ETV Bharat / bharat

ବିହାର ନିର୍ବାଚନ: ଲାଲୁଙ୍କ ବୁଦ୍ଧିମତାରୁ ତେଜସ୍ବୀଙ୍କୁ ମିଳିଲା ବଡ ରୋଲ୍

author img

By

Published : Oct 4, 2020, 1:24 PM IST

ଆଗକୁ ବିିହାର ବିଧାନସଭା ନିର୍ବାଚନ । ଆସନ ବଣ୍ଟାକୁ ନେଇ ଚାଲିଛି ଦଳ ମଧ୍ୟରେ ବୁଝାମଣା । ଏଭଳି ପରିସ୍ଥିତିରେ ଜେଲରେ ବନ୍ଦ ଥିବା ଲାଲୁ ପ୍ରସାଦ ଯାଦବଙ୍କ କିନ୍ତୁ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି ।

Breaking News

ପାଟନା: କିଛି ଦିନ ପୂର୍ବରୁ ଲାଗୁଥିଲା ଯେ ବିହାରରେ କଂଗ୍ରେସ ଏବଂ ଆରଜେଡିରେ ସିଟ୍ ବଣ୍ଟନ ହେବ ନାହିଁ। କଂଗ୍ରେସ ଅଧିକ ଆସନ ଦାବି କରୁଥିଲା କିନ୍ତୁ ଆରଜେଡି ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରୁଥିଲା । ଆରଜେଡି ଚାହୁଁଥିଲା ଯେ, ମହାଗଠବନ୍ଧନ ପକ୍ଷରୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ବିବେଚନା କରାଯାଉ କିନ୍ତୁ କଂଗ୍ରେସ ଓ ଅନ୍ୟାନ୍ୟ ସହଯୋଗୀ ଏଥିରେ ରାଜି ହୋଇନଥିଲେ। କଂଗ୍ରେସ ନେତାମାନେ ତେଜସ୍ବୀଙ୍କ ନିଷ୍ପତ୍ତି ନେବା କ୍ଷମତା ଉପରେ ପ୍ରଶ୍ନ କରିବା ଆରମ୍ଭ କରିଥିଲେ। କିନ୍ତୁ ବର୍ତ୍ତମାନ ଆସନଗୁଡିକ ବିଭାଜିତ ହୋଇଛି। କଂଗ୍ରେସ ଆଶା କରିନଥିବା ଆସନ ପାଇଥିବାବେଳେ ତେଜସ୍ବୀଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ବିଚାର କରିବାକୁ ମଧ୍ୟ ରାଜି ହୋଇଛି।

ପ୍ରକାଶଥାଉକି, ଜିତନ୍ ରାମ ମାଞ୍ଝୀ ଏବଂ ଉପେନ୍ଦ୍ର କୁଶୱାହା ମହାଗଠବନ୍ଧନରୁ ବାହାରିବା ପରେ ଆରଜେଡି ଏବଂ କଂଗ୍ରେସ ମଧ୍ୟରେ ଆସନ ବାଣ୍ଟିବା ନେଇ ଚର୍ଚ୍ଚା ବିଗିଡି ଯାଇଥିଲା। କଂଗ୍ରେସ ଲଗାତାର ଆରଜେଡି ଉପରେ ଚାପ ପକାଉଥିବାବେଳେ 75ଟି ଆସନ ଦାବି କରୁଥିଲା କିନ୍ତୁ ଆରଜେଡି କେବଳ 58ଟି ଆସନ ଦେବାକୁ ପ୍ରସ୍ତାବ ଦେଇଥିଲା।

ଏଭଳି ପରିସ୍ଥିତିରେ ଜେଲରେ ବନ୍ଦ ଥିବା ଲାଲୁ ପ୍ରସାଦ ଯାଦବ ନିଜର ରାଜନୈତିକ ଆଭିମୁଖ୍ୟ ପ୍ରଦର୍ଶନ କରି ତେଜସ୍ବୀଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରିବାକୁ କଂଗ୍ରେସକୁ ପ୍ରବର୍ତ୍ତାଇଥିଲେ ଏବଂ ଏହାର ପ୍ରତିବଦଳରେ ଆରଜେଡି କଂଗ୍ରେସକୁ 70 ଟି ଆସନ ଦେବାକୁ ଘୋଷଣା କରିଥିଲା। 70 ଟି ବିଧାନସଭା ଆସନ ସହିତ ଆରଜେଡି କଂଗ୍ରେସକୁ ବାଲ୍ମୀକିନଗର ଲୋକସଭା ଆସନ ଦେଇଛି ଯେଉଁଠାରେ ବିହାର ବିଧାନସଭା ନିର୍ବାଚନ ସହିତ ଉପ-ନିର୍ବାଚନ ଅନୁଷ୍ଠିତ ହେବ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.