ଗାନ୍ଧିନଗର: ପୁଣି ଅହମ୍ମଦାବାଦ ସିଭିଲ୍ ହସ୍ପିଟାଲ୍ ସମାଲୋଚନାର ଶିକାର ହୋଇଛି। ଅବହେଳାର ଆଉ ଏକ ଭୟନକ ଚିତ୍ର ଦେଖିବାକୁ ମିଳିଛି । କୋରୋନାରେ ପୀଡିତ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା କହି ପରିବାରକୁ ମୃତଦେହ ହସ୍ତାନ୍ତର କରାଯିବା ପରେ ଏହା ସେମାନଙ୍କ ପରିବାରର ସଦସ୍ୟ ଅନ୍ତିମ ସଂସ୍କାର ମଧ୍ୟ କରିସାରିଥିଲେ ।
କିନ୍ତୁ ହସ୍ପିଟାଲୁ ଖବର ଆସିଲା ଯେ, ତାଙ୍କର ମୃତ୍ୟୁ ହୋଇନାହିଁ ସେ ଜୀବିତ । ତେବେ ବ୍ୟକ୍ତି ଜଣକ ହେଲେ ଅହମଦାବାଦର ଦେବରାମ ଭାଇ ଭିସିକାର। ତାଙ୍କ ଠାରେ କୋରୋନା ଲକ୍ଷଣ ଦେଖାଇବା ପରେ ମେ 28 ରେ ଅହମ୍ମଦାବାଦ ସିଭିଲ ହସ୍ପିଟାଲର କୋଭିଡ -19 ୱିଙ୍ଗରେ ତାଙ୍କୁ ଭର୍ତ୍ତି କରାଯାଇଥିଲା । ମେ 29 ତାରିଖ ଅପରାହ୍ନରେ ତାଙ୍କ ଦେହାନ୍ତ ସମ୍ପର୍କରେ ପରିବାର ସଦସ୍ୟଙ୍କୁ ସୂଚନା ଦିଆଯାଇ ଥିଲା ।ମେ 30 ରେ ପରିବାର ସଦସ୍ୟ ମୃତଦେହର ସଂସ୍କାର କରିଥିଲା ।
ଏହାର କିଛି ସମୟ ପରେ ଅହମ୍ମଦାବାଦ ସିଭିଲ ହସ୍ପିଟାଲରୁ କଲ ପାଇ ଦେବ୍ରମଭାଇଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ସମ୍ପର୍କରେ ସୂଚନା ପାଇ ଆଶ୍ଚର୍ଯ୍ୟ ହୋଇଛନ୍ତି ପୁରା ପରିବାର ।