ETV Bharat / bharat

ଜନ୍ମ ଜୟନ୍ତୀରେ ମନେପଡନ୍ତି ଭାରତୀୟ ସମ୍ବିଧାନର ଜନକ - ଭାରତୀୟ ସମ୍ବିଧାନର ଜନକ

ଆଜି ଭାରତୀୟ ସମ୍ବିଧାନର ଜନକଙ୍କ ଜନ୍ମ ଜୟନ୍ତୀ । ଆଜି ତାଙ୍କୁ ମନେ ପକାଇ ଟ୍ବିଟରରେ ଭିଡିଓ ସେୟାର କରି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଅଧିକ ପଢନ୍ତୁ...

ଜନ୍ମ ଜୟନ୍ତୀରେ ମନେ ପଡନ୍ତି ଭାରତୀୟ ସମ୍ବିଧାନର ଜନକ

author img

By

Published : Apr 14, 2020, 10:37 AM IST

ହାଇଦ୍ରାବାଦ: ସ୍ବାଧିନ ଭାରତର ସେ ଥିଲେ ପ୍ରଥମ ଆଇନମନ୍ତ୍ରୀ । ଆଧୁନିକ ବୌଦ୍ଧ ଆନ୍ଦୋଳନର ସେନାପତି । ଆଜି ସେହି ସମସ୍ତଙ୍କ ନିକଟରେ ପରିଚିତ । ଛୁଆଁଅଛୁଆଁ, ଜାତିଭେଦ, ଗରିବ, ଦଳିତ ଓ ଶୋଷିତଙ୍କ ଅଧିକାର ସଂର୍ଘଷ କରିଥିଲେ ସେ । ଆଉ ରଚିଥିଲେ ଭାରତୀୟ ସମ୍ବିଧାନ । ସେହି କେହି ନୁହଁନ୍ତି ଡ. ଭୀମରାଓ ରାମଜୀ ଆମ୍ବେଦକର । ଏହି ବରେଣ୍ୟ ବ୍ୟକ୍ତିଙ୍କ ଆଜି ହେଉଛି ଜନ୍ମ ଜୟନ୍ତୀ । ଠିକ ଆଜିର ଦିନରେ ପରାଧିନ ଭାରତର ଏକ ଅଛୁଆ କୁହାଯାଉଥିବା 'ମହାର' ପରିବାର ଜନ୍ମ ଗ୍ରହଣ କରିଥିଲେ । ଆଜି ତାଙ୍କୁ ମନେ ପକାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ବିଟରରେ ଏକ ଭିଡିଓ ସେୟାର କରି ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି ।

ବାବା ସାହେବଙ୍କ ନାମରେ ପ୍ରସିଦ୍ଧ ଆମ୍ବେଦକର ଜୀବନ ଥିଲା ବହୁ ସଂର୍ଘଷରତ । ଅଛୁଆ ବର୍ଗରେ ଜନ୍ମ ହେଉଥିବା ସ୍କୁଲର ତାଙ୍କୁ ଅଲଗା ବସିବାକୁ ପଡିଥିଲା । ଏପରିକି ପାଣି ମଧ୍ୟ ଆଞ୍ଜୁଳାରେ ପିଇବାକୁ ପଡିଥିଲା । ହେଲେ ତାଙ୍କ ନିକଟରେ ଧୈର୍ଯ୍ୟର ସୀମା ଅଶେଷ । ସବୁ ଅପମାନକୁ ସହ୍ୟ କରି ସେ ପଢିଥିଲେ ଏବଂ ଉତ୍ତୋରତର ଉନ୍ନତି ମଧ୍ୟ କରିଥିଲେ ।

ଅଛୁଆଁ ଜାତିର ପ୍ରଥମ ଛାତ୍ର ଭାବେ ସେ ବମ୍ବେର ପ୍ରସିଦ୍ଧ ଏଲଫିନଷ୍ଟୋନ କଲେଜ ବମ୍ବେ ବିଶ୍ବବିଦ୍ୟାଳୟରେ ପଢିଥିଲେ । ପରେ କଲମ୍ବିଆ ବିଶ୍ବବିଦ୍ୟାଳୟ ଓ ଲଣ୍ଡନ ସ୍କୁଲ ଅଫ ଇକୋନମିକ୍ସରେ ଉଚ୍ଚ ଶିକ୍ଷା ଲାଭ କରିଥିଲେ । ରାଜନୀତି ବିଜ୍ଞାନ, ଅର୍ଥଶାସ୍ତ୍ର,ଆଇନଶାସ୍ତ୍ରରେ ତାଙ୍କର ଗଭୀର ଜ୍ଞାନ ଥିଲା । ଏପରିକି ସେ ରିଜର୍ଭ ବ୍ୟାଙ୍କ ପ୍ରତିଷ୍ଠା ପାଇଁ ସେ ଯୋଜନା ପ୍ରସ୍ତୁତ କରିଥିଲେ।

ଦଳିତ ଅତ୍ୟାଚାର ବିରୋଦ୍ଧରେ ସ୍ବର ଉତ୍ତୋଳନ ପାଇଁ ସେ ବହିଷ୍କୃତ ଭାରତ, ମୁକ ନାୟକ, ଜନତା ନାମରେ ପାକ୍ଷିକ ତଥା ସାପ୍ତାହିକ ପତ୍ର ବାହାର କରିବା ଆରମ୍ଭ କରିଦେଲେ । 1927ରେ ଛୁଆଁଅଛୁଆଁକୁ ନେଇ ଜାତିବାଦ ଆନ୍ଦୋଳନ ବଢାଇଥିଲେ ।1936ରେ ଗଠନ କରିଥିଲେ ଲେବର ପାର୍ଟି । ତେବେ ତାଙ୍କର ମୃତ୍ୟୁ ପରେ ଚଉତିରିଶ ପରେ ଭାରତର ସର୍ବୋଚ୍ଚ ସମ୍ମାନ ମରଣୋତ୍ତୋର ଭାରତ ରତ୍ନରେ ତାଙ୍କୁ ସମ୍ନା କରାଯାଇଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.