ନୂଆଦିଲ୍ଲୀ: ଡିଜି ଯାତ୍ରା ସ୍କିମ ଅନୁସାରେ ବାଙ୍ଗାଲୁର ଏୟାରପୋର୍ଟରେ ବାୟୋମେଟ୍ରିକ ସିଷ୍ଟମର ଅଭ୍ୟାସ ଆରମ୍ଭ ହୋଇଯାଇଛି। 22 ଜୁଲାଇରୁ ହିଁ ଏହି ଅଭ୍ୟାସ ବିସ୍ତାରା ଏୟାରଲାଇନ୍ସରୁ ହିଁ ଏହା ଆରମ୍ଭ କରାଯାଇଛି । ତେବେ ଭିସ୍ତାରା ଏୟାରଲାଇନ୍ସରେ ଯାତ୍ରା କରୁଥିବା ଯାତ୍ରୀଙ୍କୁ ଆଉ କୌଣସି ପ୍ରମାଣପତ୍ର ଦେବାର ଆବଶ୍ୟକ ପଡିବନି । ଏହି ଯୋଜନାନୁସାରେ ବାୟୋମେଟ୍ରିକ ସିଷ୍ଟମ ଦ୍ବାରା ଘରୋଇ ଓ ଅନ୍ତରାଷ୍ଟ୍ରୀୟ ଏୟାରଲାଇନ୍ସକୁ ଧୀରେଧୀରେ ଯୋଡାଯିବ ।
ଭିସ୍ତାରା ଏୟାରଲାନ୍ସର ଜଣେ ବରିଷ୍ଠ ଅଧିକାରୀଙ୍କ କହିବାନୁସାରେ, ପ୍ରଥମେ ଭିସ୍ତାରା ଏୟାରଲାଇନ୍ସ ଠାରୁ ହିଁ ଏହି ପ୍ରକ୍ରିୟା ଆରମ୍ଭ କରାଯାଇଛି । ଏହି ସୁବିଧା ବାଙ୍ଗାଲୁର ଠାରୁ ମୁମ୍ବାଇ ଯାଉଥିବା ୟୁକେ-864 ବିମାନର ଯାତ୍ରୀଙ୍କୁ ଏହି ସୁବିଧା ମିଳିବ । ସେ ଆହୁରି କହିଛନ୍ତି ଯେ, ଏୟାରପୋର୍ଟ ପହଞ୍ଚିବା ପରେ ଉକ୍ତ ବିମାନର ଯାତ୍ରୀଙ୍କୁ ନିଜର ଫେସ ରେକଗନାଇଜେସନ କରିବାକୁ ପଡିବ । ଯେଉଁଥିରେ ଯାତ୍ରୀଙ୍କ ଚେହେରା କ୍ୟାମେରାରେ କଏଦ କରିବା ସହ ସେମାନଙ୍କର ପରିଚୟକୁ ସରଂକ୍ଷଣ କରାଯିବ । ଏହାପରେ ଯାତ୍ରୀଙ୍କୁ ଟର୍ମିନାଲରେ ପ୍ରବେଶ କରିବାଠାରୁ ଆରମ୍ଭ କରି ସୁରକ୍ଷା ଯାଞ୍ଚ ପର୍ଯ୍ୟନ୍ତ କୌଣସି ଦସ୍ତାବିଜ ଦରାକର ହେବାନାହିଁ ।
ଏହାଦ୍ବାରା ବିମାନବନ୍ଦରରେ ଲାଗିଥିବା କ୍ୟାମେରା ଦ୍ବାରା ସବୁ ବ୍ୟକ୍ତିଙ୍କର ପରିଚୟ ଚିହ୍ନଟ କରି ବିମାନ ସହ ଜଡିତ ଥିବା ସମସ୍ତ ଦସ୍ତାବିଜ ସୁରକ୍ଷା ଅଧିକାରୀ ପାଇପାରିବେ । ତେବେ ବାୟୋମେଟ୍ରିକ ବ୍ୟବସ୍ଥା ଅକ୍ଟୋବର ମାସ ଭିତରେ ବାଙ୍ଗାଲୁର ଏୟାରପୋର୍ଟରେ ଉପଲବ୍ଧି କରାଯିବାନେଇ ଭିସ୍ତାରାଏୟାରଲାଇନ୍ସ ସୂଚନା ଦେଇଛି ।