ETV Bharat / bharat

ଯୋଡା ମୁଣ୍ଡ, ହେଲେ ଅଲଗା ଭୋଟ

ବିହାରର ପାଟନା ସ୍ଥିତ ସମନପୁରା ଅଞ୍ଚଳର ରହୁଥିବା ଦୁଇ ଯାଆଁଳା ଭଉଣୀ, ସବାହ ଏବଂ ଫରାହ ଏଥର ଲୋକସଭା ନିର୍ବାଚନରେ ସେମାନଙ୍କୁ ଅଲଗା ଅଲଗା ଭୋଟ ଦେବା ପାଇଁ ଅଧିକାର ଦିଆଯାଇଛି ।

author img

By

Published : May 19, 2019, 12:59 PM IST

ଫାଇଲ ଫଟୋ

ପାଟନା: ବିହାରର ପାଟନା ସ୍ଥିତ ସମନପୁରା ଅଞ୍ଚଳର ରହୁଥିବା ଦୁଇ ଯାଆଁଳା ଭଉଣୀ, ସବାହ ଏବଂ ଫରାହ । 23 ବର୍ଷୀୟା ସବାହ ଏବଂ ଫରାହଙ୍କର ଜନ୍ମରୁ ମୁଣ୍ଡ ଯୋଡା ହୋଇ ରହିଛି । ଯାହାଫଳରେ ଦୁହେଁ ପରସ୍ପରକୁ ଦେଖି ମଧ୍ୟ ପାରନ୍ତି ନାହିଁ । କିନ୍ତୁ ଦୁହିଁଙ୍କ ପରିଚୟ ଏକ । ତେଣୁ 2015 ବିଧାନସଭା ନିର୍ବାଚନରେ ସେମାନଙ୍କୁ ଗୋଟିଏ ଭୋଟ ଦେବାକୁ ପଡିଥିଲା ।

କିନ୍ତୁ ଏଥର ଲୋକସଭା ନିର୍ବାଚନରେ ସେମାନଙ୍କୁ ଅଲଗା ଅଲଗା ଭୋଟ ଦେବା ପାଇଁ ଅଧିକାର ଦିଆଯାଇଛି । ଏନେଇ ରବିବାର ଦୁହେଁ ନିଜ ନିଜର ମନପସନ୍ଦର ପ୍ରାର୍ଥୀଙ୍କୁ ଭୋଟ ଦେବେ । ତେବେ ଦୁଇ ଭଉଣୀଙ୍କ ନାମ ପାଟନା ସାହିବ ଲୋକସଭା ସିଟ୍ରେ ରହିଛି ।

ତେବେ ଦୁଇ ଯାଆଁଳା ଭଉଣୀ, ସବାହ ଏବଂ ଫରାହଙ୍କର ଗୋଟିଏ ଗରିବ ପରିବାରରେ ଜନ୍ମ । ଏଥର ସେମାନଙ୍କୁ ଅଲଗା ଅଲଗା ଭୋଟ ଦେବାକୁ ଅନୁମତି ଦିଆଯାଇଥିବାରୁ ଏହି ଦୁଇ ଭଉଣୀଙ୍କ କାହାଣୀ ନିର୍ବାଚନ ଆୟୋଗ ନିଜର ଟ୍ବିଟର ହ୍ୟାଣ୍ଡଲରେ ସେୟାର କରିଛନ୍ତି ।

ତେବେ ଦୁଇ ଭଉଣୀ ଯାଆଁଳା ମୁଣ୍ଡକୁ ଅଲଗା କରିବା ପାଇଁ ସେମାନଙ୍କୁ ଦିଲ୍ଲୀ ଏମ୍ସ ମେଡିକାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ପ୍ରୟାସ ଅସଫଳ ରହିଥିଲା । ଯାହାଫଳରେ ସେମାନଙ୍କ ଯୋଡା ମୁଣ୍ଡ ଅଲଗା ହୋଇ ପାରି ନଥିଲା । ଦୁଇ ଯାଆଁଳା ଭଉଣୀଙ୍କର ପ୍ରିୟ ଅଭିନେତା ସଲମାନ ଖାନ୍ । ତେବେ ସଲମାନ ଖାନ୍ ଏହି ଦୁଇ ଭଉଣୀଙ୍କୁ ନିଜ ଖର୍ଚ୍ଚରେ ମୁମ୍ବାଇ ବୁଲାଇ ସାରିଛନ୍ତି ।

Intro:Body:

sdgs

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.