ETV Bharat / bharat

ବଙ୍ଗରେ ଆଜି ରାତିରେ ପହଞ୍ଚିବ 'ଫନି', ପ୍ରଭାବିତ ଅଞ୍ଚଳରେ ଡେରା ପକାଇଲେ ମମତା

ବାତ୍ୟାକୁ ଦୃଷ୍ଟିରେ ରଖି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଗାମୀ ୨ ଦିନ ପାଇଁ ନିଜ ସମସ୍ତ ନିର୍ବାଚନୀ ସଭାକୁ ସ୍ଥଗିତ କରିଦେଇଛନ୍ତି । ମମତା ନିଜ ନିର୍ବାଚନୀ ସଭାକୁ ରଦ୍ଦ କରି ଆଜି(ଶୁକ୍ରବାର) ଓ ଆସନ୍ତାକାଲି ରାଜ୍ୟର ତଟବର୍ତ୍ତୀ ଅଞ୍ଚଳରେ ରହିବେ ଓ ପରିସ୍ଥିତି ସହ ଉଦ୍ଧାର କାର୍ଯ୍ୟ ଉପରେ ନଜର ରଖିବେ ।

author img

By

Published : May 3, 2019, 4:42 PM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଟ୍ବିଟର

କୋଲକାତା: ପ୍ରଳୟଙ୍କରୀ ସାମୁଦ୍ରିକ 'ଝଡ ଫନି ଶୁକ୍ରବାର ସକାଳେ ଓଡିଶାର ତଟବର୍ତ୍ତୀ ଅଞ୍ଚଳକୁ ସ୍ପର୍ଶ କରିଛି । ବର୍ତ୍ତମାନ ଏହା ପୁରୀ, ଭୁବନେଶ୍ବର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ତାଣ୍ଡବଲୀଲା ଚଳାଇଛି । ଏହାସହ 'ଫନି' କ୍ରମଶଃ ପଶ୍ଚିମବଙ୍ଗ ଆଡକୁ ଅଗ୍ରସର ହେଉଛି । ଓଡିଶାରେ 'ଫନି' ଯୋଗୁଁ ଦ୍ରୁତ ଗତିରେ ପବନ ବହୁଥିବା ସହ ପ୍ରବଳ ବର୍ଷା ଜାରି ରହିଛି । ଏହି ବାତ୍ୟାକୁ ଦୃଷ୍ଟିରେ ରଖି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଗାମୀ ୨ ଦିନ ପାଇଁ ନିଜ ସମସ୍ତ ନିର୍ବାଚନୀ ସଭାକୁ ସ୍ଥଗିତ କରିଦେଇଛନ୍ତି ।

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଟ୍ବିଟ କରି କହିଛନ୍ତି ଯେ ବାତ୍ୟା ଯୋଗୁଁ ଆଗାମୀ ୨ ଦିନରେ ହେବାକୁ ଥିବା ମୋର ସମସ୍ତ ନିର୍ବାଚନୀ ସଭାକୁ ରଦ୍ଦ କରିଛି । ଆମେ କ୍ରମାଗତ ଏହା ଉପରେ ନଜର ରଖିଛୁ । ମୁଁ ଲୋକଙ୍କୁ ସହଯୋଗ କରିବାକୁ ଅପିଲ କରିଛି । ସାବଧାନ ରୁହନ୍ତୁ । ଆପଣଙ୍କ ଯତ୍ନ ନିଅନ୍ତୁ ଓ ୨ ଦିନ ଯାଏ ସୁରକ୍ଷିତ ସ୍ଥାନରେ ରୁହନ୍ତୁ ବୋଲି ମମତା କହିଛନ୍ତି ।

ମମତା ନିଜ ନିର୍ବାଚନୀ ସଭାକୁ ରଦ୍ଦ କରି ଆଜି(ଶୁକ୍ରବାର) ଓ ଆସନ୍ତାକାଲି ରାଜ୍ୟର ତଟବର୍ତ୍ତୀ ଅଞ୍ଚଳରେ ରହିବେ ଓ ପରିସ୍ଥିତି ସହ ଉଦ୍ଧାର କାର୍ଯ୍ୟ ଉପରେ ନଜର ରଖିବେ । ସେ ଖଡଗପୁରରେ ରହିବେ । ଫନି ଆଜି ରାତିରେ ପଶ୍ଚମବଙ୍ଗର ତଟବର୍ତ୍ତୀ ଅଞ୍ଚଳକୁ ସ୍ପର୍ଶ କରିବ । ତେଣୁ ମମତା ନିଜର ସମସ୍ତ ରାଜନୈତିକ କାର୍ଯ୍ୟକ୍ରମକୁ ରଦ୍ଦ କରିଛନ୍ତି ।

Intro:Body:

gfdgf

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.