ୱାଶିଂଟନ: ରାଷ୍ଟ୍ରପତି ଜୋ ବାଇଡେନ ପ୍ରଥମ 100 ଦିନରେ 100 ମିଲିୟନ ଡୋଜ ଦେବା ପାଇଁ ଲକ୍ଷ୍ୟ ରଖିଥିଲେ । ତେବେ ସେ ନିଜ ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି । ଏଥିଲାଗି ସେ ଖୁବଶୀଘ୍ର ଦିନକୁ ହାରାହାରି 1.5 ମିଲିୟନ ବା 15 ଲକ୍ଷ ସଟ୍ ଟିକା ଦେବା ପାଇଁ ପରାମର୍ଶ ଦେଇଛନ୍ତି ।
ଆମେରିକାର ଟିକା ନିର୍ମାତାଙ୍କ ଠାରୁ ସରକାରୀ କ୍ରୟ ବୃଦ୍ଧି ପାଇଁ ଏକ କାର୍ଯ୍ୟନିର୍ବାହୀ ଆଦେଶ ସ୍ବାକ୍ଷର କରିବା ପରେ ବାଇଡେନ ସୋମବାର ଟୀକାକରଣର ଗତି ଉପରେ ତାଙ୍କର ବୃଦ୍ଧି ପାଉଥିବା ଦର୍ଶାଇଛନ୍ତି । ବାଇଡେନ ତାଙ୍କର ପ୍ରଥମ ପୂର୍ଣ୍ଣ ସପ୍ତାହରେ ବିଗିଡି ଯାଇଥିବା ଅର୍ଥବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ ତ୍ବରିତ ପଦକ୍ଷେପ ନେଉଥିବା ଦର୍ଶାଇ କଂଗ୍ରେସ ସହିତ 1.9 ଟ୍ରିଲିୟନ ଡଲାରର ପ୍ୟାକେଜ ସମ୍ପର୍କରେ ଆଲୋଚନା କରିଛନ୍ତି । ଯାହାକି କିଛି ମାତ୍ରାରେ ଦେଶର ଅର୍ଥନୀତିରେ ଅଗ୍ରଗତି ହେଉଥିବା ଜଣାପଡିଛି ।
ବାଇଡେନ ଆହୁରି ମଧ୍ୟ କହିଛନ୍ତି ଯେ ସେ ବସନ୍ତ ମାସ ସୁଦ୍ଧା ଆମେରିକୀୟମାନଙ୍କ ପାଇଁ ଟୀକାକରଣର ବ୍ୟାପକ ଉପଲବ୍ଧତା ଆଶା କରୁଛନ୍ତି । ଗତ ରବିବାର ସୁଦ୍ଧା କେନ୍ଦ୍ର ସରକାର ରାଜ୍ୟ ତଥା ଅନ୍ୟାନ୍ୟ ପ୍ରାଧିକରଣକୁ 41.4 ନିୟୁତ ଟିକା ଡୋଜ ବଣ୍ଟନ କରାଯାଇଛି । ସେଥିମଧ୍ୟରୁ 21.8 ନିୟୁତ ଡୋଜ ପ୍ରଶାସନ ପାଇଁ ଦିଆଯାଇଥିବା ବେଳେ ପ୍ରାୟ 3.2 ନିୟୁତ ଲୋକ ସେମାନଙ୍କର ସମ୍ପୂର୍ଣ୍ଣ ଦୁଇ-ଡୋଜ ଟୀକାକରଣ ନେଇ ସାରିଛନ୍ତି । କୋରୋନା ମହାମାରୀ ଆକ୍ରାନ୍ତ ହୋଇ 4 ଲକ୍ଷ 20ହଜାରରୁ ଅଧିକ ଆମେରିକୀୟ ମୃତ୍ୟୁବରଣ କରିଛନ୍ତି।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