ଆକ୍ରମଣ କରାଯାଇଛି । ଏନେଇ ମୁଁ ନିର୍ବାଚନ ଆୟୋଗଙ୍କ ଦୃଷ୍ଟି ଆକର୍ଷଣ କରିବି। "

ଟିଏମସିକୁ ଟାର୍ଗେଟ କରି ସେ ଆହୁରି ମଧ୍ୟ କହିଛନ୍ତି ଯେ, ବାହାରୁ ଲୋକ ଅଣାଯାଇ ମୋ ଉପରେ ଆକ୍ରମଣ କରାଯାଇଛି । ନିର୍ବାଚନ ବେଳେ ଲୋକଙ୍କୁ ଭୟଭୀତ କରିବା ପାଇଁ ଟିଏମସି ଯୋଜନାବଦ୍ଧ ଭାବେ ହିଂସାକାଣ୍ଡ ଘଟାଉଛି ବୋଲି ସେ ଅଭିଯୋଗ ଆଣିଛନ୍ତି । ଏହା ପୂର୍ବରୁ ପଶ୍ଚିମବଙ୍ଗରେ ହୋଇଥିବା 4ଟି ପର୍ଯ୍ୟାୟ ମତଦାନରେ ଅନେକ ନିର୍ବାଚନୀ ହିଂସାକାଣ୍ଡ ଦେଖିବାକୁ ମିଳିଛି ।

ସ୍ଲଗ- ଫନି ପାଇଁ ସ୍ଥାନାନ୍ତର ହେବେ 1ଲକ୍ଷ 47 ହଜାର 780 ତଳିଆ ଅଞ୍ଚଳବାସୀ।
ଫର୍ମାଟ- ଏଭିଓ
ରିପୋର୍ଟ- ଜୀବନ ଜ୍ୟୋତି ନାୟକ/ ବାଲେଶ୍ୱର
ତା- 2/05/2019
ଆଙ୍କର- ସାମୁଦ୍ରିକ ଝଡ଼ ଫନି ଏବେ ସମସ୍ତଙ୍କ ଚିନ୍ତା ବଢାଇବାରେ ଲାଗିଛି। ପ୍ରଶାସନ ଠାରୁ ଆରମ୍ଭ କରି ବିଭିନ୍ନ ସ୍ଥାନରେ ଲୋକମାନେ ସଜାଗ ହେବା ଦେଖିବାକୁ ମିଳିଛି। ବାଲେଶ୍ୱର ଜିଲ୍ଲାର ତଳିଆ ଅଂଚଳବାସୀଙ୍କୁ ସ୍ଥାନାନ୍ତର କରିବା ପାଇଁ ପ୍ରଶାସନିକ ସ୍ତରରେ ତତ୍ପରତା ପ୍ରକାଶ ପାଇଥିବା ଦେଖିବାକୁ ମିଳିଛି।
ଜିଲ୍ଲାର 5ଟି ବ୍ଲକକୁ ସତର୍କ ସୂଚନା ଦିଆଯାଇଛି। ସେଗୁଡିକ ହେଲା ଭୋଗରାଇ, ବାହାନଗା, ବାଲିଆପାଳ, ସଦର ଓ ରେମୁଣା। 27 ପଞ୍ଚାୟତର 63ଟି ଗ୍ରାମର 1ଲକ୍ଷ 47ହଜାର 780 ଜଣ ଲୋକଙ୍କୁ ସ୍ଥାନାନ୍ତର କରିବା ପାଇଁ ପ୍ରଶାସନିକ ସ୍ତରରେ ପ୍ରସ୍ତୁତି ଚାଲିଛି। ଏଥିପାଇଁ ଜିଲ୍ଲାର 140ଟି ବାତ୍ୟା ଆଶ୍ରୟସ୍ଥଳୀରେ ବ୍ୟାପକ ବ୍ୟବସ୍ଥା କରାଯାଇଛି। କିରାସିନି ଠାରୁ ଆରମ୍ଭ କରି ଜେନେରେଟର ପର୍ଯ୍ୟନ୍ତ ସମସ୍ତ ବ୍ୟବସ୍ଥା କରାଯାଇଥିବା ଜଣାପଡିଛି। ସେମିତି ଶୁଖିଲା ଖାଦ୍ୟ ମଧ୍ୟ ବିଭିନ୍ନ ବ୍ଲକକୁ ପଠା ସରିଥିବା ସୂଚନା ମିଳିଛି। ଲୋକଙ୍କୁ ସ୍ଥାନାନ୍ତର ପାଇଁ 2ଟି ଏନଡିଆରଏଫ ଟିମ, 2ଟି ଓଡ୍ରାଫ ଟିମ ଓ ଗୋଟିଏ ଅଗ୍ନିଶମ ବିଭାଗର ଟିମ ବିଭିନ୍ନ ବ୍ଲକରେ ପହଞ୍ଚି ସାରିଲେଣି। ଅନ୍ୟପଟେ ସମୁଦ୍ରକୂଳ ଇଲାକାରେ ଲୋକଙ୍କୁ ଡ଼ାକବାଜି ଯନ୍ତ୍ର ଦ୍ୱାରା ସଚେତନ କରାଯାଉଥିବା ଦେଖିବାକୁ ମିଳିଛି।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.