ETV Bharat / bharat

ଥମୁନି ବିବାଦ, 15 ଦିନରେ ପହଞ୍ଚିଲା ବିଏଚୟୁ ଛାତ୍ର ଆନ୍ଦୋଳନ

author img

By

Published : Nov 22, 2019, 12:09 PM IST

ଥମିବାର ନାଁ ନେଉନି ବିଏଚୟୁ ଛାତ୍ର ଆନ୍ଦୋଳନ। ମୁସଲମାନ ସଂସ୍କୃତ ପ୍ରଫେସର ବଦଳି ଦାବି କରିଛନ୍ତି ଛାତ୍ରଛାତ୍ରୀ। ଥରେ ନିଯୁକ୍ତି ପାଇଥିବା ପ୍ରଫେସରଙ୍କୁ ଏବେ ବଦଳି ସମ୍ଭବ ନୁହେଁ ବୋଲି କହିଛନ୍ତି ବିଏଚୟୁ କର୍ତ୍ତୃପକ୍ଷ। ଆଗକୁ ପଢନ୍ତୁ...

ଡିଜାଇନ ଫଟୋ

ଲକ୍ଷ୍ନୌ: ବାରାଣାସୀ ହିନ୍ଦୁ ବିଶ୍ବବିଦ୍ୟାଳୟରେ ଚାଲିଥିବା ଛାତ୍ର ଆନ୍ଦୋଳନ ଆଜି ପନ୍ଦର ଦିନରେ ପହଞ୍ଚିଛି। ସଂସ୍କୃତରେ ମୁସଲମାନ ପ୍ରଫେସର ଫିରୋଜ ଖାନଙ୍କ ନିଯୁକ୍ତିକୁ ନେଇ ପ୍ରଥମେ ତେଜିଥିଲା ବିବାଦ। କେବଳ ଜଣେ ହିନ୍ଦୁ ଧର୍ମାମ୍ବଲମ୍ବୀ ହିଁ ଆମକୁ ଧର୍ମ, ଶାସ୍ତ୍ର ପଢାଇ ପାରିବେ ବୋଲି କହିଛନ୍ତି ଆନ୍ଦୋଳନରତ ଛାତ୍ରଛାତ୍ରୀ। ଜଣେ ଅଣହିନ୍ଦୁଙ୍କ ଦ୍ବାରା ଏହା କିପରି ସମ୍ଭବ ବୋଲି ପ୍ରଶ୍ନ କରିଛନ୍ତି ବିଏଚୟୁ ଛାତ୍ରଛାତ୍ରୀ।

ଅନ୍ୟପଟେ ଫିରୋଜ ଖାନଙ୍କୁ ଅନ୍ୟ କିଛି ଛାତ୍ରଛାତ୍ରୀ ସମର୍ଥନ କରିବା ଦେଖାଯାଇଛି। କିଛି ଭେଦଭାବ ନକରି ବିଶ୍ବାସ ଏବଂ ସଂସ୍କୃତିକୁ ତୁଳନା କଲେ ଜଣେ ଅଣହିନ୍ଦୁ ମଧ୍ୟ ସଂସ୍କୃତ ପଠାଇ ପାରିବେ ବୋଲି କହିଛନ୍ତି ସମର୍ଥନ କରୁଥିବା ଛାତ୍ର ଶୁଭମ ତିୱାରୀ।

ଆନ୍ଦୋଳନକ ରୁଥିବା ଛାତ୍ରଛାତ୍ରୀଙ୍କ କହିବା ଅନୁସାରେ, ଫିରୋଜ ଖାନଙ୍କୁ ବିଶ୍ବବିଦ୍ୟାଳୟର ଅନ୍ୟ ବିଭାଗକୁ ବଦଳି କରାଯାଉ । ଯାହା ଦ୍ବାରା ସେ ମଧ୍ୟ ଚାକିରି ହରାଇବାରୁ ରକ୍ଷା ପାଇପାରିବେ। ଏପଟେ ଥରେ ନିଯୁକ୍ତି ପାଇଥିବା ପ୍ରଫେସରଙ୍କୁ ଆଉ ବଦଳି କରାଯାଇ ପାରିବ ନାହିଁ ବୋଲି କହିଛନ୍ତି ବିଏଚୟୁର ଚିଫ ପ୍ରୋକ୍ଟର ଓପି ରାଏ। ଆନ୍ଦୋଳନରୁ ଓହରି ବିଶ୍ବବିଦ୍ୟାଳୟ ନିୟମ ମାନି କ୍ଲାସରେ ଯୋଗ ଦେବାକୁ ଛାତ୍ରଛାତ୍ରୀଙ୍କୁ କୁହାଯାଇଛି।

ନଭେମ୍ବର 5 ତାରିଖରେ ଫରୋଜ ଖାନଙ୍କୁ ସଂସ୍କୃତ ଶିକ୍ଷକ ଭାବେ ନିଯୁକ୍ତି ମିଳିଥିଲା। ଆନ୍ଦୋଳନ କାରଣରୁ ପ୍ରଫେସର ଏ ପର୍ଯ୍ୟନ୍ତ କୌଣସି କ୍ଲାସ ମଧ୍ୟ ନେଇ ପାରୁନାହାଁନ୍ତି। ଫିରୋଜ ଖାନଙ୍କ ବିରୋଧରେ ଆନ୍ଦୋଳନ କରୁଥିବା ଛାତ୍ରଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ବିଭିନ୍ନ ମହଲରେ ଦାବି ତୀବ୍ରତର ହେବାରେ ଲାଗିଛି।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.