ETV Bharat / bharat

କୋରୋନା ଭାଇରସକୁ ନ୍ୟୁଟ୍ରାଲାଇଜ କରିବ "SHYCOCAN" ଡିଭାଇସ

author img

By

Published : Aug 2, 2020, 3:40 PM IST

ସମଗ୍ର ବିଶ୍ବ କୋରୋନା ଭାଇରସ ସଙ୍କଟ ସହ ମୁକାବିଲା କରୁଛି । ବେଙ୍ଗାଲୁରୁ ସ୍ଥିତି ସେଣ୍ଟର ଫର ଆଡଭାନ୍ସ ରିସର୍ଚ୍ଚ ଆଣ୍ଡ ଡେଭଲପମେଣ୍ଟ(କାର୍ଡ) "SHYCOCAN" ନାମକ ଉପକରଣ ଆଣିଛି । ଯାହାକ କୋରୋନା ଭାଇରସକୁ ନ୍ୟୁଟ୍ରାଲାଇଜ କରିବାର କ୍ଷମତା ରଖିଛି । ଅଧିକ ପଢନ୍ତୁ...

କୋରୋନା ଭାଇରସକୁ ନ୍ୟୁଟ୍ରାଲାଇଜ  "SHYCOCAN"  ଡିଭାଇସ

ବେଙ୍ଗାଲୁରୁ: କୋରୋନା ଭାଇରସକୁ ନ୍ୟୁଟ୍ରାଲାଇଜ କରିବ ’SHYCOCAN’(Scalene Hypercharge Corona Canon) ନାମକ ଡିଭାଇସ । ବ୍ୟାକ୍ଟେରିଆ ଓ ଫଙ୍ଗସକୁ ନ ମାରି ଏହି ଡିଭାଇସ କୋରୋନାକୁ ନ୍ୟୁଟ୍ରାଲାଇଜ କରିପାରିବ । ଏହାକୁ ଘରେ, ଶିଳ୍ପାନୁଷ୍ଠାନ କିମ୍ବା ବାଣିଜ୍ୟିକ ପରିବେଶ ସ୍ଥାନରେ ରଖି ହେଲା ପରି ଡିଜାଇନ କରାଯାଇଛି ।

ଏହି ଡିଭାଇସକୁ ବେଙ୍ଗାଲୁରୁ ସ୍ଥିତି ସେଣ୍ଟର ଅଫ ଆଡଭାନ୍ସ ରିସର୍ଚ୍ଚ ଆଣ୍ଡ ଡେଭଲପମେଣ୍ଟ(କାର୍ଡ) , ଡି-ସ୍କାଲେନର ରିସର୍ଚ୍ଚ ଏହି ଉପକରଣକୁ ପ୍ରସ୍ତୁତ କରିଛି । ଡି-ସ୍କାଲେନର ସଙ୍ଗଠନର ଚ୍ୟାରମେନ ଡ. ରଜାହ ବିଜୟ କୁମାର ଗଣମାଧ୍ୟମକୁ କହିଛନ୍ତି, ଏହି ଡିଭାଇସର ସୁରକ୍ଷା ଓ କାର୍ଯ୍ୟରକାରିତା ପାଇଁ ଖୁବଶୀଘ୍ର USFDA ର ଏନଫୋର୍ସମେଣ୍ଟ ଡିସକ୍ରିଟସନ୍ ନୀତି ଅନୁଯାୟୀ ଆମେରିକାରେ ଏହାର ମାର୍କେଟ ଓ ପ୍ରସ୍ତୁତି କରାଯିବ । ଏବଂ ୟୁରୋପରେ ଏହି ଉପକରଣର ସିଏ କମ୍ପ୍ଲେନ ଏବଂ ସିଏ ଚିହ୍ନିତ ହୋଇଛି ।

"SHYCOCAN ନିୟମିତ 110 / 240V - 50/60 Hz ସକେଟରେ କାର୍ଯ୍ୟ କରେ ଏବଂ ଏହା ଏକ ପ୍ଲଗ୍ ଏବଂ ପ୍ଲେ ଡିଭାଇସ୍ । ଯେଉଁଥିରୁ ଫୋଟନ୍ ମଧ୍ୟସ୍ଥ ଇଲେକ୍ଟ୍ରନ୍ ନିର୍ଗମନକାରୀ (PMEE) କୁ ଆବଶ୍ୟକ ସଙ୍କେତ ଦେଇଥାଏ । ଫୋଟନ୍ ମଧ୍ୟସ୍ଥତା ଦ୍ୱାରା ଉଚ୍ଚ-ବେଗ ଇଲେକ୍ଟ୍ରନ୍ ଉତ୍ପାଦନ କରିଥାଏ । ଏପରି ମାଧ୍ୟମରେ ଘରରୁ କୋରୋନା ଏସ-ପ୍ରୋଟିନ ଦରକାର କରୁଥିବା ନେଗେଟିଭିକୁ କମାଇ ଥାଏ । ବାୟୁ ଓ ଭୂପୃଷ୍ଟରୁ କୋରୋନା ଭୂତାଣୁକୁ ହ୍ରାସ କରିବାରେ କାମ କରିଥାଏ ।

ଏହି ଉପକରଣରେ କୌଣସି ରାସାୟନିକ ପଦାର୍ଥ କିମ୍ବା ଅନ୍ୟାନ୍ୟ ଉପଯୋଗୀ ସାମଗ୍ରୀ ବ୍ୟବହାର କରେ ନାହିଁ । କିମ୍ବା ଏହି ଡିଭାଇସରୁ କ୍ଷତିକାରକ ଓଜୋନ ଗ୍ୟାସ ମଧ୍ୟ ଉତ୍ପନ ହୁଏ ନାହିଁ । ଏହା ପରିବେଶ ପ୍ରତି ସମ୍ପୂର୍ଣ୍ଣ ସୁରକ୍ଷିତ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.