ETV Bharat / bharat

ଲ୍ୟାଣ୍ଡର ବିକ୍ରମ ସହିତ ସମ୍ପର୍କ ସ୍ଥାପନ ପାଇଁ ପ୍ରୟାସ ଜାରି: ଇସ୍ରୋ

author img

By

Published : Sep 10, 2019, 9:43 PM IST

ଚନ୍ଦ୍ରପୃଷ୍ଠରେ ଲ୍ୟାଣ୍ଡର ବିକ୍ରମର ସ୍ଥିତି ସମ୍ପର୍କରେ ସୂଚନା ଦେଇଛି ଅର୍ବିଟର । ତେବେ ଏହି ସୂଚନା ପାଇବା ପରେ ଇସ୍ରୋ ପକ୍ଷରୁ ବିକ୍ରମ ସହିତ ସମ୍ପର୍କ ସ୍ଥାପନ ପାଇଁ ଜୋରଦାର ପ୍ରୟାସ ଜାରି ରହିଛି ବୋଲି ଟ୍ବିଟର ମାଧ୍ୟମରେ ସୂଚନା ଦିଆଯାଇଛି।

ପ୍ରତିକାତ୍ମକ ଫଟୋ

ନୂଆଦିଲ୍ଲୀ: ଚନ୍ଦ୍ରଯାନ-2କୁ ନେଇ ପୁରା ଦେଶରେ ଅନେକ ଆଲୋଚନା ଏବଂ ପର୍ଯ୍ୟାଲୋଚନା ଲାଗି ରହିଛି । ଏଭଳି ପରିସ୍ଥିତିରେ ଇସ୍ରୋ ପକ୍ଷରୁ ଟ୍ବିଟର ମାଧ୍ୟମରେ କୁହାଯାଇଛି ଯେ, ଚନ୍ଦ୍ରପୃଷ୍ଠରେ ଖସି ପଡ଼ିଥିବା ଲ୍ୟାଣ୍ଡର ବିକ୍ରମ ସହିତ ଯୋଗାଯୋଗ କରାଯିବାକୁ ପ୍ରୟାସ ଜାରି ରହିଛି । ଏଥିପାଇଁ ଆବଶ୍ୟକ ପଦକ୍ଷେପ ନିଆଯାଉଥିବା କୁହାଯାଇଛି।

ଏନେଇ ଇସ୍ରୋ ପକ୍ଷରୁ କୁହାଯାଇଛି, ଚନ୍ଦ୍ରପୃଷ୍ଠରେ ବିକ୍ରମ ଖସି ପଡ଼ିଥିବା ନେଇ ଅର୍ବିଟର ସୂଚନା ଦେଇଛି । ତେବେ ଚନ୍ଦ୍ରର କେଉଁ ସ୍ଥାନରେ ବିକ୍ରମ ରହିଛି ସେ ନେଇ ଅର୍ବିଟର ସୂଚନା ଦେଇଛି । ଏପର୍ଯ୍ୟନ୍ତ ଲ୍ୟାଣ୍ଡର ବିକ୍ରମ ସହିତ କୌଣସି ସମ୍ପର୍କ ସ୍ଥାପନ ହୋଇ ପାରୁନାହିଁ । ବିକ୍ରମ ସହ ସମ୍ପର୍କ ସ୍ଥାପନ ପାଇଁ ବୈଜ୍ଞାନିକ ଯଥାସମ୍ଭବ ପ୍ରୟାସ ଜାରି ରଖିଛନ୍ତି ବୋଲି ଟ୍ବିଟର ମାଧ୍ୟମରେ ସୂଚନା ଦିଆଯାଇଛି।

ISRO
ଫଟୋ ସୌଜନ୍ୟ: TWITTER@ISRO

ଏହା ପୂର୍ବରୁ ଇସ୍ରୋର ମୁଖ୍ୟ କେ.ଶିବନ କହିଛନ୍ତି ଯେ, ଚନ୍ଦ୍ରଯାନ-2ର ଅର୍ବିଟର ଲ୍ୟାଣ୍ଡର ବିକ୍ରମର ଫଟୋ ଉଠାଇଛି । ତେବେ ଏହି ଫଟୋ ଅନୁସାରେ ବିକ୍ରମ ସମ୍ପୂର୍ଣ୍ଣ ଭାବେ ଠିକ ରହିଥିବା ଶିବନ କହିଥିଲେ । ତେବେ ବିକ୍ରମ ସହିତ ସମ୍ପର୍କ ସ୍ଥାପନ ପାଇଁ ଯଥେଷ୍ଟ ପ୍ରୟାସ ଜାରି ରହିଛି ବୋଲି ସେ ଜଣାଇଛନ୍ତି। ତେବେ ଏନେଇ ବର୍ତ୍ତମାନ ଠାରୁ କୌଣସି ସଠିକ ସୂଚନା ଦେବା ଭୁଲ ହେବ ବୋଲି ଇସ୍ରୋ ମୁଖ୍ୟ ଦର୍ଶାଇଛନ୍ତି।

ସୂଚନା ଯୋଗ୍ୟ ଚଳିତ ମାସ 7 ତାରିଖରେ ଚନ୍ଦ୍ର ପୃଷ୍ଠରେ ବିକ୍ରମ ସଫ୍ଟ ଲ୍ୟାଣ୍ଡିଂ କରିବାର ଥିଲା । ମାତ୍ର ଅନ୍ତିମ କ୍ଷଣରେ ହିଁ ବିକ୍ରମ ଠାରୁ ସମସ୍ତ ସମ୍ପର୍କ ବିଚ୍ଛିନ୍ନ ହୋଇଯାଇଥିଲା । ଚନ୍ଦ୍ରପୃଷ୍ଠରୁ ମାତ୍ର 2.1 କିଲୋମିଟର ଉଚ୍ଚରୁ ସମ୍ପର୍କ ଛିନ୍ନ ହୋଇଥିବା ବେଳେ ତାହା ଚନ୍ଦ୍ର ପୃଷ୍ଠରେ ଖସି ପଡ଼ିଥିଲା।

ତେବେ ଭାରତ ଯଦି ବିକ୍ରମର ସଫ୍ଟ ଲ୍ୟାଣ୍ଡିଂ କରାଇ ପାରିଥାନ୍ତା, ତେବେ ଏପରି କରିବାରେ ଭାରତ ଚତୁର୍ଥ ଦେଶ ହୋଇଥାନ୍ତା । ଏହା ପୂର୍ବରୁ ରୁଷ, ଆମେରିକା ଓ ଚୀନ ଚନ୍ଦ୍ର ପୃଷ୍ଠରେ ସଫ୍ଟ ଲ୍ୟାଣ୍ଡିଂ କରାଇବାରେ ସଫଳ ହୋଇଛନ୍ତି।

Intro:Body:

prabhu

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.