ETV Bharat / bharat

ସିଏଏ ସହ ଦେଶର ମୁସଲମାନଙ୍କ କୌଣସି ସମ୍ପର୍କ ନାହିଁ: ପିଏମ ମୋଦି - mod oncaa

ଦିଲ୍ଲୀର ରାମଲୀଳା ମୈଦାନରେ ପ୍ରଧାନମନ୍ତ୍ରୀ ମୋଦି ନାଗରକିତା ସଂଶୋଧନ ଆଇନ(ସିଏଏ) ଓ ଜାତୀୟ ନାଗରିକ ପଞ୍ଜିକା(ଏନଆରସି) କୁ ନେଇ ଅନେକ ଗୁରୁତ୍ବପୂର୍ଣ୍ଣ କଥା କହିଛନ୍ତି। ଦେଶର ନାଗରିକଙ୍କ ସହ ଏହି ଆଇନର କୌଣସି ସମ୍ପର୍କ ନଥିବା ପିଏମ ମୋଦି କହିବା ସହ ମିଥ୍ୟା ପ୍ରଚାର ପାଇଁ ବିପକ୍ଷକୁ ଟାର୍ଗେଟ କରିଛନ୍ତି। ଅଧିକ ପଢନ୍ତୁ...

pm-modi
ସିଏଏ ସହ ଦେଶର ମୁସଲମାନଙ୍କର ସମ୍ପର୍କ ନାହିଁ: ମୋଦି
author img

By

Published : Dec 22, 2019, 5:37 PM IST

ନୂଆଦିଲ୍ଲୀ: ସାରା ଦେଶରେ ଚାଲିଥିବା ବିରୋଧ ଓ ହିଂସା ପ୍ରଦର୍ଶନ ମଧ୍ୟରେ ଦେଶର ରାଜଧାନୀ ଦିଲ୍ଲୀରୁ ଗର୍ଜିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ନାଗରିକତା ସଂଶୋଧନ ଆଇନ(ସିଏଏ) ବିରୁଦ୍ଧରେ ମିଛ ପ୍ରଚାରକୁ ନେଇ ମୋଦି କଂଗ୍ରେସ ସମେତ ସମଗ୍ର ବିରୋଧିକୁ ଟାର୍ଗେଟ କରିଛନ୍ତି। ଏହି ଆଇନ ହିନ୍ଦୁ ଓ ମୁସଲମାନଙ୍କ ପାଇଁ ନୁହେଁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଜନତାଙ୍କୁ ଭୁଆଁବୁଲାଇ ଦେଶକୁ ଭୟ ଓ ଷଡଯନ୍ତ୍ର ଆଡକୁ ଠେଲି ଦିଆଯାଉଥିବା ପ୍ରଧାନମନ୍ତ୍ରୀ ଅଭିଯୋଗ କରିଛନ୍ତି। ଏନଆରସି ଓ ସିଏଏକୁ ନେଇ ସେ ଦେଇଥିବା ଅଭିଭାଷଣର ମୁଖ୍ୟାଶଂ...

