ETV Bharat / bharat

ବିଜୁଳି ପ୍ରସାଦ; ଏସିଆର ସବୁଠୁ ବୟସ୍କ ହାତୀ - ଆସାମ ନ୍ୟୁଜ

ଏସିଆର ସବୁଠୁ ଅଧିକ ବୟସ୍କ ହାତୀ... ଯାହା ଆସାମର ବିଶ୍ବନାଥ ଜିଲ୍ଲା ବେହାଲୀ ଟି ଇଷ୍ଟେଟ ପାଖରେ ରହୁଛି । 86 ବର୍ଷୀୟ ଏହି ହାତୀକୁ 2018ରେ ବେହାଲୀ ଟି ଇଷ୍ଟେଟ ଅଣାଯାଇଥିଲା । ତତ୍କାଳୀନ ବ୍ରିଟିଶ ଅଧିକାରୀ ଜନ ଓଲିଭର ଏହାର ନାମ ରଖିଥିଲେ 'ବିଜୁଳି ପ୍ରସାଦ' ।

ବିଜୁଳି ପ୍ରସାଦ; ଏସିଆର ସବୁଠୁ ଅଧିକ ବୟସ୍କ ହାତୀ

author img

By

Published : Oct 2, 2020, 11:55 AM IST

ବିଶ୍ବନାଥ(ଆସାମ): ଆସାମରେ ରହିଛି ଏସିଆର ସବୁଠୁ ଅଧିକ ବୟସ୍କ ହାତୀ । 86 ବର୍ଷୀୟ ଏହି ହାତୀ ଆସାମର ବିଶ୍ବନାଥ ଜିଲ୍ଲା ବେହାଲୀ ଟି ଇଷ୍ଟେଟ ପାଖରେ ରହୁଛି । ପାଖାପାଖି 52 ବର୍ଷ ପୂର୍ବେ ଏହି ହାତୀକୁ ୱିଲିୟମସନ ମଗୋର ‘ଟି ଇଷ୍ଟେଟ’ କିଣିଥିଲା । ତତ୍କାଳୀନ ବ୍ରିଟିଶ ଅଧିକାରୀ ଜନ ଓଲିଭର ଏହାର ନାମ ରଖିଥିଲେ 'ବିଜୁଳି ପ୍ରସାଦ' ।

'ବିଜୁଳି ପ୍ରସାଦ' ଏକ ପୁରୁଷ ହାତୀ । ପ୍ରଥମେ ସେ ବୋରଗଙ୍ଗ ଟି ଇଷ୍ଟେଟରେ ଥିଲା । 2018ରେ ଏହି ହାତୀକୁ ବେହାଲୀ ଟି ଇଷ୍ଟେଟ ଅଣାଯାଇଥିଲା ।

ଖୁବ ଶୀଘ୍ର ବିଜୁଳି ପ୍ରସାଦ ୱିଲିୟମ ସନ ମଗୋର କମ୍ପାନୀର ସଦସ୍ୟ ହେବା ସହ ୱିଲିୟମସନ ମଗୋର ଆଭିଜାତ୍ୟର ପ୍ରତୀକ ପାଲଟିଥିଲା । ବର୍ତ୍ତମାନ ବିଜୁଳି ପ୍ରସାଦର ଯତ୍ନ ନେଉଛନ୍ତି ଚା' ବଗିଚାର ପରିଚାଳକ କୁଲଜିତ୍ କୌର । ଆଉ କମ୍ପାନୀ ତା' ଉପରେ ମାସକୁ ଖର୍ଚ୍ଚ କରୁଛି 40ରୁ 45 ହଜାର ଟଙ୍କା । କେବଳ ସେତିକି ନୁହେଁ ତାର ଏକ ଖାଦ୍ୟ ତାଲିକା ରହିଛି, ଯାହା ହିସାବରେ ପ୍ରତିଦିନ ତାକୁ ଖାଦ୍ୟ ଦିଆଯାଇଥାଏ । ଆଉ ଏହି ତାଲିକାରେ 25 କିଲୋ ଚାଉଳ, 25 କିଲୋ ମକା, 25 କିଲୋ ଚଣା ଇତ୍ୟାଦି ରହିଛି । ଏହାସହ ପ୍ରତି ସପ୍ତାହରେ ବିଜୁଳି ପ୍ରସାଦର ମେଡିକାଲ ଯାଞ୍ଚ ଓ ଓଜନ ମପାଯାଇଥାଏ ।

ବିଜୁଳି ପ୍ରସାଦ; ଏସିଆର ସବୁଠୁ ଅଧିକ ବୟସ୍କ ହାତୀ

ବିଜୁଳି ପ୍ରସାଦର ମେଡିକାଲ ରିପୋର୍ଟ କୋଲକାତା ସ୍ଥିତ ୱିଲିୟମସନ ମଗୋରର ମୁଖ୍ୟାଳୟକୁ ପଠାଇଥାନ୍ତି ଚା' ବଗିଚା କର୍ତ୍ତୃପକ୍ଷ । ବର୍ତ୍ତମାନ ସୁଦ୍ଧା ସେ ବଗିଚାର କୌଣସି କର୍ମଚାରୀଙ୍କୁ ଆକ୍ରମଣାତ୍ମକ ବ୍ୟବହାର କରିନାହିଁ । ବରଂ ମାହୁନ୍ତ ସହ ତାର ସମ୍ପର୍କ ବେଶ ନିବିଡ ।

ଏସିଆର ଏହି ସର୍ବାଧିକ ବର୍ଷୀୟ ହାତୀ ଭାବେ ପରିଚିତ ବିଜୁଳି ପ୍ରସାଦ କେବଳ ୱିଲିୟମସନ ମଗୋରଙ୍କ ପାଇଁ ନୁହେଁ ବରଂ ସମଗ୍ର ଆସାମ ପାଇଁ ମଧ୍ୟ ଗର୍ବ । ଦୀର୍ଘାୟୁ ହେଉ ବିଜୁଳି ପ୍ରସାଦ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.