ETV Bharat / bharat

ବିହାରରେ ବିଗୁଡୁଛି ବନ୍ୟା ସ୍ଥିତି; 40 ଲକ୍ଷ ପ୍ରଭାବିତ, ମୃତ୍ୟୁସଂଖ୍ୟା 11କୁ ବୃଦ୍ଧି

author img

By

Published : Jul 31, 2020, 9:36 AM IST

ବିହାରରେ ବିଗୁଡୁଛି ବନ୍ୟା ସ୍ଥିତି। ପରିସ୍ଥିତି ଅଧିକ ଖରାପ ଦିଗକୁ ଗତି କରିବା ସହ ମୃତ୍ୟୁସଂଖ୍ୟା 11 କୁ ବୃଦ୍ଧି ପାଇଛି। ତେବେ 40 ଲକ୍ଷ ଲୋକ ଏହି ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛନ୍ତି । ବନ୍ୟା ଦ୍ୱାରା ପ୍ରଭାବିତ ଲୋକଙ୍କ ସଂଖ୍ୟା ବର୍ତ୍ତମାନ 38,47,531 ରେ ପହଞ୍ଚିଛି, ଯାହା ପୂର୍ବ ଦିନଠାରୁ ପ୍ରାୟ 10 ଲକ୍ଷକୁ ବୃଦ୍ଧି ପାଇଛି।

ବିହାରରେ ବନ୍ୟା ସ୍ଥିତି ବିଗୁଡୁଛି, 40 ଲକ୍ଷ ପ୍ରଭାବିତ ଓ ମୃତ୍ୟୁସଂଖ୍ୟା 11କୁ ବୃଦ୍ଧି

ପାଟନା: ବିହାରରେ ବିଗୁଡୁଛି ବନ୍ୟା ସ୍ଥିତି। ପରିସ୍ଥିତି ଅଧିକ ଖରାପ ଦିଗକୁ ଗତି କରିବା ସହ ମୃତ୍ୟୁସଂଖ୍ୟା 11କୁ ବୃଦ୍ଧି ପାଇଛି। ତେବେ 40 ଲକ୍ଷ ଲୋକ ଏହି ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛନ୍ତି ବୋଲି ବୁଧବାର ରାଜ୍ୟ ବିପର୍ଯ୍ୟୟ ପରିଚାଳନା ବିଭାଗ କହିଛି।

ରିପୋର୍ଟ ଅନୁଯାୟୀ, ବାହାଦୁରପୁର ବ୍ଲକର ଡେକୁଲି ଗ୍ରାମରେ ଅବସ୍ଥିତ ନ୍ୟାସନାଲ ପାୱାର ଗ୍ରୀଡ ବନ୍ୟା ଜଳରେ ସମ୍ପୂର୍ଣ୍ଣ ଭାବେ ବୁଡ଼ି ରହିଛି। ଏହି କାରଣରୁ ବିହାରର ପ୍ରାୟ 14 ଟି ଜିଲ୍ଲାରେ ବିଦ୍ୟୁତ ଯୋଗାଣ ବ୍ୟାହତ ହୋଇଛି। କର୍ମଚାରୀ ଏବଂ ଇଞ୍ଜିନିୟରମାନେ କ୍ଷୟକ୍ଷତିର ମରାମତି ପାଇଁ ଯୁଦ୍ଧ କାର୍ଯ୍ୟ କରୁଛନ୍ତି କିନ୍ତୁ ଏହା କିଛି ମାସ ଲାଗିବ ବୋଲି କୁହାଯାଉଛି।

ପ୍ରଭାବିତ 10 ଟି ଜିଲ୍ଲାର ପ୍ରାୟ ଏକ ହଜାର ଗାଁ ଏହି ବନ୍ୟାରେ ଆକ୍ରାନ୍ତ ହୋଇଛି। ସର୍ବାଧିକ ପ୍ରଭାବିତ ଜିଲ୍ଲାଗୁଡ଼ିକରେ ପୂର୍ବ ଚମ୍ପରନ୍, ଗୋପାଳଗଞ୍ଜ, ସରଣ, ମୁଜାଫରପୁର, ସୀତାମାରହି, ଶୋହର, ସୁପାଲ, କିଶାନଗଞ୍ଜ, ଖାଗରିଆ ଏବଂ ସାମସ୍ତିପୁର ଅନ୍ତର୍ଭୁକ୍ତ ।

ଦାର୍ବାଙ୍ଗା ଜିଲ୍ଲାରୁ ତିନି ଜଣ ଆହତ ହୋଇଥିବା ବେଳେ ମୋଟ ମୃତ୍ୟୁ ସଂଖ୍ୟା 7 ଜଣକୁ ବୃଦ୍ଧି ପାଇଥିବା ବେଳେ ଅବଶିଷ୍ଟ ଚାରି ଜଣଙ୍କ ମୃତ୍ୟୁ ପଶ୍ଚିମ ଚମ୍ପାରନରୁ ଜଣାପଡିଛି। ବନ୍ୟା ଦ୍ୱାରା ପ୍ରଭାବିତ ଲୋକଙ୍କ ସଂଖ୍ୟା ବର୍ତ୍ତମାନ 38,47,531 ରେ ପହଞ୍ଚିଛି, ଯାହା ପୂର୍ବ ଦିନଠାରୁ ପ୍ରାୟ 10 ଲକ୍ଷକୁ ବୃଦ୍ଧି ପାଇଛି।

ଭାରତୀୟ ପାଣିପାଗ ବିଭାଗ ଅନୁଯାୟୀ, ରାଜ୍ୟରେ ହାରାହାରି 22 ମିଲିମିଟର ବର୍ଷା ହୋଇଛି, ଯାହା ସ୍ୱାଭାବିକଠାରୁ 89 ପ୍ରତିଶତ ଅଧିକ। ପୂର୍ବ ଚମ୍ପରନ୍, ମୁଜାଫରପୁର ଏବଂ ସୀତାମାରି ପରି ବନ୍ୟା ପ୍ରଭାବିତ ଜିଲ୍ଲାମାନଙ୍କରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଦେଖାଦେଇଛି। ଯେଉଁଠାରେ ବର୍ଷା ପରିମାଣ ସ୍ୱାଭାବିକଠାରୁ 300 ପ୍ରତିଶତରୁ ଅଧିକ ବୋଲି କୁହାଯାଇଛି। ଏହି ସମୟରେ, NDRF ଏବଂ SDRF ଦଳ ସହିତ 1,500 ଡଙ୍ଗା ରିଲିଫ ଓ ଉଦ୍ଧାର କାର୍ଯ୍ୟ ଚାଲିଛି।

ବିପର୍ଯ୍ୟୟ ପରିଚାଳନା ବିଭାଗ ସମୁଦାୟ 3.09 ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରିଛି। ସେଥିମଧ୍ୟରୁ 25 ହଜାରରୁ ଅଧିକ ଲୋକଙ୍କୁ 19 ଟି ରିଲିଫ କ୍ୟାମ୍ପରେ ରଖାଯାଇଛି। ଏହା ବ୍ୟତୀତ 989 ଟି କମ୍ୟୁନିଟି ରୋଷେଇ ଘର ସ୍ଥାପନ କରାଯାଇଛି ଯାହା 5.71 ଲକ୍ଷ ଲୋକଙ୍କୁ ଖାଦ୍ୟ ଯୋଗାଇ ଦିଆଯାଉଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.