ETV Bharat / bharat

ଗଣତି ଦିନରେ ବି ଆକ୍ରମଣ ଭୟ, ECଙ୍କ ଦ୍ବାରସ୍ଥ ହେଲା ବଙ୍ଗ ବିଜେପି

ଭୋଟ ଗଣତିଦିନ ମଧ୍ୟ ହିଂସା ହେବା ନେଇ ବିଜେପିକୁ ଘାରିଛି ଭୟ । ନିର୍ବାଚନ କମିଶନଙ୍କୁ ଭେଟି ସୁରକ୍ଷା ବ୍ୟବସ୍ଥା କଡାକଡି କରିବାକୁ ଦାବି କରିଛି ଦଳ ।

author img

By

Published : May 22, 2019, 3:02 PM IST

ଫଟୋ ସୌଜନ୍ଯ: ଏଏନଆଇ

କୋଲକାତା: ଗୁରୁବାର ଗଣତି ହେବ ଭୋଟ । ନିର୍ବାଚନ ସମୟରେ ସସସ୍ତ 7ଟି ଯାକ ପର୍ଯ୍ୟାୟରେ ହିଂସାର ରଣକ୍ଷେତ୍ର ପାଲଟିଥିଲା ପଶ୍ଚିମବଙ୍ଗ । ଗଣତି ସମୟରେ ବି ମାରପିଟ, ହିଂସା ହେବା ନେଇ ଆଶଙ୍କା କରିଛି ରାଜ୍ୟ ବିଜେପି । ବ୍ୟାପକ ସଂଖ୍ୟକ ପୋଲିସ ମୁତୟନ ସହ ସୁରକ୍ଷା କଡାକଡି କରିବାକୁ ନିର୍ବାଚନ କମିଶନଙ୍କ ପାଖରେ ଦାବି କରିଛି ଦଳ ।

ଭୋଟ ଗଣତିର ଦୁଇଦିନ ପୂର୍ବରୁ ଅର୍ଥାତ୍ ରବିବାର ପ୍ରକାଶ ପାଇଥିବା ବୁଥ ବାହୁଡା ମତରେ ବିଜେପିକୁ ମିଳିଛି ବହୁ ମତ । ସରକାର ଗଢିବା ପାଇଁ ଦଳ ପାଉଛି ସଂଖ୍ୟା ଗରିଷ୍ଠତା । ବିଜେପି ସଭାପତି ଅମିତ ଶାହ ମଧ୍ୟ ଏନଡିଏର ସମସ୍ତ ଦଳ ଗୁଡିକୁ ନେଇ ରାତ୍ରି ଭୋଜନ କାର୍ଯ୍ୟକ୍ରମ କରିସାରିଛନ୍ତି ।

କିନ୍ତୁ ଏହାରି ଭିତରେ ବିପକ୍ଷରେ ଥିବା ସମସ୍ତ ବିରୋଧି ଦଳ ଇଭିଏମ ହେରଫେର ଅଭିଯୋଗ ଆଣଛନ୍ତି । ସୁରକ୍ଷା ବ୍ୟବସ୍ଥା ସହ ସରକାରୀ ଦଳ କଳା କାରବାର କରିବାର ଅଭିଯୋଗ ଆଣି ମଙ୍ଗଳବାର ସନ୍ଧ୍ୟାରେ ନିର୍ବାଚନ କମିଶନଙ୍କୁ ଭେଟିଛି ।

sample description

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.