ନୂଆଦିଲ୍ଲୀ: ତେଲେଙ୍ଗାନାର ନୂତନ ବିଜେପି ସଭାପତି ଘୋଷଣା ହୋଇଛି । କରିମନଗର ବିଜେପି ସାଂସଦ ବାନ୍ଦି ସଞ୍ଜୟ କୁମାରକୁ ତେଲଙ୍ଗାନା ଭାରତୀୟ ଜନତା ପାର୍ଟୀର ସଭାପତି ନିଯୁକ୍ତ ହୋଇଛନ୍ତି । ସଞ୍ଜୟ କୁମାରଙ୍କ ପୂର୍ବରୁ ତେଲେଙ୍ଗାନାର ବିଜେପି ସଭାପତି ଭାବରେ କେ ଲକ୍ଷ୍ମଣ ଦାୟିତ୍ବରେ ଥିଲେ ।
ବୁଧବାର ଦିନ ବିଜେପିର ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ବିଜେପି ସାଂସଦ ବାନ୍ଦି ସଞ୍ଜୟ କୁମାରଙ୍କୁ ତେଲେଙ୍ଗାନାର ନୂତନ ସଭାପତି ଭାବରେ ନିଯୁକ୍ତ କରାଗଲା ବୋଲି ଏକ ପ୍ରେସ ଇସ୍ତାହାରରେ ଜଣାଇଛନ୍ତି । ସେ 2019 ସାଧାରଣ ନିର୍ବାଚନରେ କରିମନଗରରୁ ବିଜେପିର ସାଂସଦ ଭାବରେ ନିର୍ବାଚିତ ହୋଇଛନ୍ତି ।