ETV Bharat / bharat

ରାମ ମନ୍ଦିର ଭୂମିପୂଜନ ତାରିଖକୁ ଅଶୁଭ କହିଲେ ଜଗତଗୁରୁ ଶଙ୍କରାଚାର୍ଯ୍ୟ ସ୍ବରୁପାନନ୍ଦ ସରସ୍ବତୀ

author img

By

Published : Jul 23, 2020, 3:48 PM IST

ରାମ ମନ୍ଦିର ଭୂମିପୂଜନକୁ ନେଇ ନିର୍ଦ୍ଧାରିତ ହୋଇଥିବା ତାରିଖକୁ ଜଗତଗୁରୁ ଶଙ୍କରାଚାର୍ଯ୍ୟ ସ୍ବରୁପାନନ୍ଦ ସରସ୍ବତୀ ଏହାକୁ ଅଶୁଭ ମୂହୁର୍ତ୍ତ କହିଛନ୍ତି । ଅଧିକ ପଢନ୍ତୁ..

ରାମ ମନ୍ଦିର ଭୂମିପୂଜନ ତାରିଖକୁ ଅଶୁଭ କହିଲେ ଜଗତଗୁରୁ ଶଙ୍କରାଚାର୍ଯ୍ୟ ସ୍ବରୁପାନନ୍ଦ ସରସ୍ବତୀ
ରାମ ମନ୍ଦିର ଭୂମିପୂଜନ ତାରିଖକୁ ଅଶୁଭ କହିଲେ ଜଗତଗୁରୁ ଶଙ୍କରାଚାର୍ଯ୍ୟ ସ୍ବରୁପାନନ୍ଦ ସରସ୍ବତୀ

ଭୋପାଳ: ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣର ଶିଳାନ୍ୟାସ ରଖିବାକୁ ଯେଉଁ ତାରିଖ ନିର୍ଦ୍ଧାରିତ ହୋଇଛି, ତା ଉପରେ ଜଗତଗୁରୁ ଶଙ୍କରାଚାର୍ଯ୍ୟ ସ୍ବରୁପାନନ୍ଦ ସରସ୍ବତୀ ଏହାକୁ ଅଶୁଭ ମୂହୁର୍ତ୍ତ କହିଛନ୍ତି । ସ୍ବରୁପାନନ୍ଦ ସରସ୍ବତୀ କହିଛନ୍ତିଯେ, ଆମେ ରାମଙ୍କ ଭକ୍ତ ଅଟୁ । ଭଗବାନ ରାମଙ୍କ ଭବ୍ୟ ମନ୍ଦିର ମନ୍ଦିର ନିର୍ମାଣ କରିବାକୁ ଚାହୁଁଛୁ, ଏଥିରେ କୌଣସି ରାଜନୀତି ହେବା ଉଚିତ ନୁହେଁ ।

ନରସିଂହପୁର ଜିଲ୍ଲାର ତାଙ୍କ ଆଶ୍ରମରେ ଜଗଦଗୁରୁ ଶଙ୍କରାଚାର୍ଯ୍ୟ ସ୍ବରୂପାନନ୍ଦ ସରସ୍ୱତୀ କହିଛନ୍ତି ଯେ, ସନାତନ ଧର୍ମର ମୂଳ ଭିତ୍ତି ହେଉଛି ବେଦ। ବେଦ ଅନୁଯାୟୀ କରାଯାଇଥିବା କର୍ମକୁ ଯଜ୍ଞ କୁହାଯାଏ, ଯାହା କେବଳ କାଳ ଗଣନା ଉପରେ ଆଧାରିତ । ନିର୍ଦ୍ଦିଷ୍ଟ ସମୟର ଶୁଭ ଏବଂ ଉଦ୍ଦିଷ୍ଟ ଗଣନା ଏବଂ ଜ୍ଞାନ ଜ୍ୟୋତିଷ ଶାସ୍ତ୍ର ମାଧ୍ୟମରେ ହୋଇଥାଏ । ସେଥିପାଇଁ ଜ୍ୟୋତିଷ ଶାସ୍ତ୍ରକୁ ବେଦାଙ୍ଗ କୁହାଯାଏ । ସେଥିପାଇଁ ସନାତନ ଧର୍ମର ପ୍ରତ୍ୟେକ ଅନୁଗାମୀ ସର୍ବୋତ୍ତମ ସମୟ ଅବଧିରେ ନିଜର କାର୍ଯ୍ୟ ଆରମ୍ଭ କରନ୍ତି ଯାହା ଶୁଭ ସମୟ ଭାବରେ ଜଣାଯାଇଥାଏ ।

