ETV Bharat / bharat

ରାଜ୍ୟସଭାକୁ ନିର୍ଦ୍ବନ୍ଦରେ ନିର୍ବାଚିତ ହେଲେ ସୁଶୀଲ ମୋଦି

ରାଜ୍ୟସଭାକୁ ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇଛନ୍ତି ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ସୁଶୀଲ କୁମାର ମୋଦି । ଅଧିକ ପଢନ୍ତୁ...

ରାଜ୍ୟସଭାକୁ ନିର୍ଦ୍ବନ୍ଦରେ ନିର୍ବାଚିତ ହେଲେ ସୁଶିଲ ମୋଦି

author img

By

Published : Dec 7, 2020, 5:17 PM IST

ପାଟନା: ରାଜ୍ୟସଭାକୁ ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇଛନ୍ତି ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ସୁଶୀଲ କୁମାର ମୋଦି । କେନ୍ଦ୍ରମନ୍ତ୍ରୀ ରାମବିଳାସ ପାସୱାନଙ୍କ ଦେହାନ୍ତ ପରେ ବିହାର ରାଜ୍ୟସଭା ଉପନିର୍ବାଚନ ପାଇଁ ସୁଶୀଲଙ୍କୁ ପ୍ରାର୍ଥୀ କରିଥିଲା ବିଜେପି ।

ରାଜ୍ୟସଭା ଉପନିର୍ବାଚନ ପାଇଁ ଡିସେମ୍ବର 2ରେ ନାମାଙ୍କନ ପତ୍ର ଦାଖଲ କରିଥିଲେ ସୁଶୀଲ ମୋଦି । ରାଜ୍ୟସଭାକୁ ନିର୍ବାଚିତ ହୋଇ ରେକର୍ଡ ସୃଷ୍ଟି କରିଛନ୍ତି ସୁଶୀଲ । ସେ ବିଧାନପରିଷଦର ସଦସ୍ୟ ଏବଂ ଲୋକସଭା ସାଂସଦ ଏବଂ ବିଧାୟକ ମଧ୍ୟ ହୋଇସାରିଛନ୍ତି । ରାଜ୍ୟସଭାକୁ ନିର୍ବାଚିତ ହେବା ପରେ ସଂସଦର ଉଭୟ ଗୃହ ସହ ରାଜ୍ୟ ବିଧାନସଭାର ଉଭୟ ଗୃହର ସଦସ୍ୟ ହେବାର ସ୍ବତନ୍ତ୍ରତା ରଖିଛନ୍ତି ସୁଶୀଲ ।

ବିହାର ଏନଡିଏ ଶାସନ କାଳରେ ଦୀର୍ଘ ବର୍ଷ ହେଲା ଉପମୁଖ୍ୟମନ୍ତ୍ରୀ ରହି ଆସିଛନ୍ତି ସୁଶୀଲ ମୋଦି । ଏଥର ବିହାର ନିର୍ବାଚନରେ ଏନଡିଏ ବିଜୟ ହାସଲ ପରେ ତାଙ୍କୁ ଉପମୁଖ୍ୟମନ୍ତ୍ରୀ ପଦ ଦିଆନଯାଇ ନୂତନ ପ୍ରାର୍ଥୀଙ୍କୁ ଉପମୁଖ୍ୟମନ୍ତ୍ରୀ ନିଯୁକ୍ତ କରିଥିଲା ବିଜେପି । ବିହାରରେ ଲୋକ ଜନଶକ୍ତି ପାର୍ଟି ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ରାମ ବିଳାସ ପାଶୱାନଙ୍କ ଦେହାନ୍ତ ପରେ ରାଜ୍ୟସଭା ସିଟ ଖାଲି ରହିଥିଲା । ତାଙ୍କ ସ୍ଥାନରେ ସୁଶୀଲ ମୋଦି ରାଜ୍ୟସଭାକୁ ଯିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.