  • ନାଗରିକତା ସଂଶୋଧନ ଆଇନ(ସିଏଏ) ଭାରତର କୌଣସି ନାଗରିକ ପାଇଁ ନୁହେଁ। ଦେଶର 130 କୋଟି ଲୋକଙ୍କ ସହ ଏହି ଆଇନର କୌଣସି ସମ୍ପର୍କ ନାହିଁ।
  • ମୁସଲମାନଙ୍କୁ ଡିଟେନସନ ସେଣ୍ଟର ପଠାଇ ଦିଆଯିବା ନେଇ କଂଗ୍ରେସ, ଏହାର ସହଯୋଗୀ ଏବଂ ସହରରେ ରହୁଥିବା ପାଠୁଆ ଅର୍ବାନ ନକ୍ସଲ ମିଥ୍ୟା ପ୍ରଚାର କରୁଛନ୍ତି। ନିଜର ଶିକ୍ଷାର ଇଜ୍ଜତ ରକ୍ଷା କରନ୍ତୁ।
  • କଂଗ୍ରେସ ଓ ଅର୍ବାନ ନକ୍ସଲଙ୍କ ଦ୍ବାରା ଡିଟେମନସନ ସେଣ୍ଟରର ଗୁଜବ ସମ୍ପୂର୍ଣ୍ଣ ମିଥ୍ୟା। ଭାରତ ମାଟିର ମୁସଲମାନଙ୍କୁ ଉଭୟ ସିଏଏ ଓ ଏନଆରସି ସହ କୌଣସି ସମ୍ପର୍କ ନାହିଁ।
  • ଯେଉଁ ଶରଣାର୍ଥୀ ବହୁବର୍ଷରୁ ଭାରତରେ ରହି ଆସୁଛନ୍ତି ସେମାନଙ୍କ ଉପରେ ସିଏଏ ଲାଗୁ ହେବ। କୌଣସି ବି ନୂଆ ଶରଣାର୍ଥୀଙ୍କୁ ଏହି ଆଇନରୁ ଲାଭ ମିଳିବ ନାହିଁ। ଆଫଗାନିସ୍ତାନ, ବାଂଲାଦେଶ ଓ ପାକିସ୍ତାନରୁ ଧାର୍ମିକ ଉତ୍ପୀଡନ କାରଣରୁ ଆସିଥିବା ଲୋକଙ୍କ ସୁରକ୍ଷା ପାଇଁ ସିଏଏ ଆଇନ ତିଆରି ହୋଇଛି।
  • ମହାତ୍ମା ଗାନ୍ଧୀ କହିଥିଲେ ଯେ, ପାକିସ୍ତାନରେ ରହୁଥିବା ହିନ୍ଦୁ ଓ ଶିଖ ଭାଇ ଓ ଭଉଣୀଙ୍କୁ ଯେତେବେଳେ ଲାଗିବ, କି ତାଙ୍କୁ ଭାରତ ଆସିବାର ଆବଶ୍ୟକତା ରହିଛି, ସେତେବେଳେ ସେମାନଙ୍କୁ ଦେଶ ସ୍ବାଗତ କରିବ। ଏହା ସେତେବେଳର ସରକାରଙ୍କ ପ୍ରତିଶୃତି ମୁତାବକ ହୋଇଛି।
  • ପାକିସ୍ତାନରୁ ଆସିଥିବା ଅଧିକାଂଶ ଶରଣାର୍ଥୀ ଦଳିତ ପରିବାରର। ସେଠାରେ ଆଜି ମଧ୍ୟ ଦଳିତଙ୍କ ସହ ଦୁର୍ବ୍ୟବହାର ହେଉଛି। ଝିଅଙ୍କ ସହ ଅତ୍ୟାଚାର ହେଉଛି। ଜବରଦସ୍ତି ବିବାହ କରାଇ ଧର୍ମ ପରିବର୍ତ୍ତନ କରାଯାଉଛି।
  • ଦଳିତଙ୍କୁ ନେଇ ରାଜନୀତି କରୁଥିବା ଲୋକଙ୍କୁ ପଚାରିବାକୁ ଚାହୁଁଛି ଯେ ସେମାନେ ଏତେ ଦିନ ଯାଏ କଣ ପାଇଁ ନିରବ ଥିଲେ ? ଆପଣଙ୍କୁ କେବେ ହେଲେ ସେମାନଙ୍କର ଦୁଃଖ କ’ଣ ପାଇଁ ଦେଖାଗଲା ନାହିଁ? ଆଜି ଯେତେବେଳେ ଏହି ଦଳିତଙ୍କ ଚିନ୍ତା ଦୂର କରିବାକୁ ସରକାର ପ୍ରୟାସ କରୁଛି, ସେତେବେଳେ ଆପଣଙ୍କ ପେଟରେ ମୂଷା ଦଉଡୁଛି।
  • ଶରଣାର୍ଥୀଙ୍କ ଜୀବନ କଣ, ବିନା ଦୋଷରେ ସେମାନଙ୍କୁ ଘରୁ ବାହାର କରିଦେବାର ଦୁଃଖ କଣ, ଏହା ଦିଲ୍ଲୀର ଜନତଙ୍କଠୁ ଅଧିକ କେହି ବୁଝି ପାରିବେ ନାହିଁ। ଏଠାରେ କେଉଁ କୋଣ ବାକି ନାହିଁ ଯେଉଁଠି ଦେଶ ବିଭାଜନ ପରେ ଶରଣାର୍ଥୀଙ୍କ ଆଖିରୁ ଲୁହ ଝରି ନଥିବ।
  • ସିଏଏକୁ ବିରୋଧ କରୁଥିବା କିଛି ପ୍ରଦର୍ଶନକାରୀଙ୍କ ଦ୍ବାରା ହିଂସା ଘଟାଉଥିବା ଦେଖି ମୋତେ ଦୁଖ ଲାଗୁଛି ତଥାପି ଯେତେବେଳେ ସେମାନଙ୍କ ମଧ୍ୟରୁ କେତେକଙ୍କ ହାତରେ ତ୍ରିରଙ୍ଗା ଦେଖୁଛି, ସେବେ ଶାନ୍ତି ଅନୁଭବ କରୁଛି।
  • ଶରଣାର୍ଥୀ କେବେବି ନିଜ ପରିଚୟ ଲୁଚାଉ ନଥିବା ବେଳେ ଅନୁପ୍ରବେଶକାରୀ କେବେ ସାମ୍ନାକୁ ଆସନ୍ତି ନାହିଁ।

ରାମଲୀଳା ମୈଦାରେ ବିଜେପି ପକ୍ଷରୁ ଆୟୋଜିତ ଧନ୍ୟବାଦ ରାଲିରେ ପ୍ରଧାନମନ୍ତ୍ରୀ ସିଏଏ ଓ ଏନଆରସିକୁ ନେଇ ଅନେକ ଗୁରୁତ୍ବପୂର୍ଣ୍ଣ କଥା କହିଛନ୍ତି। ପ୍ରଧାନମନ୍ତ୍ରୀ କେବଳ ସିଏଏକୁ ନେଇ ପ୍ରଚାର ହେଉଥିବା ଗୁଜବକୁ ଦୂର କରିନାହାଁନ୍ତି ବରଂ ଏହାକୁ ବିରୋଧ କରୁଥିବା ରାଜନୈତିକ ଦଳକୁ ଟାର୍ଗେଟ କରି ଲୋକଙ୍କୁ ଶାନ୍ତିର ବାର୍ତ୍ତା ଦେଇଛନ୍ତି।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.