ଅମରାବତୀ: ଆନ୍ଧ୍ରପ୍ରଦେଶର ନୂଆ ରାଜ୍ୟପାଳ ଭାବେ ଦାୟିତ୍ବ ନେଲେ ବିଶ୍ବଭୂଷଣ ହରିଚନ୍ଦନ । ରାଜ୍ୟ ହାଇକୋର୍ଟର ବିଚାରପତି ସି ପ୍ରବୀଣ କୁମାର ତାଙ୍କୁ ଶପଥ ଗ୍ରହଣ କରାଇଛନ୍ତି । ଏହି ଶପଥ ଗ୍ରହଣ ଉତ୍ସବ ରାଜଭବନରେ ଅନୁଷ୍ଠିତ ହୋଇଥିଲା ।
ଶପଥ ଗ୍ରହଣ ସମୟରେ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ, ବିଭିନ୍ନ କ୍ୟାବିନେଟ ମନ୍ତ୍ରୀ ଓ ବିଧାନସଭାର ବାଚସ୍ପତୀ ତାମିନେନି ସୀତାରାମ, ଟିଡିପି ମୁଖ୍ୟ ଏନ ଚନ୍ଦ୍ର ବାବୁ ନାଇଡୁ ସହ ବିଭିନ୍ନ ବରିଷ୍ଠ ପଦାଧିକାରୀ ଉପସ୍ଥିତ ଥିଲେ ।
ଖବର ଅନୁଯାୟୀ, ନୂତନ ରାଜ୍ୟପାଳଙ୍କ ନିଯୁକ୍ତି ପାଇଁ ଗତକାଲି ଆନ୍ଧ୍ରପ୍ରଦେଶ ବିଧାନସଭା ଗୃହକୁ ଦିନ ଗୋଟାଏ ପର୍ଯ୍ୟନ୍ତ ମୁଲତବୀ କରାଯାଇଥିଲା । ପ୍ରଶ୍ନକାଳ ପରେ ଦୀର୍ଘ ସମୟ ପାଇଁ ଗୃହକୁ ମୁଲତବୀ ଘୋଷଣା କରାଯାଇଥିଲା ।
ଯେତେବେଳେ ମୁଖ୍ୟମନ୍ତ୍ରୀ ଗୃହକୁ ପ୍ରବେଶ କରିଥିଲେ ଟିଡିପି ନେତାମାନେ ବିରୋଧୀ ନାରାବାଜିରେ ଗୃହକୁ କମ୍ଫାଇଥିଲେ । ମଙ୍ଗଳବାର ନାଇଡୁ ଓ ତାଙ୍କୁ ପାର୍ଟିର ସଦସ୍ୟମାନେ ଗୃହ ଚାଲିଥିବାବେଳେ କକ୍ଷତ୍ୟାଗ କରିଥିବାକୁ 3 ଜଣ ବିଧାୟକଙ୍କୁ ନିଲମ୍ବିତ କରାଯାଇଛି ।