ଶଙ୍କରାଚାର୍ଯ୍ୟ କହିଛନ୍ତି ଯେ, ଶୁଭ ସମୟରେ ପ୍ରତ୍ୟେକ ଛୋଟ ଏବଂ ବଡ କାର୍ଯ୍ୟ କରିଥିବା ସନାତନ ସମାଜ ଆଜି ଦୁଃଖୀ ଅଟେ । କାରଣ ସାରା ଦେଶରେ କୋଟି କୋଟି ଲୋକଙ୍କ ବିଶ୍ୱାସର କେନ୍ଦ୍ରସ୍ଥଳ ରାମ ମନ୍ଦିର ଅଶୁଭ ସମୟରେ ଆରମ୍ଭ ହେବାକୁ ଯାଉଛି। 5 ଅଗଷ୍ଟ 2020ରେ ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତର ଟ୍ରଷ୍ଟ ମାଧ୍ୟମରେ ଭିତ୍ତି ପ୍ରସ୍ତର ଘୋଷଣା କରାଯାଇଛି। ସେ କହିଛନ୍ତି ଯେ ଯଦି ଅଯୋଧ୍ୟାରେ ଆଧ୍ୟାତ୍ମିକ ସ୍ଥାନ ବା ମନ୍ଦିର ନିର୍ମାଣ କରାଯାଏ, ତେବେ ଶୁଭ ସମୟରେ ଶାସ୍ତ୍ର ଅନୁଯାୟୀ ଏହା କରାଯିବା ଉଚିତ। କିନ୍ତୁ ଏପରି ନକରି ମନଇଚ୍ଛା ତାହା କରିବା ଦ୍ବାରା ଏହା ସ୍ପଷ୍ଟ ଯେ ସେଠାରେ ମନ୍ଦିର ନୁହେଁ ଏକ ସଙ୍ଗ କାର୍ଯ୍ୟାଳୟ ନିର୍ମାଣ କରାଯାଉଛି ।

ସରସ୍ବତୀ କହିଛନ୍ତି ଯେ, 5 ଅଗଷ୍ଟ, 2020ରେ ଦକ୍ଷିଣାୟନ ଭାଦ୍ରବ ମାସ କୃଷ୍ଣ ପକ୍ଷ ଦ୍ବିତୀୟ ତିଥି ଅଟେ। ଶାସ୍ତ୍ର ଅନୁସାରେ ଭାଦ୍ରବ ମାସରେ ଗୃହ କିମ୍ବା ମନ୍ଦିର ଆରମ୍ଭ ହେବା ନିଷେଧ ଅଟେ । ଏହା ମନେ ରଖିବା ଉଚିତ ଯେ କାଶୀରେ ଥିବା ବିଶ୍ୱନାଥ ମନ୍ଦିର ଚାରିପାଖରେ ଥିବା ମନ୍ଦିର ଭାଙ୍ଗିବାବେଳେ ଆମେ ଚେତାବନୀ ଦେଇଥିଲୁ ଯେ ଏହି କାର୍ଯ୍ୟ ସମଗ୍ର ବିଶ୍ୱରେ ସମସ୍ୟା ସୃଷ୍ଟି କରିବ, କିନ୍ତୁ ଏହା କେହି ଶୁଣିବା ଯୋଗୁଁ ଏହାର ଫଳାଫଳ ଏବେ ସମସ୍ତେ ଦେଖୁଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.