ETV Bharat / bharat

106 ଏକର ଜବରଦଖଲ ଜମି ଏଏଆଇକୁ ହସ୍ତାନ୍ତର କଲେ ମଧ୍ୟପ୍ରଦେଶ ସରକାର - encroached

ଗୁରୁବାର ମଧ୍ୟପ୍ରଦେଶ ସରକାରଙ୍କ ଦଖଲରେ ଥିବା ଭାରତୀୟ ବିମାନବନ୍ଦର ପ୍ରାଧିକରଣର 106.76 ଏକର ଜମି ହସ୍ତାନ୍ତର କରିବା ପ୍ରସ୍ତାବକୁ କ୍ୟାବିନେଟର ମଞ୍ଜୁର

ପ୍ରତୀକାତ୍ମକ ଫଟୋ
author img

By

Published : Mar 8, 2019, 3:45 PM IST

ଭୋପାଳ: ଗୁରୁବାର ମଧ୍ୟପ୍ରଦେଶ ସରକାରଙ୍କ ଦଖଲରେ ଥିବା ଭାରତୀୟ ବିମାନବନ୍ଦର ପ୍ରାଧିକରଣର 106.76 ଏକର ଜମି ହସ୍ତାନ୍ତର କରିବା ପ୍ରସ୍ତାବକୁ କ୍ୟାବିନେଟର ମଞ୍ଜୁର

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟରେ ଏହି ନିଷ୍ପତି ନିଆଯାଇଛି । ଭୋପାଳର ଗାନ୍ଧୀନଗରସ୍ଥିତ ଭାରତୀୟ ବିମାନବନ୍ଦର ପ୍ରାଧିକରଣ (ଏଏଆଇ)ର 106.76 ଏକର ଜମି ଯାହା ବର୍ତ୍ତମାନ ମଧ୍ୟପ୍ରଦେଶ ସରକାରଙ୍କ ଦଖଲରେ ରହିଛି ତାହାକୁ ହସ୍ତାନ୍ତର କରିବା ଲାଗି ଏଏଆଇର ପ୍ରସ୍ତାବକୁ ମଞ୍ଜୁର କରିଛନ୍ତି । ଏହି ଜମି ମଧ୍ୟପ୍ରଦେଶ ସରକାରଙ୍କ ଦ୍ଵାରା ପୂର୍ବରୁ ପ୍ରଦାନ କରାଯାଇଥିବା 96.56 ଏକର ଜମି ବଦଳରେ ହସ୍ତାନ୍ତର କରାଯିବ । ମଧ୍ୟପ୍ରଦେଶ ସରକାରଙ୍କ ଦ୍ଵାରା ଅବଶିଷ୍ଟ ପାଖାପାଖି 10.20 ଏକର ଜମି ଏଏଆଇକୁ ହସ୍ତାନ୍ତର କରାଯିବ ।

ଏଠାରେ ସୂଚନା ଯୋଗ୍ୟ ଯେ ଏହି ଜମି ଭୋପାଳ ବିମାନ ବନ୍ଦରର ବର୍ତ୍ତମାନର ଜମିକୁ ଲାଗିରହିଛି । ଏହାର ଉପଯୋଗ ବିମାନ ଚଳାଚଳ ଲାଗି ଏଏଆଇ ଦ୍ଵାରା କରାଯାଇପାରିବ । ଏହାଦ୍ଵାରା ଏଏଆଇର 106.76 ଏକର ଜମିକୁ ମୁକ୍ତ କରିବାରେ ସହାୟତା ମିଳିପାରିବ ଯାହାର ବ୍ୟବହାର ମଧ୍ୟପ୍ରଦେଶ ରାଜ୍ୟ ସରକାର ବିଭିନ୍ନ ଉଦ୍ଦେଶ୍ୟ ଲାଗି କରୁଛନ୍ତି । ଏଠାରେ ସରକାରୀ କାର୍ଯ୍ୟାଳୟ, ଜନ ସୁବିଧା ସେବା ଏବଂ ବିସ୍ଥାପିତ ପରିବାରଙ୍କ ଥଇଥାନ ପାଇଁ କରାଯାଇଛି ।

