ETV Bharat / bharat

ଜାତୀୟ ସଙ୍ଗୀତକୁ ଅବମାନନା କରି ଛେଚା ଖାଇଲା ଯୁବକ - man attacked by mob

ଥିଏଟରରେ ଜାତୀୟ ସଙ୍ଗୀତ ବାଜିବା ସମୟରେ ଜଣେ ବ୍ୟକ୍ତି ଠିଆ ନହେବା ପଡିଲା ମହଙ୍ଗା । ଥିଏଟରରେ ଉପସ୍ଥିତ କିଛି ଯୁବକ ଉକ୍ତ ଯୁବକଙ୍କୁ ବସିଥିବା ଦେଖି ନିର୍ଦ୍ଧୁମ ଛେଚିଲେ । ପରେ ପୋଲିସକୁ ଖବର ଦେଲେ । ଏଭଳି ଘଟଣା ଘଟିଛି ବେଙ୍ଗାଲୁରୁରେ ।

ପ୍ରତିକାତ୍ମକ ଫଟୋ
author img

By

Published : May 12, 2019, 11:39 AM IST

ବେଙ୍ଗାଲୁରୁ: ଦେଶପ୍ରେମୀଙ୍କ ଦେଶଭକ୍ତି । ଜାତୀୟ ସଙ୍ଗୀତ ବାଜିବା ସମୟରେ ସମସ୍ତେ ଠିଆ ହୋଇ ଆମ ରାଷ୍ଟ୍ରକୁ ସମ୍ମାନ ଦେବା ଆମ କର୍ତ୍ତବ୍ୟ । କିନ୍ତୁ ପ୍ରେକ୍ଷାଳୟରେ ଜାତୀୟ ସଙ୍ଗୀତ ବାଜିବା ସମୟରେ ଜଣେ ବ୍ୟକ୍ତି ଠିଆ ନହେବା ପଡିଲା ମହଙ୍ଗା । ଜାତୀୟ ସଙ୍ଗୀତ ବାଜିବା ସମୟରେ ଜିତିନ ଚାନ୍ଦ (27) ନାମକ ଜଣେ ବ୍ୟକ୍ତି ଠିଆ ନ ହୋଇ ବସି ରହିଥିଲେ । ଏହା ଦେଖି ଥିଏଟରରେ ଉପସ୍ଥିତ କିଛି ଯୁବକ ଜିତିନଙ୍କୁ ନିର୍ଦ୍ଧୁମ ଛେଚିଲେ । ପରେ ପୋଲିସକୁ ଖବର ଦେଲେ । ଏଭଳି ଅଭାବନୀୟ ଘଟଣା ଘଟିଛି ବେଙ୍ଗାଲୁରୁର ମଗର ରୋଡସ୍ଥିତ ଏକ ମଲରେ ।

ସୂଚନା ଅନୁସାରେ ଉକ୍ତ ଥିଏଟରରେ ଫିଲ୍ମ ଆରମ୍ଭ ହେବା ପୂର୍ବରୁ ଜାତୀୟ ସଙ୍ଗୀତ ବାଜିଲା । ଜାତୀୟ ସଙ୍ଗୀତ ସରିବା ପରେ ଜିତିନଙ୍କ ସିଟ ସାମ୍ନାରେ ବସିଥିବା କିଛି ଯୁବକ ଜିତିନଙ୍କ ସହ ପ୍ରଥମେ ଏକଥାକୁ ନେଇ ପାଟିତୁଣ୍ଡ କଲେ । ପରେ ଜିତିନଙ୍କୁ ସମସ୍ତେ ମିଶି ନିସ୍ତୁକ ମାଡ ମାରିଲେ । ପରେ ଘଟଣା ସମ୍ପର୍କରେ ପୋଲିସକୁ ଖବର ମିଳିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ରାଷ୍ଟ୍ରୀୟ ସମ୍ମାନ ଅଧିନିୟମ ପ୍ରତି ଅପମାନ କରିଥିବା ଧାରା 2 ଅନୁଯାୟୀ ଉକ୍ତ ଯୁବକଟିକୁ ଗିରଫ କଲା ପୋଲିସ । ଯଦିଓ ଦିନକ ପରେ ଯୁବକକୁ ଜାମିନ ମିଳିଥିଲା ।

ସୂଚନାଯୋଗ୍ୟ ଯେ ସର୍ବୋଚ୍ଚ ନ୍ୟାୟାଳୟ ପୂର୍ବରୁ କେବଳ ଥିଏଟରରେ ନୁହେଁ, ବିଭିନ୍ନ ଶିକ୍ଷାନୁଷ୍ଠାନରେ ଜାତୀୟ ସଙ୍ଗୀତ ଗାନକୁ ବାଧ୍ୟତାମୂଳକ କରିବା ପାଇଁ ଆଦେଶ ଦେଇଥିଲେ । ଗତ ୨୦୧୬ ମସିହା ନଭେମ୍ବର ୩୦ ତାରିଖରେ ସର୍ବୋଚ୍ଚ ନ୍ୟାୟାଳୟ ଥିଏଟର ଗୁଡ଼ିକରେ ଜାତୀୟ ସଙ୍ଗୀତ ଗାନକୁ ବାଧ୍ୟତାମୂଳକ କରିବା ପାଇଁ ନିର୍ଦ୍ଦେଶାନାମା ଜାରି କରିଥିଲେ ।

ଏହାପରେ ସର୍ବୋଚ୍ଚ ନ୍ୟାୟାଳୟ ଏହି ଆଦେଶ ପ୍ରତ୍ୟାହାର କରି ନେଇଥିଲେ । ଏହା ପରେ ଆଉ ସିନେମା ହଲରେ ଜାତୀୟ ସଙ୍ଗୀତ ବଜାଇବା ବାଧ୍ୟତା ମୂଳକ ହୋଇନାହିଁ ।

Intro:Body:

PRABIR

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.