ETV Bharat / bharat

ଦୀନଦୟାଲଙ୍କ 103 ତମ ଜନ୍ମଜୟନ୍ତୀ, ଶ୍ରଦ୍ଧାଞ୍ଜଳୀ ଜଣାଇଲେ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀ

author img

By

Published : Sep 25, 2019, 12:57 PM IST

ଜନସଂଘର ଜନନାୟକ । ଏକାତ୍ମ୍ୟ ମାନବବାଦର ମହାନାୟକ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ 103 ଜନ୍ମଜୟନ୍ତୀ । ବିଜେପି କାର୍ଯ୍ୟାଳୟରେ ଥିବା ଦୀନଦୟାଲଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି ଗୃହମନ୍ତ୍ରୀ ଅମିତ ଶାହା । ସେହିପରି ପ୍ରଧାନମନ୍ତ୍ରୀ ଟ୍ବିଟର ଯୋଗେ ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି ।

ଫଟୋ ସୌଜନ୍ୟ: ଏଏନଆଇ

ନୂଆଦିଲ୍ଲୀ: ଭାରତୀୟ ଜନସଂଘର ପୂର୍ବତନ ସଭାପତି ତଥା ବିଚାର ଧାରାର ସ୍ରଷ୍ଟା ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ । ସଂଘ ପରିବାରର ଏହି ବରିଷ୍ଠ ନେତାଙ୍କର ଆଜି 103 ତମ ଜନ୍ମ ଜୟନ୍ତୀ । ଆମେରିକା ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଣ୍ଡିତ ଦୀନଦୟାଲଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି । ବିଜେପି କାର୍ଯ୍ୟାଳୟରେ ପଣ୍ଡିତ ଉପାଧ୍ୟାୟଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ ଅର୍ପଣ କରି ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି ଗୃହମନ୍ତ୍ରୀ ଅମିତ ଶାହା ।

_Pt Deen Dayal Upadhyaya
ଟ୍ବିଟର@narendramodi

ଭାରତର ମହାନତମ ପ୍ରତିକ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଜୀବନୀ ସେବା କରିବାର ଭାବନାକୁ ଅଧିକ ଦୃଢୀଭୂତ କରୁଛି । ତାଙ୍କ କରୁଣା ସର୍ବଦା ରହିଥିବ ବୋଲି ଟ୍ବିଟର ଯୋଗେ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ । ସେହିପରି ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଛନ୍ତି । ଯାହାଙ୍କ ବିଚାର ଏବଂ ସିଦ୍ଧାନ୍ତର ବୀଜ ଦେଶରେ ଏକ ବିକଳ୍ପ ବିଚାରଧାରା ଭାବରେ କାର୍ଯ୍ୟ କରୁଛି । ପଣ୍ଡିତଙ୍କର ବିଚାରଧାରା କ୍ଷମତା ପାଇଁ ନୁହେଁ ମାତ୍ର ରାଷ୍ଟ୍ର ନିର୍ମାଣ ପାଇଁ ବୋଲି କହିଛନ୍ତି ଗୃହମନ୍ତ୍ରୀ ।

Pt Deen Dayal Upadhyaya
ଟ୍ବିଟର@AmitShah

ଏକାତ୍ମ୍ୟ ମାନବବାଦର ପ୍ରଣେତା ଏବଂ ଅନ୍ତୋଦୟ ବିଚାରକୁ ଜାବୁଡ଼ି ଧରି ଜୀବନକୁ ଉତ୍ସର୍ଗ କରିଥିବା ମହାନାୟକଙ୍କୁ ମେନେ ପକାଇ ସ୍ମରଣ କରିଛନ୍ତି ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ । ସେହିପରି ବିଜେପିର ଅନେକ ବରିଷ୍ଠ ନେତା ଏବଂ ମନ୍ତ୍ରୀ ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି । ଦିଲ୍ଲୀସ୍ଥିତ ପାର୍କ ପଏଣ୍ଟ ରୋଡ଼ ମାର୍ଗରେ ଥିବା ଦୀନଦୟାଲଙ୍କ ପ୍ରତିମୂର୍ତ୍ତିକୁ ସଫା କରିବା ସହିତ ପୁଷ୍ପମାଲ୍ୟ ଅର୍ପଣ କରାଛନ୍ତି ବିଜେପି କାର୍ଯ୍ୟକାରୀ ସଭାପତି ଜେ.ପି ନଡ୍ଡା ଏବଂ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ହର୍ଷବର୍ଦ୍ଧନ ।

_Pt Deen Dayal Upadhyaya
ପଣ୍ଡିତ ଉପାଧ୍ୟାୟଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରୁଛନ୍ତି ବିଜେପି କାର୍ଯ୍ୟକାରୀ ସଭାପତି ଓ କେନ୍ଦ୍ରମନ୍ତ୍ରୀ

Intro:Body:

BLANK FOR LINK  

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.