ଏହାସହ ଶୁକ୍ରବାରଠାରୁ ଭୋପାଳ ବିମାନବନ୍ଦରେ ନୂତନ ସେବା ଆରମ୍ଭ କରାଯାଇଛି । ଏଣିକି ବିମାନବନ୍ଦରରୁ ବସ ସେବା ଉପଲବ୍ଧ କରାଯିବାର ସମସ୍ତ ବ୍ୟବସ୍ଥା କରାଯିବ ବୋଲି କୁହାଯାଇଛି ।

ମାଆକୁ ନ୍ୟାୟ ପାଇଁ  ପୁଅର ଉଲଗ୍ନ  ପ୍ରତିବାଦ

ମାଆ କୁ ନ୍ୟାୟ ଦେବା ପାଇଁ ଫୁଲବାଣୀ ରୁ ଭୁବନେଶ୍ୱର । ଏସପି , ଥାନା ଅଧିକାରୀ, କଲେକ୍ଟର ଙ୍କୁ ଦେଖା କରି ଶେଷରେ ମ୍ରିୟମାଣ ହୋଇ ଶେଷର ଭୁବନେଶ୍ୱର ରେ ପହଞ୍ଚିଛି ପୁଅ। ଡିଜି ଙ୍କ କ୍ୟାମ୍ପ ଅଫିସ ସମ୍ମୁଖରେ ଉଲଗ୍ନ ପ୍ରତିବାଦ କରିଛି। ଏହି ଘଟଣା ଘଟିଛି ମଧ୍ୟାହ୍ନ ସମୟରେ। 

ସୂଚନା ଅନୁଯାୟୀ ଯୁବକ ଜଣଙ୍କ ହେଉଛନ୍ତି ଫୁଲବାଣୀ ର ସୁଶିଲ ହାଂସଦା। ସୁଶିଲ ହେଉଛନ୍ତି ଜଣେ କନ୍ଧମାଳର ପୂର୍ବତନ ଉପ ଆରକ୍ଷୀ ଅଧିକାରୀ ଙ୍କ ପୁଅ। ସୁସିଲଙ୍କ ଅଭିଯୋଗ କ୍ରମେ 2ଜଣ କନେଷ୍ଟବଳ ତାଙ୍କ ମାଆ ଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେବା ସହ ମାଡ଼ ମାରିବା ପରି ଘଟଣା ଘଟାଇବାକୁ ପଛାଉନହାନ୍ତି। ବାରମ୍ବାର ଏହି ଘଟଣାକୁ ନେଇ କନ୍ଧମାଳ ପୋଲିସ ପାଖ ରେ ଅଭିଯୋଗ କରିଆସୁଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ। 

ତେବେ ଘଟଣା ପଛରେ କାରଣ କଣ ରହିଛି। ଜଣେ ପୋଲିସ କର୍ମଚାରୀ ଙ୍କ ସ୍ତ୍ରୀ ଙ୍କୁ କେଉଁ କାରଣ ପାଇଁ ହଇରାଣ କରିବା ସହ ଜୀବନରୁ ମାରିଦେବାକୁ ଧମକ ଦେଉଛନ୍ତି। ତେବେ ଏହି ଘଟଣାକୁ ନେଇ କୋୖଣସି ପୋଲିସ ଅଧିକାରୀ ଅଭିଯୋଗ ନ ଶୁଣିବାରୁ ଡିଜି ଙ୍କ କ୍ୟାମ୍ପ ଅଫିସ ସମ୍ମୁଖରେ ରେ ଏହି ଭଳି ଭାବରେ ଅଭିନବ ଉପାୟରେ ପ୍ରତିବାଦ କରିଛି ସୁଶିଲ। ତେବେ ଘଟଣା ଜାଣିବା ପରେ ପୋଲିସ ସୁଶିଲ ଙ୍କୁ ଅଫିସ ଭିତରକୁ ନେଇଥଲା। 

ଭୁବନେଶ୍ୱର ରୁ ବିକାଶ କୁମାର ଦାସ

Byte- ସୁଶିଲ ହାଂସଦା

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.